ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ସଦସ୍ୟ ଅଶୋକ କୁମାର ବଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଟ୍ୟକାର ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନାରାୟଣ ପତି, ଆର୍ ଏସପି ଅଫିସର ସଂଘର ସଭାପତି ବିମଳ କୁମାର ବିଶି, ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ସାରଳା ସାଂସ୍କୃତିକ ଅନୁଷ୍ଠାନର ପାରମ୍ପରା ଓ ସାରଳା ଦାସଙ୍କ ମହାଭାରତ, ଚଂଡି ପୂରାଣରେ ଓଡିଆ ଜାତିର ଜନଜୀବନର ଦୃଶ୍ୟ ଉପରେ ଚମତ୍କାର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ସଂସ୍ଥା ତରଫରୁ ଅଧ୍ୟାପକ ଡ.ପ୍ରଭାତ ମଲ୍ଲିକଙ୍କୁ ସାରଳା ଦାସ ସାହିତ୍ୟ ସମ୍ମାନ, ମୀନତୀ ଦେବତାଙ୍କୁ ସାରଳା ସେବା ସମ୍ମାନ ଓ କୁମାର ସୋମେଶ ସ୍ୱାଇଁଙ୍କୁ ସାରଳା କ୍ରୀଡା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ଦୁଇ ଦିନ ବାଦୀପାଲା କାର୍ଯ୍ୟକ୍ରମ ହୋଇଥିବା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS