ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ
ରାଉରକେଲା (ମୋ ଅନୁଭବ): ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା କଳା ନୈପୁଣ୍ୟତା ପ୍ରଦର୍ଶନ କରାଯାଇଥିôଲା ବେଳେ ପଂଚମ ଦିବସରେ ମହେଶ୍ୱତା ଦେବୀଙ୍କ ନାମରେ ନାମିତ ସଂଧ୍ୟାରେ ବିଶିଷ୍ଠ କଥାକାର ଡ. ଅସିତ୍ ମହାନ୍ତି ଓ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନ ବକ୍ତା ଭାବେ ଯୋଗ ଦେଇ “କଥାର ପୃଥିବୀ ଓ ପୃଥିବୀର କଥା” ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ବକ୍ତା ଆଦିମ ସାହିତ୍ୟ, ଲୋକ କଥା, ଲୋକ ସାହିତ୍ୟର ଉଦାହରଣ ଦେବା ସହ ଆଦିବାସୀ ଜନଜୀବନ ଓ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ଲୋକ ଗଲ୍ପ ଓ ଲୋକ ସାହିତ୍ୟର ଅବତାରଣା କରିଥିଲେ । ସାହିତ୍ୟ ପ୍ରତି ଯୁବ ବର୍ଗର ଅନାଗ୍ରହ ସତ୍ୱେ ଫେସ ବୁକ୍ ପୃଷ୍ଠାରେ ସ୍ଥାନିତ କ୍ଷୁଦ୍ର ଗଳ୍ପ ଗୁଡିକରେ ସାମାଜିକ ସାହିତ୍ୟ ଚେତନାର ପରିବର୍ତନର ଆଭାସ ଦେଇ “କଥା କେବେ ସରେନା”ବୋଲି ସେମାନେ କହିଥିଲେ । ସଂପ୍ରତି ପୃଥିବୀର କଥାରେ ଅନେକ ପରିବର୍ତନ ଘଟିଥିବା ସହ ଆମ କଥା, ଆମ ଗଳ୍ପ ଏବେ ନୂଆ ରୁପ ଆଉ ନୂଆ ଦିଗର ଆଭାସ ଦେଉଥିବା ସେମାନେ କହିଛନ୍ତି । ଏହି ଅବସରରେ ରାଉରକେଲାର ଉପ ଜିଳ୍ଲାପାଳ ହିଂମାଶୁ ଶେଖର ବେହେରା ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଠ ଲେଖିକା ଅଳକା ଚାନ୍ଦ, ସଭାପତି ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ ।
ଅନ୍ତିମ ଦିବସରେ ପ୍ରଥମାର୍ଦ୍ଧରେ ଅଧ୍ୟାପକ ଭବେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ଆଦିବାସୀ କଳା ସଂସ୍କୃତି ଉପରେ ନିଜ ସାରଗର୍ଭକ ମତ ଉପସ୍ଥାପନ କରିବା ସହ ଆଦିବାସୀ ସଂସ୍କୃତର ଅବକ୍ଷୟ ହେଉଥିବା ଯୋଗୁ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ସଂଜୟ ହାତୀ, ନିବେଦିତା ଜେନା,ଦିଲୋ୍ବର ମହାରଣା, କୈଳାଶ ପାଣିଗ୍ରାହୀ, ପିତାମ୍ବର ପୁହାଣ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି “ମଂଚମାୟା ଓ ନାଟକ” ଶୀର୍ଷକ ଉପରେ ମତ ବିନିମୟ କରିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ “ଜନଜାତି ସଂସ୍କୃତି : ଓଡିଆ ସାହିତ୍ୟରେ ନବ୍ୟ ସଂରଚନା” ପୁସ୍ତକକୁ ଉନ୍ମୋଚନ କରିଥିଲେ । ଅନ୍ତିମ ଦିବସର ଦ୍ୱିତୀୟାର୍ଦ୍ଧରେ ଅଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲେଖକ ପଙ୍କଜ ଶାହ, ଡ. ମିହିର ସାହୁ, ଡ.ହୁସେନ ରବି ଗାନ୍ଧୀ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ “ଓଡିଆ ସହିତ୍ୟରେ ସାମାଜିକ ପ୍ରତିବଦ୍ଧତା” ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନର ମୁଖପତ୍ର ବାସନ୍ତିକା ଓ ଅଳକା ଚାନ୍ଦଙ୍କ ରଚିତ ଅନୁବାଦ ପୁସ୍ତକ “ଜୀବନଲୀଳା” ପୁସ୍ତକକୁ ସେମାନେ ଉନ୍ମୋଚନ କରିଥିଲେ । କାଯ୍ୟକ୍ରମକୁ ଅନିଲ ମଲ୍ଲିକ ପରିଚାଳନା କରିଥିଲେ । ଏହି ଅବସରରେ ମ୍ୟୁଜିକ ସର୍କଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା “ଏଇ ଆମ ଟିକି ଗାଁ” ନୃତ୍ୟ ନାଟିକା ପରିବେଷଣ ହୋଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS