ସାମାଜିକ ଗଣମାଧ୍ୟମ ଦିଗହରା, ଭୁଲ୍ ତଥ୍ୟର ପ୍ରସାର ଚିନ୍ତାରେ ପକାଉଛି ବୁଦ୍ଧିଜୀବୀଙ୍କୁ
ଆଲେଖ୍ୟ : ଶିବ ପ୍ରସାଦ ଦାସ
କିଛି ବର୍ଷ ପୂର୍ବେ ଫେସ୍ବୁକ୍, ହ୍ୱାଟସ୍ ଅପ୍, ଟ୍ୱିଟର, ୟୁଟ୍ୟୁବ୍, ଇ-ଜର୍ଣ୍ଣାଲର ପ୍ରସାର ପରେ ଅନେକ ବିଦ୍ୱାନ ବ୍ୟକ୍ତି ମୁଦ୍ରିତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ବିକ୍ରୀ ହୋଇଥିବ ବା ବିକାଉ ଗଣମାଧ୍ୟମ କହି ସମାଲୋଚନା କରିବା ସହ ବିଭିନ୍ନ ବିଷୟ ଓ ଆଖିରେ ଦେଖିଥିବା ଘଟଣାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଓ ପାରମ୍ପରିକ ଗଣମାଧ୍ୟମର ଭୁଲ୍ତୃଟିକୁ ସମାଲୋଚନା କରିବା ଦେଖିବାକୁ ମିଳୁଥିଲା । ଏହା ସହ ତଥ୍ୟଭିତ୍ତିକ ବଳିଷ୍ଠ ଉପସ୍ଥାପନା ଲାଗି ସାମାଜିକ ଗଣମାଧ୍ୟମକୁ ବ୍ୟବହାର ସାମାଜିକ ଗଣମାଧ୍ୟମର ଲୋକପ୍ରିୟତା ବଢ଼ିବାର ମୁଖ୍ୟ କାରଣ ଥିଲା । ଇଂଟରନେଟ୍ ପ୍ୟାକ୍ର ଆଶାତୀତ ଦର ହ୍ରାସ ଓ ୪ ଜି ସେଟ୍ ର ବହୁଳ ବୃଦ୍ଧି ପରେ ଯୁବ ବର୍ଗ, ମହିଳା, ପୁରୁଷ ଓ ସବୁ ବର୍ଗର ଜନତା ନିଜ ବଳକା ସମୟ କାଟିବା ଓ ବିଭିନ୍ନ ଘଟଣା ଜାଣିବା ଲାଗି ଏହି ମୋବାଇଲ୍ ଉପରେ ନିର୍ଭର କରିବା ସହ ସାମାଜିକ ଗଣମାଧ୍ୟମର ନିକଟତର ହୋଇପାରିଛନ୍ତି । ଦୀର୍ଘ ବର୍ଷର ବନ୍ଧୁ ସହ ଫେସ୍ ବୁକ୍ ଦ୍ୱାରା ଯୋଗାଯୋଗ ପରେ ମଣିଷଟି ଏହି ଯାନ୍ତ୍ରିକ କୌଶଳର ପ୍ରଶଂସାରେ ମଧ୍ୟ ଶତମୁଖ ହେବାରେ ଲାଗିଛି ।
କିନ୍ତୁ, ଲୋକପ୍ରିୟତାର ଶିଖରରେ ପଂହଚିବା ପରେ ଏବେ ଏଥିର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଭିନ୍ନ ରାଜନୈତିକ ଦଳର ସାମାଜିକ ଗଣମାଧ୍ୟମ ସେଲ୍ ଦ୍ୱାରା ଯେଭଳି ନେଟ୍ ଓ ତଥ୍ୟର ଦୁରୁପଯୋଗ କରାଯାଉଛି ତହା ଉଚ୍ଚଶିକ୍ଷିତ ଓ ବୁଦ୍ଧିଜୀବୀ ମହଲକୁ କ୍ରମଶଃ ଏହି ମାଧ୍ୟମ ଠାରୁ ଦୂରେଇ ଯିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳୁଛି । କିଛି ବର୍ଷ ତଳେ ସାମାଜିକ ଗଣମାଧ୍ୟମକୁ ନେଇ ପ୍ରଶଂସାରେ ଶତମୁଖ ଥିବା ବ୍ୟକ୍ତିମାନେ ଆଉ ପୂର୍ବପରି ଏହି ମାଧ୍ୟମକୁ ପସନ୍ଦ କରୁ ନାହାନ୍ତି । ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଇଛାକୁ ଚରିତାର୍ଥ କରିବା ଲାଗି ଏହି ଗଣମାଧ୍ୟମକୁ ବ୍ୟବହାର କରି ବିଭିନ୍ନ ଆଂଚଳିକ, ଜାତୀୟ, ଆନ୍ତର୍ଜାତୀୟ ଓ ବୈଦେଶିକ ଘଟଣାବଳୀ ସଂପର୍କିତ ଫଟୋକୁ ଭାଇରାଲ କରୁଥିôବା ବେଳେ ଆଦୌ ରାଜନୈତିକ ଧାରଣା ନ ଥିବା ବ୍ୟକ୍ତିମାନେ ରାଜନୈତିକ ଦଳ ଦ୍ୱାରା ପ୍ରସ୍ତୁତ ଏହି ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଦ୍ୱାରା ଭାଇରାଲ କରିବା ସହ ନିଜର ବିତଣ୍ଡା ଯୁକ୍ତିମାନ ଉପସ୍ଥାପନ କରୁ ଥିôବା ଚିନ୍ତାର କାରଣ ହୋଇଛି, ଯାହାକି ଦେଶର ବୁଦ୍ଧିଜିବୀମାନଙ୍କୁ ସାମାଜିକ ଗଣମାଧ୍ୟମ ପ୍ରତି ବିମୁଖ କରୁଛି ।
ଗତ ବର୍ଷ ଭଦ୍ରକ ସହରରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗାର ମୁଖ୍ୟ କାରଣ ଥିଲା ସାମାଜିକ ଗଣମାଧ୍ୟମରେ ବିଦ୍ୱେଷମୂଳକ ପ୍ରଚାର । ଫଳରେ, ଚଳିତ ବର୍ଷ ଏହି ଧାର୍ମିକ ପର୍ବ ଅବସରରେ ଭଦ୍ରକ ସହରରେ ଦୁଇ ଦିନ ଲାଗି ଇଂଟରନେଟ ସେବା ବନ୍ଦ ରଖା ଯାଇଥିଲା । ଗଣମାଧ୍ୟମରେ କିଛି ଦିନ ତଳେ ମାଲକାନଗିରିରେ ମହାବଳ ବାଘ ବୁଲୁ ଥିବାର ଫଟୋ ଭାଇରାଲ ହେବା ପରେ ବନ ବିଭାଗ ନୟାନ୍ତ ହୋଇଥିଲା । ଗତ ବର୍ଷା ଋତୁରେ ଏକ କୃତ୍ରିମ ବନ୍ୟାକୁ ନେଇ ଫଟୋ ରାଜ୍ୟର ଦୁଇ ରାଜନୈତିକ ଦଳ ଦ୍ୱାରା ଭାଇରାଲ ହୋଇଥିଲା । ସେହି ସମାନ ଫଟୋକୁ ଦଳେ ଗୁଜୁରାଟର ବୋଲି କହୁଥିବା ବେଳ ଦଳେ ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟର ଦୃଶ୍ୟ ବୋଲି ଦାବି କରିଥିଲେ । ଅନ୍ୟ ଏକ ଘଟଣାରେ ରାଜନୈତିକ ହିଂସାର ଦୃଶ୍ୟ ଥିôବା ଏକ ଫଟୋକୁ ନେଇ ରାଜ୍ୟର ଦୁଇ ଦଳ ପରସ୍ପରକୁ ଦାୟୀ କରିଥିବା ବେଳେ ପରବର୍ତୀ ସମୟରେ ପ୍ରତିପକ୍ଷ ଦଳ ଏହାକୁ ତାମିଲନାଡୁର ବୋଲି ସେହି ଫଟୋକୁ ଭାଇରାଲ କରିଥିଲେ । ସେହିଭଳି ସାମାଜିକ ଗଣମାଧ୍ୟମରେ କିଛି ଦିନ ହେଲା କଂଗ୍ରେସ ଦଳ ଓ ଏହାର ସଭାପତି ରାହୁଲ ଗାନ୍ଧୀଙ୍କ ବିଭିନ୍ନ ମନ୍ଦିର ପରିଦର୍ଶନ ଏବଂ ତାଙ୍କର ବ୍ୟକ୍ତିଗତ ଧାର୍ମିକ ବିଶ୍ୱାସ,ରାଷ୍ଟ୍ରପ୍ରୀତି ଓ ସାଧାରଣ ଜ୍ଞାନକୁ ନେଇ ଯେଉଁ ଭଳି ସମାଲୋଚନା ହେଉଛି, ତାହା ଅତ୍ୟନ୍ତ ଘୃଣିତ ବୋଲି ନିରପେକ୍ଷ ବିଚାରଧାରା ସଂପନ୍ନ ଯେ କୌଣସି ବ୍ୟକ୍ତି କହିବେ । କୌଣସି ବଳିଷ୍ଠ ଯୁକ୍ତି ନ ଥାଇ ଯାନ୍ତ୍ରିକ କୌଶଳ ବ୍ୟବହାର ମାଧ୍ୟମରେ ଏକ ସାଧାରଣ ଫଟୋଚିତ୍ର ସହ ଯେଉଁ ଭଳି ଅବାନ୍ତର ଯୁକ୍ତିମାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି ସେସବୁ ନିଶ୍ଚିତ ଭାବେ ନିନ୍ଦନୀୟ ।
ସାମାଜିକ ଗଣମାଧ୍ୟମରେ ରାଜନୈତିକ ଜ୍ଞାନର ଅଭାବ ଥିବା ଅନେକେ ପ୍ରଶ୍ନ ବି ଆସୁଛି । ଯଦି ତଥ୍ୟରେ ସତ୍ୟତା ନାହିଁ, ପ୍ରତିପକ୍ଷ ଅଦାଲତର ଆଶ୍ରୟ ନେଉ ନାହିଁ କାହିଁକି (?) ବୋଲି ପ୍ରଶ୍ନ ହେଉଛି । ସାମାଜିକ ଗଣମାଧ୍ୟମରେ ବୁଲୁ ଥିବା ଅନେକ ଭାଇରାଲ ଫଟୋକୁ ନେଇ ଏବେ ବୁଦ୍ଧିଜିବୀ ମହଲରେ ଅନେକ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତ୍ତର ଦେବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ । ମୋବାଇଲର ବହୁଳ ବ୍ୟବହାର ଯୋଗୁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ କରିଥିଲା । କେନ୍ଦ୍ରରେ ସରକାର ଗଢ଼ିଥିବା ବିଜେପି ମଧ୍ୟ ୨୦୧୪ ନିର୍ବାଚନରେ ସାମାଜିକ ଗଣମାଧ୍ୟମକୁ ଯଥେଷ୍ଟ ଗୁରୁତ୍ୱ ଦେଇଥିଲା । ଗତ ନିର୍ବାଚନରେ ଏହି ଦୁଇଦଳର ସଫଳତା ପରେ ଏବେ ଛୋଟ, ବଡ ସମସ୍ତ ରାଜନୈତିକ ଦଳ ଏହି ମାଧ୍ୟମର ବହୁଳ ବ୍ୟବହାର ପ୍ରତି ଗୁରୁତ୍ୱ ଦେଉଥିôବା ବେଳେ ଚା କପ୍ରେ ଝଡ ପରି ଏବେ ଏହି ମାଧ୍ୟମରେ ଭାଇରାଲ ଫଟୋ ଓ ଭିଡିଓକୁ ନେଇ ଆଲୋଚନାର ଝଡ ଥମୁନି । ତଥ୍ୟର ସତ୍ୟତାକୁ ନେଇ ଅନେକ ସନ୍ଦିହାନ । ତଥାପି,ଏହାର ପ୍ରସାର ଯୁବବର୍ଗକୁ ଭ୍ରମିତ କରୁଛି । ସେମାନେ ଭୁଲ୍ ତଥ୍ୟର ଶିକାର ହେଉଥିବା ନିଶ୍ଚିତ । ଯୋଗାଯୋଗରେ ଉନ୍ନତି, ନିଯୁକ୍ତି, ବାଣିଜ୍ୟ ଲାଗି ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ଓ ବନ୍ଧୁତା ଉପରେ ରାଷ୍ଟ୍ର ଗୁରୁତ୍ୱ ଦେବା ସହ ବିଶ୍ୱାୟନ ଦିଗରେ ଅଗ୍ରସର ହେଉଥିôବା ବେଳେ ସାମାଜିକ ଗଣମାଧ୍ୟମରେ ତଥ୍ୟକୁ ନେଇ ଉଠୁଥିବା ଅନେକ ବିତର୍କ ଯୁବ ବର୍ଗଙ୍କୁ ଭୁଲ୍ ବାଟରେ ପରିଚାଳିତ କରିବାର ଆଶଙ୍କା ସୃଷ୍ଟି କରିଛି । ତେଣୁ, ଏହାର ପ୍ରତିକାର ସଂପର୍କରେ ସମସ୍ତେ ଚିନ୍ତା କରିବାର ସମୟ ଆସି ଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS