ସ୍ଲୋକା-ଆକାଶଙ୍କ ନିର୍ବନ୍ଧ ସରିଲା
ମୁମ୍ବାଇ, ୨୭ ମାର୍ଚ୍ଚ: ଦେଶର ସବୁଠାରୁ ଧନୀ ନିତା ଓ ମୁକେଶ ଆମ୍ବାନୀଙ୍କ ବଡ ପୁଅ ଆକାଶ ଆମ୍ବାନୀଙ୍କ ସହ ତାଙ୍କ ସ୍କୁଲ ଦିନର ସାଙ୍ଗ ସ୍ଲୋକା ମେହେଟ୍ଟାଙ୍କ ଗୋଆରେ ନିର୍ବନ୍ଧ ସରି ଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ସେମାନେ ଏକ ଘରୋଇ ପାର୍ଟିରେ ବିବାହ ପୂର୍ବର ଏହି ପବିତ୍ର ରସ୍ମ୍ ସାରି ଦେଇ ଥିବା କୁହାଯାଉଛି । ସ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ରସେଲ ମେହେଟ୍ଟା ଓ ମୋନା ମେହେଟ୍ଟାଙ୍କ ସାନ ଝିଅ। ମୋନା ରୋଜି ବ୍ଲୁ ଡ଼ାଇମଣ୍ଡ୍ ର ପରିଚାଳନା ନିଦେ୍ର୍ଦଶିକା ଅଛନ୍ତି । ଆକାଶ ଓ ସ୍ଲୋକା ହେଉଛନ୍ତି ସ୍କୁଲସାଥୀ ଏବଂ ମୁମ୍ବାଇର ଧୀରୁଭାଇ ଆମ୍ବାନୀ ଇଂଟରନ୍ୟାସନାଲ ସ୍କୁଲରେ ବହୁ ବର୍ଷ ଧରି ଏକାଠି ପଢୁ ଥିଲେ । ପରେ ସ୍ଲୋକା ପ୍ରିନସେଂଟନ୍ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ବିଦେଶ ଚାଲି ଯାଇ ଥିଲେ । ୨୦୧୩ରେ ସେ ଆନ୍ଥ୍ରୋପୋଲୋଜିରେ ସ୍ନାତକ କରିବା ପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଆଇନ ଓ ଆନ୍ଥ୍ରୋପୋଲୋଜିରେ ମାଷ୍ଟର ଡ଼ିଗ୍ରୀ କରିଛନ୍ତି । ନିର୍ବନ୍ଧ ସଂପର୍କରେ ଉଭୟଙ୍କ ପରିବାର କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ ହୋଇଥିବା ଫଟୋ ଆଲୋଚନାର ଖୋରାକ ଯୋଗାଇଛି । ଗୋଆର ଏକ ଘରୋଇ ଆକର୍ଷଣୀୟ ଲନ୍ ପାର୍ଟିରେ ଏହି ନିର୍ବନ୍ଧ ହୋଇଥିବା କୁହାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS