ଆନ୍ନାଙ୍କ ଓଜନ ତିନି କେଜି କମିଲା
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ: ଏଠାକାର ରାମଲୀଳା ମଇଦାନରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନରେ ବସିଥିବା ବିଶିଷ୍ଟ ଗାନ୍ଧିବାଦୀ ସାମାଜିକ କର୍ମୀ ଆନ୍ନା ହଜାରେ ତିନି ଦିନ ମଧ୍ୟରେ ତିନି କେଜି ଓଜନ ହରାଇ ଥିବା ଜଣାପଡିଛି । ଶୁକ୍ରବାରରୁ ସେ ଅନଶନରେ ବସିଛନ୍ତି। ଓଜନ କମିଥିଲେ ବି ତାଙ୍କ ରକ୍ତଚାପ ସ୍ୱାଭାବିକ ରହିଛି ବୋଲି ଡାକ୍ତର ମାନେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି କରିବା ଦାବିରେ ଆନ୍ନା ଅନଶନରେ ବସିଛନ୍ତି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ସହାୟକ ମୂଲ୍ୟ ଦିଆଯିବା ମଧ୍ୟ ତାଙ୍କ ଦାବି ଅନ୍ତର୍ଭୁକ୍ତ । ୨୦୧୧ରେ ମଧ୍ୟ ସେ ଏକା ଦାବି ରଖି ଏହି ରାମଲୀଳା ମଇଦାନରେ ଆମରଣ ଅନଶନ କରିଥିଲେ। ଆନ୍ନାଙ୍କ ଅନଶନ ପରେ ତକ୍ରାଳୀନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର୨୦୧୩ରେ ସଂସଦରେ ଲୋକପାଳ ଓ ଲୋକାୟୁକ୍ତି ଆଇନ ଗୃହୀତ କରି ଥିଲେ । ତେବେ, ତାହା ଠିକ୍ ଭାବେ ପ୍ରସ୍ତୁତ ହୋଇ ନ ଥିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୃହୀତ ଆଇନକୁ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ଆନ୍ନା ଅଭିଯୋଗ କରିଛନ୍ତି । ସାତ ବର୍ଷ ତଳେ ସେ ରାମଲିଲା ମଇଦାନରୁ ୟୁପିଏ ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରି ଦେଶରେ ଚହଳ ପକାଇ ଥିଲେ । କିଶାନ ବାବୁରାଓ ହଜାରେ (ଆଜି ସମସ୍ତ ତାଙ୍କୁ ‘ଆନ୍ନା’ ବୋଲି ଜାଣନ୍ତି) ସାତ ବର୍ଷ ପରେ ଏକା ଦାବି ଉପସ୍ଥାପନ କରି ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ବିରୋଧରେ ଅନଶନରେ ବସିଛନ୍ତି । ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବି ସହ ଦେଶବ୍ୟାପୀ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱାମୀନାଥନ କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଏହି ଅନଶନ ଚାଲିଛି । ତେବେ, ସାତ ବର୍ଷ ପରେ ମଧ୍ୟ ତାଙ୍କ ଦାବି ବା ଆନେ୍ଦଳନ କରିବାର ତରିକାରେ ପରିବର୍ତନ ହୋଇ ନାହିଁ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟମାନଙ୍କରେ ଲୋକାୟୁକ୍ତ ନିଯୁକ୍ତି ଦାବିରେ ସେ ତକ୍ରାଳୀନ ୟୁପିଏ ସରକାର ବିରୋଧରେ ଆନେ୍ଦାଳନ କରିବା ସମୟରେ ତାଙ୍କୁ ଦେଶବ୍ୟାପୀ ସମର୍ଥନ ମିଳିଥିଲା ଏବଂ ଏହି ଆନେ୍ଦାଳନରୁ ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟିର ସୃଷ୍ଟି ହୋଇଥିଲା । ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ସମାନ ଦାବି ଉପସ୍ଥାପନ କରି ଅନଶନରେ ବସି ଥିବା ବେଳେ ଏପର୍ଯ୍ୟନ୍ତ କେହି କେଜରିୱାଲ ସାମନାକୁ ଆସି ନାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS