ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ, କମ୍ ଦରମାକୁ ମାତ୍ରାଧିକ ଚାପ ଅଭିଯୋଗ
ଭୁବନେଶ୍ୱର (ମୋ ଅନୁଭବ): ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଠାରେ ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ ଅନୁଷ୍ଠିତ ହୋଇ ଜିଆରଏସ୍ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଛି । ସମାନ କାମକୁ ସମାନ ଦରମା, ଖାଲି ଥିବା ପଦବୀ ପୂରଣ, ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀରେ ଜିଆରଏସ୍ଙ୍କୁ ଥଇଥାନ କରାଯିବା, ସାମଜିକ ସୁରକ୍ଷା ଯୋଜନାରେ ସାମିଲ, ପଦୋନ୍ନତି, ନିୟମିତକରଣ, ମୂଳ ଦରମା ୫,୨୦୦ ଟଙ୍କା ସହ ଗ୍ରେଡ୍ ପେ’ ଓ ଅନ୍ୟାନ୍ୟ ଭତ୍ତା ମିଶିି ଦରମା ୯,୫୦୦ ଟଙ୍କା କରାଯିବା ପ୍ରଭୃତି ଦାବି ସଂଘ ତରଫରୁ ଉପସ୍ଥାପନ କରାଯାଇଛି । ମହାଧିବେଶନରେ ଏସବୁ ଦାବି ଉପସ୍ଥାପନ କରାଯିବା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଆରଏସ୍ ମାନେ କିପରି ରାଜନୈତିକ ଆକ୍ରୋଶର ଶିକାର ହୋଇ ଚାକିରୀରୁ ଛଟେଇ ଓ ବହିଷ୍କୃତ ହେଉଛନ୍ତି ତାହା ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ପ୍ରାୟ ୫୦୦୦ ଜିଆର୍ଏସ୍ ଏଥିରେ ଯୋଗ ଦେଇ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ସରକାର ସେମାନଙ୍କ ଦାବି ତୁରନ୍ତ ପୁରଣ ନ କଲେ ଅପ୍ରେଲ ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି । ମହାଧିବେଶନରେ ସଂଘର ରାଜ୍ୟ ସଭାପତି ପ୍ରଭାତ ତିୱାରୀ, କାର୍ଯ୍ୟକାରୀ ସଭାପତି ରମାକାନ୍ତ ଲେଙ୍କା, ସାଧାରଣ ସଂପାଦକ ବାବାଜୀ ବେହେରା, ଉପ ସଭାପତି ସତ୍ୟ ଜୀବନ ବିଶ୍ୱାଳ, ସୁଦର୍ଶନ ପୃଷ୍ଟି, ସୁରେଶ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS