ବିଶ୍ୱ ବାଣିଜ୍ୟ ସଂଗଠନ ବୈଠକରୁ ପାକିସ୍ତାନ ଓହରିଲା
ନୂଆଦିଲ୍ଲୀ, ୧୭ ମାର୍ଚ୍ଚ: ଭାରତ ପାକିସ୍ତାନ ମଧ୍ୟରେ ସଂପର୍କ ଦିନକୁ ଦିନ ତୀକ୍ତ ହେଉଥିବା ବେଳେ ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଏଠାରେ ହେବାକୁ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ(ଡ଼ବ୍ଲୁଟିଓ)ର ମନ୍ତ୍ରୀସ୍ତରୀୟ ବୈଠକରେ ପାକିସ୍ତାନ ଯୋଗ ଦେବାକୁ ମନା କରି ଦେଇଛି । ପାକିସ୍ତାନର ବାଣିଜ୍ୟ ମନ୍ତ୍ରୀ ପରଭେଜ ମଲିକଙ୍କୁ ଏହି ବୈଠକକୁ ଭାରତ ଗତ ମାସରେ ନିମନ୍ତ୍ରଣ କରିଥିଲା । ସେ ମଧ୍ୟ ଏଥିରେ ଯୋଗ ଦେବାକୁ ରାଜି ହୋଇଥିଲେ । ତେବେ, ଶେଷ ମୂହୁର୍ତରେ ପାକିସ୍ତାନ ଡ଼ବ୍ଲୁଟିଓ ବୈଠକରୁ ଓହରି ଯାଇଥିବା ଜଣାଇ ଦେଇଛି । ଭାରତ- ପାକିସ୍ତାନ ମଧ୍ୟରେ କୂଟନୈତିକ ସଂପର୍କ ଦିନକୁ ଦିନ ଖରାପ ହେଉ ଥିବା ଦୃଷ୍ଟିରୁ ପାକିସ୍ତାନ ବୈଠକରୁ ଓହରି ଥିବା ଜଣାପଡିଛି । ଡ଼ବ୍ଲୁଟିଓ ଅନ୍ତର୍ଭୁକ୍ତ ରାଷ୍ଟ୍ରଙ୍କ ମଧ୍ୟରେ ବାଣିଜି୍ୟକ ସଂପର୍କ ବିଷୟରେ ଆଲୋଚନା ପାଇଁ ଏହି ବୈଠକ ଉଦ୍ଦିଷ୍ଟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS