ସିବିଏସଇ ପ୍ରଶ୍ନପତ୍ର ଲିକ୍: ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ପୁଣି ଥରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୨୯ (ମୋ ଅନୁଭବ): ସିବିଏସଇ ବୋର୍ଡ ପରୀକ୍ଷାରେ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କୋମଳମତି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ପରୀକ୍ଷା ସରିବା ପରେ କିଛି ଦିନ ଶାନ୍ତିରେ କଟାଇବା ସହ ପରବର୍ତୀ କାର୍ଯ୍ୟକ୍ରମ ସଂପର୍କରେ ଯୋଜନା କରୁଥିବା ପରୀକ୍ଷାର୍ଥୀମାନେ ହଠାତ୍ ଏହି ଖବର ଶୁଣି ବିଚଳିତ ହେବା ସହ ବୋର୍ଡ ଉପରେ ଖପ୍ପା ହୋଇଛନ୍ତି । ପୁନର୍ବାର ଏହି ଦୁଇଟି ପେପର୍ ର ପରୀକ୍ଷା କେବେ ହେବ ତାହା ବୋର୍ଡ ସ୍ପଷ୍ଟ କରି ନଥିଲେ ମଧ୍ୟ ବୋର୍ଡର ୱେବ୍ ସାଇଟ୍ ରେ ତାହା ଗୋଟିଏ ସପ୍ତାହ ମଧ୍ୟରେ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଛି । ଫଳରେ, ପରୀକ୍ଷାର୍ଥୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ପୁନର୍ବାର ପରୀକ୍ଷା ହେବା ସଂପର୍କରେ ବୁଧବାର ଦିନ ସିବିଏସଇ ବୋର୍ଡ କର୍ତୃପକ୍ଷ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକରଙ୍କ ସହ କଥା ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁମାନେ ଏଥି ପାଇଁ ଦାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ପରୀକ୍ଷା ଆରମ୍ଭ ହେଉ ହେଉ ହ୍ୱାଟସ୍ ଆପ୍ ରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ବୁଧବାର ଏହି ଦୁଇଟି ପରୀକ୍ଷା ହୋଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS