ରାଉରକେଲାରେ ‘ଆପ୍’ର ବିଶାଳ ସମାବେଶ
ରାଉରକେଲା (ମୋ ଅନୁଭବ): ରାଉରକେଲାର ବିଶ୍ରା ମଇଦାନ ଠାରେ ଆମ୍ ଆଦମୀ ପାର୍ଟିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସାଂସଦ ସଂଜୟ ସିଂହ ଯୋଗ ଦେଇ ଓଡିଶାରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ କରିବାରେ ସହାୟକ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଏକ ଦୂର୍ନୀତିମୁକ୍ତ ସରକାର ପ୍ରତିଷ୍ଠା ହୋଇ ଥିôବା ଏବଂ ଏହି ସରକାର ବିଦ୍ୟୁତ ଦର ପୂର୍ବ ସରକାର ତୁଳନାରେ ହ୍ରାସ କରିବାରେ ସକ୍ଷମ ହୋଇ ଥିବା ଶ୍ରୀ ସିଂହ ପ୍ରକାଶ କରିବା ସହ ଓଡିଶାରେ ‘ଆପ୍’ ସରକାର ପ୍ରତିଷ୍ଠା ହେଲେ ରାଜ୍ୟବାସୀଙ୍କୁ ଅନୁରୂପ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ‘ଆପ୍’ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂପାଦକ ନନ୍ଦଲାଲ ସିଂହ, ରାଉରକେଲା ପ୍ରଭାରୀ ବିନୟ ତିୱାରୀ, ସୁନ୍ଦରଗଡ ଲୋକସଭା କ୍ଷେତ୍ର ପ୍ରଭାରୀ ବାସିଲ ଏକ୍କାଙ୍କ ସମେତ ସମ୍ବଲପୁର, କେନ୍ଦୁଝର, ରେଢ଼ାଖୋଲ ଆଦି ଅଂଚଳର କ୍ଷେତ୍ର ପ୍ରଭାରୀମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ଅବସରରେ ରାଉରକେଲାର ସମସ୍ତ ବସ୍ତି ବାସିନ୍ଦାଙ୍କୁ ଘରପଟ୍ଟା ପ୍ରଦାନ ସହ ବିଜୁପକ୍କା ଘର ଯୋଗାଇ ଦେବାକୁ ରାଉରକେଲା ଏଡିଏମ୍ ଙ୍କୁ ୩୦ ହଜାର ଆବେଦନପତ୍ର ପ୍ରଦାନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS