ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ପ୍ରତିଯୋଗିତା ଉଦ୍ଘାଟିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ଚାରି ଦିନ ବ୍ୟାପି ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆର୍ ଏସପିର ମହାପ୍ରବନ୍ଧକ ଶୁଭେନ୍ଦ୍ର ଦାସ ଉଦ୍ ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ରାଉରକେଲା ଉପ ଜିଲ୍ଲାପାଳ ହିମାଂଶୁ ଶେଖର ବେହେରା ଓ ମୁଖ୍ୟ ଅତିଥି ଭାବେ ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ସୁବୋଧ କାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ରାଉରକେଲାର ନାଟ୍ୟ ପରଂପରାର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ସୁବ୍ରତା ପତି ସଭାପତିତ୍ୱ କରିଥିଲେ। ଏହି ଅବସରରେ ଆର୍ ଏସପିର ବରିଷ୍ଠ ଅଧିକାରୀ ଶୁଭେନ୍ଦ୍ର ଦାସଙ୍କୁ ‘ନାଟ୍ୟ ବନ୍ଧୁ’ ସମ୍ମାନ ଓ ବାଲେଶ୍ୱରର ସୁନାମଧନ୍ୟ ଭେଷଜବିଦ୍ ଡ.ପ୍ରଫୁଲ କୁମାର ଆଚାର୍ଯ୍ୟଙ୍କୁ ‘ସଂସ୍କୃତି ବନ୍ଧୁ’ ସମ୍ମାନ ପ୍ରଦାନ କରାଯାଇଥିଲା ଓ ରାଉରକେଲାର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ‘ସଂପର୍କ’ ତରଫରୁ ନାଟକ ‘ଅଥଃ ନାରଦ ଉବାଚ’ ଅନୁଷ୍ଠିତ ହୋଇଥିଲା ।
ନାଟକଟି କ୍ଷୟମୁଖୀ ଉକôଳୀୟ ଭାଷା ପରମ୍ପରା ଉପରେ ପର୍ୟ୍ୟବଶିତ ଥିଲା । ସହରରେ ରହୁଥିବା ପୁଅ ଘରକୁ ବାପା ପ୍ରଭାକର ମହାପାତ୍ର ଦୀର୍ଘ ୧୨ ବର୍ଷ ପରେ ଆସିଛନ୍ତି । ପ୍ରଭାକର ମହାପାତ୍ର ଓଡିଆ ଭାଷା ସାହିତ୍ୟର ଅତ୍ୟନ୍ତ ଅନୁରାଗୀ ଥିବା ବେଳେ ତାଙ୍କ ବୋହୁ ଓ ନାତି ପାଶ୍ଚାତ୍ୟ ସଂସ୍କୃତିର ଅନୁଗାମୀ । ଏ ଭିତରେ କୈଳାଶରୁ ଭଗବାନ ଗଣେଶଙ୍କୁ ଉତ୍କଳ ଭ୍ରମଣ ଲାଗି ନାରଦ ନିମନ୍ତ୍ରଣ କରି ଆଣିଛନ୍ତି । ଗଣେଶ ଉତ୍କଳୀୟ ସଂସ୍କୃତି ଓ ଭାଷାର ପ୍ରଶଂସକ ଥିଲେ । କିନ୍ତୁ ଉତ୍କଳ ଭ୍ରମଣ ପରେ ସେ ଜାଣି ପାରିଲେ ଉତ୍କଳରେ ଅଧିôକାଂଶ ଦେଖାଣିଆ ଭବେ ଭାଷା ସାହିତ୍ୟ ଆନେ୍ଦାଳନ କରୁଛନ୍ତି, କିନ୍ତୁ ଓଡିଆ ଭାଷା, ସଂସ୍କୃତି ଅବକ୍ଷୟମୁଖୀ ହେବା ସହ ସାହିତ୍ୟ ଆସର ମଦର ଆସର ପାଲଟିଛି । ବିଶେଷ କରି ତାଙ୍କ ଭକ୍ତମାନେ ଗଣେଶ ପୂଜା ନା’ରେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରିବା ସହ ମଦ୍ୟପାନ କରି ପାଶ୍ଚାତ୍ୟ ସଂସ୍କୃତି ସହ ତାଳ ଦେଇ ନାଚ କରିବା ତାଙ୍କୁ ଖୁବ୍ ଆଘାତ ଦେଇଛି । ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚନା ଓ ନିର୍ଦେଶନାରେ ଅନୁଷ୍ଠିତ ଏହି ନାଟକରେ ଗଙ୍ଗାଧର ଜେନା, ରାଜୀବ ପାଣି, ମାନସ ସାହୁ, ବିଜୟ ପାତ୍ର, ନୃସିହଂ ମହାନ୍ତି ପ୍ରମୁଖ ଅଭିନୟ କରିଥିବା ବେଳେ ଭାସ୍କର ପୁହାଣ ଓ ଅଜୟ ପାଣି ସଙ୍ଗୀତ ନିର୍ଦେଶନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଜୟ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS