ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା


ସୁନ୍ଦରଗଡ (ମୋ ଅନୁଭବ): ଦ୍ୱିତୀୟ ବ୍ରହ୍ମଣୀ ସେତୁ, ରାଉରକେଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା, କୋଏଲ ବ୍ୟାରେଜ୍ ନିର୍ମାଣ ପ୍ରଭୃତି ଦାବିକୁ ନେଇ ଜିଲ୍ଲା କଂଗ୍ରେସର ଆହ୍ୱାନକ୍ରମେ ଜିଲ୍ଲା ସଭାପତି ବୀରେନ୍ ସେନାପତିଙ୍କ ନେତୃତ୍ୱରେ କଂଗ୍ରେସର ଗଣଧାରଣା ଦ୍ୱିତୀୟ ଦିନରେ ପହଂଚିଛି । ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯିବା ସହ ରାଉରକେଲାର ଅଗ୍ରଗତି କ୍ଷେତ୍ରରେ ଉଭୟ ଦଳକୁ ଏଥି ଲାଗି ଜିଲ୍ଲା ନେତୃବୃନ୍ଦ ଦାୟୀ କରିଛନ୍ତି । ସେହିଭଳି ଗତ ୨୦୧୪ ମସିହା ଠାରୁ ରାଉରକେଲା ମୁନସିପାଲିଟି ନିର୍ବାଚନ ନ ହେବା ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ପିସିସି ରାଜନୈତିକ ସଂପାଦକ ରବି ରାୟ, ସମ୍ପାଦକ ସବିର ହୁସେନ,ଏଆଇସିସି ସଭ୍ୟ ରାଜ କୁମାର ଯାଦବ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ରଶ୍ମି ରଂଜନ ମିଶ୍ର ପ୍ରମୁଖ ଏହି ଧାରଣା କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଉଭୟ ସାଂସଦ ଓ ବିଧାୟକ ରାଉରକେଲାର ବିକାଶରେ ବାଧକ ସାଜି ଥିବା ସମାଲୋଚନା କରିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS