ଦଳୀୟ ପାଣ୍ଠି ସଂଗ୍ରହରେ ବିଜେପି ଧନୀ, କଂଗ୍ରେସ ଅବସ୍ଥା ନୈରାଶ୍ୟଜନକ
ନୂଆଦିଲ୍ଲୀ: ଦେଶର ସାଧାରଣ ବର୍ଗଙ୍କ ଦଳ ଭାବେ ନିଜକୁ ଦାବି କରୁ ଆସୁ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଅନ୍ୟ ଦଳମାନଙ୍କ ଠାରୁ ଆଗୁଆ ରହି ସବୁଠାରୁ ଧନୀ ରାଜନୈତିକ ଦଳରେ ପରିଣତ ହୋଇ ଥିବା ବେଳେ ଦେଶକୁ ସର୍ବାଧିକ ସମୟ ଶାସନ କରି ଆସିଥିବା ଭାରତୀୟ ଜାତୀୟ କଂଗ୍ରେସ ସବୁଠାରୁ ଦୟନୀୟ ଅବସ୍ଥାରେ ଆସି ପହଂଚି ଥିବା ଦେଶବାସୀଙ୍କୁ ବିସ୍ମିତ କରିଛି । ନିର୍ବାଚନ ସୁଧାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସର ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।
ଦେଶର ପ୍ରମୁଖ ସାତଟି ଜାତୀୟ ରାଜନୈତିକ ଦଳର ଗତ ବର୍ଷର ଆୟ ଓ ଖର୍ଚ୍ଚର ବିବରଣୀ ଏହି ସଂସ୍ଥା ନିକଟରେ ପ୍ରକାଶ କରିଛି । ସଂସ୍ଥାର ରିପୋର୍ଟ ଅନୁଯାୟୀ, କେନ୍ଦ୍ରରେ କ୍ଷମତାସୀନ ବିଜେପି ସର୍ବାଧିକ ୧୦୩୪ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଆୟ କରିଛି, ଯାହାକି ଗତ ବର୍ଷ ତୁଳନାରେ ୮୧.୧୮ ପ୍ରତିଶତ ଅଧିକ । ସେହିପରି ଭାରତୀୟ ଜାତୀୟ କଂଗ୍ରେସ ମୋଟ ୨୨୫ କୋଟି ୩୬ ଲକ୍ଷ ଟଙ୍କା ସଂଗ୍ରହ କରିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୧୪ ପ୍ରତିଶତ କମ୍ । କେବଳ ସେତିକି ନୁହଁ, ଏହି ତଥ୍ୟ ଅନୁସାରେ କଂଗ୍ରେସ ଭଳି ଏକ ଜାତୀୟ ଦଳ ଚଳିତ ବର୍ଷ ବିଭିନ୍ନ ରାଜ୍ୟର ନିର୍ବାଚନ ଓ ଅନ୍ୟନ୍ୟ ବାବଦରେ ୩୨୧କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିର ବୟାନ କରୁଛି । ସେହିପରି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପାର୍ଟି ମାତ୍ର ୬ କୋଟି ୩୯ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ୨୪ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଯାହାକି ରୋଜଗାର ତୁଳନାରେ ଅଧିକ । ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନସିପି) ମଧ୍ୟ ଅନୁରୂପ ଭାବେ ରୋଜଗାର ତୁଳନାରେ ଖର୍ଚ୍ଚ ଅଧିକ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏନସିପି ୧୭ କୋଟି ୨୩ ଲକ୍ଷ ଟଙ୍କା ବିଭିନ୍ନ ଉତ୍ସରୁ ସଂଗ୍ରହ କରିଥିବା ବେଳେ ୨୪ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ୧୭୩ କୋଟି ୫୮ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ମାତ୍ର ୫୧ କୋଟି ୮୩ ଲକ୍ଷ ଟଙ୍କା ବିଭିନ୍ନ ବାବଦରେ ଖର୍ଚ୍ଚ କରିଥିôବା ରିପୋର୍ଟରୁ ସୂଚନା ମିଳିଛି । ସାତଟି ଯାକ ଜାତୀୟ ରାଜନୈତିକ ଦଳ ବିଭିନ୍ନ ସୂତ୍ରରୁ ସର୍ବମୋଟ ୧୫୫୯ କୋଟି ୧୭ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ବେଳେ ବିଜେପି ଏକାକୀ ୧୦୩୪ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଥିବା ଉଲ୍ଲେଖଯୋଗ୍ୟ । ଗତ ବର୍ଷର ହିସାବ ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ଏହି ରାଜନୈତିକ ଦଳମାନେ ଅଧିକ ୫୨୫ କୋଟି ୯୯ ଲକ୍ଷ ଟଙ୍କା ଅଧିକ ରୋଜଗାର କରିଛନ୍ତି । ଯାହାର ଏକ ବଡ ଅଂଶ ବିଜେପି ଖାତାକୁ ଯାଇ ଥିବା ରିପୋର୍ଟରୁ ଜଣାପଡିଛି ।
ରାଜନୈତିକ ଦଳମାନେ ଠିକ୍ ସମୟରେ ଅଡିଟ ରିପୋର୍ଟ ଦେଉ ନ ଥିବା ଏହି ସଂସ୍ଥାର ରିପୋର୍ଟରେ ଦର୍ଶାଯାଇଛି । ଭାଜପା ୯୯ ଦିନ ବିଳମ୍ବରେ ଅଡିଟ ରିପୋର୍ଟ ଦେଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ୧୩୮ ଦିନ, ଏନସିପି ୭୯ ଦିନ, ସିପିଆଇ ୨୨ ଦିନ ବିଳମ୍ବରେ ନିଜ ନିଜ ଅଡିଟ ରିପୋର୍ଟ ପ୍ରଦାନ କରିଛନ୍ତି । ସିପିଏମ ଓ ତୃଣମୂଳ କଂଗ୍ରେସ ପରି ଦଳମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ଅଡିଟ ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି । ପ୍ରତ୍ୟେକ ରାଜନୈତିକ ଦଳ ସଂଗୃହୀତ ଚାନ୍ଦାର ବିବରଣୀ ପ୍ରଦାନ କରିବା ସମୟରେ ‘ଫର୍ମ ନଂ- ଏ’କୁ ଠିକ୍ ଭାବରେ ପୂରଣ କରି ଦଳକୁ ଚାନ୍ଦା ଦେଉଥିବା ସମସ୍ତ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ଠିକଣା ପ୍ରଦାନ କରିବା ଆବଶ୍ୟକ ବୋଲି ଏହି ସଂସ୍ଥା ପରାମର୍ଶ ଦେଇଛି । ସେହିପରି ଯେଉଁ ଦଳ ଠିକ୍ ସମୟରେ ଆୟକର ଦେଉ ନାହାନ୍ତି ସୋମାନଙ୍କ ପାଇଁ ଅର୍ଥଦଣ୍ଡର ବ୍ୟବସ୍ଥା କରାଯିବା ସହ ଲଗାତର ଭାବେ ନିଦେ୍ର୍ଦଶ ଅବମାନନା କରୁଥିବା ଦଳର ବୈଧ୍ୟତା ରଦ୍ଦ କରାଯିବାକୁ ସଂସ୍ଥା ପ୍ରସ୍ତାବ ରଖିଛି । ଆଇସିଏଆଇର ନିଦେ୍ର୍ଦଶ ପାଳନ କରୁ ନ ଥିବା ଦଳଙ୍କୁ ଆୟକର ବିଭାଗ ଦ୍ୱାରା ଯାଂଚ ପରିସରଭୁକ୍ତ କରା ଯିବାକୁ ମଧ୍ୟ ସଂସ୍ଥା ତାହାର ରିପୋର୍ଟରେ ସୁପାରିଶ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS