ମହାରାଷ୍ଟ୍ର ସରକାରଙ୍କ ଠାରୁ ଓଡ଼ିଶା ଶିକ୍ଷାଲାଭ କରିବା ଉଚିତ
ଭୁବନେଶ୍ୱର, ୧୪ ମାର୍ଚ୍ଚ : ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନାଭିସ୍ ସରକାର ଯେଭଳି ସଂଯମତା ଦେଖାଇ ସୋମବାର ଦିନ ରାଜ୍ୟର ଚାଷିମାନଙ୍କ ସମସ୍ୟାର ସମାଧାନ ପାଇଁ ଆଗଭର ହେଲେ ସେଥିରୁ ଓଡ଼ିଶା ସରକାର ଶିକ୍ଷାଲାଭ କରିବା ଉଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି । ସିପିଏମ୍ ନେତୃତ୍ୱାଧୀନ ଚାଷି ସଂଗଠନ ନିଖିଳ ଭାରତ କିଶାନ ସଭା ପକ୍ଷରୁ ସୋମବାର ଦିନ ମୁମ୍ବାଇର ଆଜାଦ ମଇଦାନ ଠାରେ ବିରାଟ ଚାଷି ସମାବେଶ କରାଯିବା ସହ ମହାରାଷ୍ଟ୍ର ବିଧାନସଭା ଘେରାଉ ପାଇଁ ଯୋଜନା କରାଯାଇ ଥିଲା । ରାଜ୍ୟର ପ୍ରାୟ ୫୦ ହଜାର ଚାଷି ସଂଗଠିତ ଭାବେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ପଦଯାତ୍ରାରେ ଆସି ରବିବାର ମୁମ୍ବାଇର ଆଜାଦ ମଇଦାନରେ ପହଂଚିବା ପରେ ସୋମବାର ବିଧାନସଭା ଘେରାଉ ଯୋଜନା କରି ଥିଲେ । ତେବେ, ମହାରାଷ୍ଟ୍ର ସରକାର ଆଗୁଆ ପ୍ରସ୍ତୁତ ଥିବାରୁ ବିଧାନସଭା ଘେରାଉ ନ ହୋଇ ଆଲୋଚନା ମାଧ୍ୟମରେ ଦାବି ଗୁଡ଼ିକର ସମାଧାନ ହୋଇଥିଲା ।
ସରକାରଙ୍କ ସମ୍ମୁଖରେ କିଶାନ ସଭା ପକ୍ଷରୁ ୯ ଦଫା ଦାବି ଉପସ୍ଥାପନ କରା ଯାଇ ଥିଲା । ରକାର ଦୁଇଟି ପ୍ରମୁକ ଦାବି ମାନି ନେଇ ବଳକା ସାତଟି ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଚାଷିମାନେ ପାଂଚ ଦିନିଆ ପଦଯାତ୍ରା କାଳରେ ଯେଭଳି ସଂଯମତା ଓ ବୁଦ୍ଧିମତ୍ତା ଦେଖାଇଛନ୍ତି ତାହା ରାଜ୍ୟବାସୀଙ୍କୁ ଅଭିଭୂତ କରିଛି । ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ମଧ୍ୟ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ସଂଯମତା ପ୍ରଦର୍ଶନ କରି ଚାଷିଙ୍କ ସହ ଅଲୋଚନା ପାଇଁ ରବିବାରରୁ ପ୍ରସ୍ତୁତ ଥିଲେ । ରବିବାର ଦିନ ସେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଚାଷିଙ୍କ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରିବା ସହ ସୋମବାର ନିଖିଳ ଭାରତ କିଶାନ ସଭାର ଏକ ପ୍ରତିନିଧି ଦଳକୁ ଆଲୋଚନା ପାଇଁ ଡାକି ଥିଲେ । ଚାଷିଙ୍କ ୯ ଦଫା ଦିବି ମଧ୍ୟରୁ ମୁଖ୍ୟମନ୍ତ୍ରୀ ୨ଟି ଗ୍ରହଣ କରି ନେବା ସହ ଅନ୍ୟ ୭ଟି ଦାବି ତାଙ୍କ ଦ୍ୱାରା ଗଠିତ ୬ ଜଣିଆ କ୍ୟାବିନେଟ୍ କମିଟି ବିଚାର କରିବା ପରେ ନିଷ୍ପତ୍ତି ହେବ ବୋଲି ଚାଷିଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସନ୍ଧ୍ୟାରେ ଚାଷିମାନେ ଆନେ୍ଦାଳନରୁ ଓହରି ଯାଇଥିଲେ । ମହାରାଷ୍ଟ୍ର ଚାଷିଙ୍କ ୯ ଦଫା ଦାବି ମଧ୍ୟରେ ନିସର୍ତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ, ଜଙ୍ଗଲ ଜମି ଉପରେ ସେମାନଙ୍କ ଅଧିକାର, ଚାଷି ପରିବାର ପାଇଁ ପେନସନ୍ ବ୍ୟବସ୍ଥା, କୃଷି ସଂପର୍କୀତ ସ୍ୱାମୀନାଥନ କମିସନଙ୍କ ସୁପାରିଶ କାର୍ଯ୍ୟକାରୀ କରାଯିବା ଏବଂ ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ଯଥାର୍ଥ ସହାୟକ ମୂଲ୍ୟ ଦିଆଯିବା ପ୍ରଭୃତି ଅନ୍ୟତମ ।
ମହାରାଷ୍ଟ୍ର ଚାଷିଙ୍କ ଦାବି ସହ ଓଡ଼ିଶା ଚାଷିଙ୍କ ଦାବିର ସାମଂଜସ୍ୟ ରହିଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ସମେତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରି ଓଡ଼ିଶାର ନବ ନିର୍ମାଣ କୃଷକ ସଂଗଠନ ସୋମବାର ଦିନ ଭୁବନେଶ୍ୱର ଠାରେ ବିରାଟ ସମାବେଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜୟ ଉତ୍ସବ ପାଳନ କରିବାକୁ ଚାଲି ଯିବା ଆନେ୍ଦାଳନରତ ଚାଷିଙ୍କ ପାଇଁ ଉପହାସ ସଦୃଶ ହୋଇଛି । ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଥିବା ସୌମ୍ୟ ରଂଜନ ପଟ୍ଟନାୟକ ନିକଟରେ ବିଜେଡ଼ିରେ ଯୋଗ ଦେଇ ରାଜ୍ୟସଭା ଟିକଟ ହାତେଇଛନ୍ତି । ସେ ଚାଷି ଓ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ପାଇଁ ଲଢେଇ ଜାରି ରଖିବେ ବୋଲି ବିଜେଡ଼ିରେ ଯୋଗ ଦେବା ପରେ ଘୋଷଣା କରିଥିବା ବେଳେ ସେମାବାର ଚାଷି ସମାବେଶରେ ତାଙ୍କ ଅନୁପସ୍ଥିତି ସନେ୍ଦହର ବାତାବରଣ ସୃଷ୍ଟି କରିଛି । ରାଜଧାନୀରେ ଏକାଠି ହୋଇଥିବା ତାଙ୍କରି ସଂଗଠନର ଚାଷି ନେତାଙ୍କ ସହ ଆଲୋଚନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତାଇ ପାରି ଥା’ନ୍ତେ । ତାହା ନ କରି ସେ ସମାବେଶରୁ ଦୂରେଇ ରହିବା ଜାଣିବା ଶୁଣିବା ମହଲରେ ଭୃକୁଂଚନ ସୃଷ୍ଟି କରିଛି । ସିପିଏମ୍ ନେତୃତ୍ୱାଧୀନ ନିଖିଳ ଭାରତ କିଶାନ ସଭା ମହାରାଷ୍ଟ୍ରରେ କଂଗ୍ରେସ,ଏନସିପି, ଶିବ ସେନା ଓ ଏମଏନଏସ୍ର ବାହ୍ୟ ସମର୍ଥନରେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଦୁଇଟି ଦାବି ମନାଇବାରେ ସଫଳ ହୋଇଥିବା ବେଳେ ଓଡ଼ିଶାର ନବ ନିର୍ମାଣ କୃଷକ ସଂଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଭାବିତ କରି ନ ପାରିବା ନେତୃତ୍ୱର ବିଫଳତା ବୋଲି ବିଚାର କରାଯାଉଛି । ମହାରାଷ୍ଟ୍ରରେ ନିକଟରେ ସଂଗଠିତ ହୋଇଥିବା ଶାନ୍ତିପୂର୍ଣ୍ଣ ଚାଷି ଆନେ୍ଦାଳନ ଏବଂ ଏହାର ସମାଧାନ କରିବାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ଙ୍କ ତ୍ୱାରାନ୍ୱିତ ପଦକ୍ଷେପରୁ ଓଡ଼ିଶାର ଚାଷି ସଂଗଠନ ଓ ସରକାର କିଛି ଶିଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS