ଦୁଇ କିଲୋମିଟରରୁ ଦେଖାଯିବେ ମଶା


ଚାଇନା ଏପରି ଏକ ମିଲିଟ୍ରି ରାଡର୍ ପ୍ରସ୍ତୁତ କରୁଛି ଯାହା ୨ କିଲୋମିଟର ଦୂରରୁ ମଶାଙ୍କୁ ଚିହ୍ନଟ କରି ମାରି ପାରିବ । ଏହି ମଶାମରା ଯନ୍ତ୍ରଟି ମୁଖ୍ୟତଃ ଚୀନ ସୈନିକମାନଙ୍କ ପାଇଁ ତିଆରି କରାଯାଉଛି । ଚାଇନାର ଜଙ୍ଗଲ ଭିତରେ ରହି ଦେଶକୁ ସୁରକ୍ଷା ଦେଉଥିବା ଜବାନମାନେ ଗୁଳି କିମ୍ବା ପଶୁଙ୍କ ଅପେକ୍ଷା ମଶା କାମୁଡାରେ ଅଧିକ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଚୀନ ସରକାର ଏହି ଯନ୍ତ୍ର ବିକଶିତ କରୁଛନ୍ତି । ପ୍ରତ୍ୟେକ ଦେଶର ସୈନିକଙ୍କ ପାଇଁ ଏହା ଏକ ଆବଶ୍ୟକୀୟ ଯନ୍ତ୍ରବୋଲି ଚୀନର ପ୍ରତିରକ୍ଷା ଅନୁସନ୍ଧାନ ବିଭାଗ କହି ଛନ୍ତି । ବେଜିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବର୍ତମାନ ଏହି ରାଡର୍ର ପ୍ରୋଟୋ ଟାଇପ୍ ପରୀକ୍ଷଣ ଚାଲିଛି । ପ୍ରୟୋଗଶାଳାରେ କରାଯାଉଥିବା ପରୀକ୍ଷଣ ଶେଷ ହେବା ମାତ୍ରେ ଏହାକୁ ପ୍ରତ୍ୟେକ ସେନା ସମ୍ବନ୍ଧୀୟ ବିଭାଗକୁ ପଠା ଯିବ । ଏହାକୁ ଟ୍ରକ୍ ମାଧ୍ୟମରେ ଯେକୌଣସି ସ୍ଥାନକୁ ନିଆଯାଇ ପାରିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS