‘ବଲ୍ ଟ୍ୟାଂପରିଂ’ ଅଷ୍ଟ୍ରେଲିଆ କ୍ରିକେଟର୍ଂକ ପାଇଁ ମହଙ୍ଗା ପଡୁଛି
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ: ଗତ ଶନିବାର ଦିନ କେପ୍ ଟାଉନ ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଦ୍ୱାରା ହୋଇଥିବା ବଲ୍ ଟ୍ୟାଂପରିଂ ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରେମୀ ମହଲରେ ସମାଲୋଚିତ ହୋଇଥିବା ବେଳେ ଏହି ଅନୈତିକ କାର୍ଯ୍ୟରେ ସଂପୃକ୍ତ ଖେଳାଳୀଙ୍କ ପାଇଁ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ବଲ୍ ଟ୍ୟାଂପରିଂ ପଦାରେ ପଡିବା ପରେ ଆଇସିସି ଆଚରଣବିଧି ଉଲଂଘନ ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର କ୍ୟାପଟେନ୍ ଷ୍ଟିଭ ସ୍ମିଥ୍ ଓ ବଲ୍ ଟ୍ୟାଂପରିଂ ସହ ସିଧାସଳଖ ସଂପୃକ୍ତ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ କ୍ୟାମେରନ୍ ବେଙ୍କରଫ୍ଟ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଷ୍ଟିଭ୍ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହେବା ସହ ଶହେ ପ୍ରତିଶତ ମ୍ୟାଚ୍ ଫି’ହରାଇ ଥିବା ବେଳେ ଦଳର ଓପନର୍ କ୍ୟାମେରନ୍ ବେଙ୍କରଫ୍ଟ ୩ ଡ଼ିମେରିଟ୍ ପଏଂଟ୍ ସହ ୭୫ ପ୍ରତିଶତ ମ୍ୟାଚ ଫି’ ହରାଇଛନ୍ତି । ଅଷ୍ଟ୍ରେଲିଆ ଦଳର ଅଧିନାୟକ ସ୍ମିଥ୍ ଓ ଉପ ଅଧିନାୟକ ଡ଼େଭିଡ ୱାର୍ଣ୍ଣର ନିଜ ନିଜ ପଦବୀରୁ ପଦରୁ ବିତାଡିତ ହୋଇଛନ୍ତି । ଅଷ୍ଟ୍ରେଲିଆ ସରକାର ଓ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏହି ଘଟଣାକୁ ଗମ୍ଭୀରତା ସହ ନେଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବୁଲ୍ ମଧ୍ୟ ଘଟଣାର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଅଷ୍ଟ୍ରେଲିଆ ଖେଳାଳୀମାନେ ଦେଶର ଛବିକୁ ବିଶ୍ୱ ଆଖିରେ ନିନ୍ଦିତ କରିଥିବାରୁ ଆଜୀବନ ବାସନ୍ଦ ହେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ଟ୍ୟାଂପରିଂ ସହ ସଂପୃକ୍ତ ଖେଳାଳୀମାନେ କେବଳ ଆନ୍ତର୍ଜାତିକ କି୍ରକେଟ୍ରେ ନୁହଁ, ବିଜ୍ଞାପନ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବିଶ୍ୱସନୀୟତା ହରାଇ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ଯାଉଥିବା ସୂଚନା ମିଳିଛି । ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ କଂପାନୀ ସେମାନଙ୍କ ସହ କରିଥିବା ବ୍ୟବସାୟିକ ଚୁକ୍ତି ବାତିଲ କରିପାରନ୍ତି । ଏହା ଦୋଷୀ ଖେଳାଳୀଙ୍କ ପାଇଁ ଆର୍ଥିକ ଦଷ୍ଟିରୁ ମହଙ୍ଗା ପଡିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
କ୍ରିକେଟ୍ ଅଷ୍ଟ୍ରେଲିଆର ସର୍ବବୃହତ୍ ଫଣ୍ଡ୍ ମ୍ୟାନେଜର ‘ମାଗେଲାନ’ ଅଷ୍ଟ୍ରେଲିଆ ଖେଳାଳୀଙ୍କ ଏଭଳି ଅନୈତିକ କାର୍ଯ୍ୟକୁ ସିଧାସଳଖ ଠକେଇ ବୋଲି ବିବେଚନା କରିବା ସହ ଘୋର ଉଦବେଗ ପ୍ରକାଶ କରିଛି । ଏହି ସଂସ୍ଥା କ୍ରିକେଟ୍ ଅଷ୍ଟ୍ରେଲିଆର ଏକ ଗୁରୁତ୍ୱପୂର୍ଣ୍ଣ ସ୍ପୁନ୍ସର୍ ଭାବେ ପରିଚିତ । ଯେଉଁ ଖେଳାଳୀମାନେ ଏହି ଘଟଣା ସହ ସଂପୃକ୍ତ ସେମାନଙ୍କ ବିରୋଧରେ କ୍ରିକେଟ୍ ଅଷ୍ଟ୍ରେଲିଆ ତୁରନ୍ତ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ‘ମାଗେଲାନ’ ନିଜ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଅଷ୍ଟ୍ରେଲିଆ ସ୍ପୋର୍ଟସ୍ ଗଭର୍ଣ୍ଣିଂ ବଡିର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଥିବା କହିଛି । ମାଗେଲାନ କମନୱେଲ୍ଥ ବ୍ୟାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଟିମ୍ ପାଇଁ ଘରୋଇ ସିରିଜର ସ୍ପୁନ୍ସର ଥିବା ବେଳେ ସିବିଏ ମହିଳା କ୍ରିକେଟ ଦଳ, ଘରୋଇ ଦଳ ଏବଂ ତୃଣମୂଳ ସ୍ତର କ୍ରିକେଟର ସ୍ପୁନସର୍ସିପ୍ ନିଜ ହାତରେ ରଖିଛି । ତେବେ, ସିବିଏର ତିନି ଜଣ କ୍ରିକେଟ୍ ଆମ୍ବାସଡରଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ ଅଛନ୍ତି । ଅନ୍ୟ ଦୁଇ ଜଣ ହେଉଛନ୍ତି – ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର କ୍ୟାପଟେନ ମେଗ୍ ଲାନିଂ ଓ ଷ୍ଟାର୍ ଅଲ୍ରାଉଣ୍ଡର୍ ଏଲିସେ ପେରି । ଦୋଷୀ କ୍ରିକେଟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆର ତଦନ୍ତ ଫଳାଫଳକୁ ଅପେକ୍ଷା କରାଯାଇଛି ବୋଲି ସିବିଏ ଏବିସିକୁ କହିଛି ।
କ୍ରିକେଟ୍ ଅଷ୍ଟ୍ରେଲିଆ ବଲ୍ ଟ୍ୟାଂପରିଂ ଘଟଣାରେ ଦଳର କ୍ୟାପଟେନ ଷ୍ଟିଭ୍ ସ୍ମିଥ୍ ଓ ଉପ ଅଧିନାୟକ ୱାର୍ଣ୍ଣରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦକ୍ଷିଣ ଆଫ୍ରିକା ବିରୋଧରେ ଚାରି ମ୍ୟାଚ୍ ସିରିଜର ଫାଇନାଲ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଦଳର ଦାୟିତ୍ୱ ଟିମ୍ ପେନିଙ୍କୁ ଦେଇ ସାରିଛି । ଷ୍ଟିଭ୍ଙ୍କ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ସ୍ପୁନସର୍ ୱିଟ୍ ବକ୍ସ୍ ର ନିର୍ମାତା କହିଛନ୍ତି ଯେ, ଷ୍ଟିଭ୍ ଙ୍କ ସହ କଂପାନୀର ବ୍ୟବସାୟିକ ସଂପର୍କର ପୁନଃସମୀକ୍ଷା କରାଯାଉଛି । ଷ୍ଟିଭ୍ ଅଷ୍ଟ୍ରେଲିଅ କ୍ରିକେଟ୍ ସଂପର୍କରେ କିଛି କହିବା ବେଳେ କଣ ବଲ୍ ଟ୍ୟାଂପରିଂ ଭଳି ଅପବାଦକୁ ବାଦ ଦେଇ ପାରିବେ କି (?) ବୋଲି ସଂସ୍ଥା ପ୍ରଶ୍ନ କରିଛି । ୱାର୍ଣ୍ଣର ଆସିକ୍ସ, ଏଲ୍ ଜି, ଗ୍ରେ ନିକୋଲସ୍, ନାଇନ୍ , ଟୟୋଟା, ନେସ୍ ଲେର ମିଲୋ ଓ ମେକ୍-ଏ- ୱିସ୍ ଫାଉଣ୍ଡେସନ୍ର ବ୍ରାଣ୍ଡ୍ ପାର୍ଟନର ରହିଛନ୍ତି । ଅଷ୍ଟ୍ରେଲିଅ ଓପନର୍ ଦକ୍ଷିଣ କୋରିଆର ଇଲୋକ୍ଟ୍ରୋନିକ୍ସ କଂପାନୀ ଏଲ୍ ଜିର ଟିଭି ଓ ଏୟାରକଂଡ଼ିସନର ବିଜ୍ଞାପନ ସହ ସଂପୃକ୍ତ । ଏଲ୍ ଜି କଂପାନୀ ଦକ୍ଷିଣ ଆଫ୍ରିକା ଘଟଣା ସଂପର୍କରେ ବିଷଦ ଭାବେ ଅବଗତ ଥିବା କହିଛି । କଂପାନୀ ନିଜ ବ୍ରାଣ୍ଡ୍ ଆମ୍ବାସଡରମାନଙ୍କ ସଂପର୍କରେ ରିତିମତ ସମୀକ୍ଷା କରିଥାଏ । କଂପାନୀ ତାହାର ଗ୍ରାହକ, କର୍ମଚାରୀ ଓ ଷ୍ଟେକ୍ ହୋଲଡର ମାନଙ୍କୁ ନଜରରେ ରଖି ଯାହା କିଛି ନିଷ୍ପତ୍ତି ନେଇଥାଏ ବୋଲି କହି ପରୋକ୍ଷରେ ବ୍ୟବସାୟିକ ସଂପର୍କରେ ପୂର୍ଣ୍ଣଛେଦ ପକାଇବାର ସୂଚନା ଦେଇଛି । ସେହିଭଳି, ନେସ୍ ଲେ କଂପାନୀ କହିଛି ଯେ, ୱାର୍ଣ୍ଣରଙ୍କ ସହ ସ୍ପୁନସର୍ସିପ୍ ଡ଼ିଲ୍ ଗଲା ବର୍ଷ ଶେେ ଭାଗରୁ ସରି ଯାଇଛି । ବିଭିନ୍ନ କଂପାନୀର ଏଭଳି ଆଭିମୁଖ୍ୟ ବଲ୍ ଟ୍ୟାଂପରିଂ ଘଟଣାକୁ ଅଧିକ ସ୍ପର୍ଶକାତର କରି ଦେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS