ଆକାଶବାଣୀ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ମଧୁସୂଦନ ପାଣିଗ୍ରାହୀଙ୍କ ପରଲୋକ
ବ୍ରହ୍ମପୁର, ୧୩ ଏପ୍ରିଲ (ମୋଅନୁଭବ ମିଡ଼ିଆ): ଆକାଶବାଣୀର ପ୍ରଥମ ଓଡ଼ିଆ କେନ୍ଦ୍ର ନିର୍ଦେଶକ ତଥା ପ୍ରସାରଣ ଜଗତର କିମ୍ବଦନ୍ତୀ ପୁରୁଷ ମଦୁସୂଦନ ପାଣିଗ୍ରାହୀଙ୍କ ୯୫ ବର୍ଷ ବୟସରେ ବ୍ରହ୍ମପୁର ଅଶୋକନଗର-୮ ସ୍ଥିତ ବାସଭବନରେ ଗୁରୁବାର (୧୨ ତାରିଖ) ଦିନ ପରଲାକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମାୟା, ପୁଅ ମିହିରକାନ୍ତ, ପ୍ରିୟଦର୍ଶୀ, ହୃଷିକେଶ, ବୋହୁ ସୁପ୍ରଭା, ସୁଦୀପ୍ତା, ଝିଅ ମଂଜୁଶ୍ରୀ, ସୁଜାତା, ଜୟଶ୍ରୀ, ଜ୍ୱାଇଁ ଅମ୍ବରୀଶ ଓ ମହେଶଙ୍କ ସମେତ ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ଆକାଶବାଣୀ ମାଧ୍ୟମରେ ଓଡ଼ିଆ ଲୋକ ସାହିତ୍ୟ, ଲୋକ କଳା ଓ ଲୋକ ସଂସ୍କୃତିକୁ ପ୍ରଚାରିତ ଓ ପ୍ରସାରିତ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଦ୍ୟାର୍ଥୀମାନଙ୍କ ପାଇଁ ବେତାର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଆଦିବାସୀ ଜନଜାତି ଓ ବିଭିନ୍ନ ବର୍ଗର ଶ୍ରେତାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଥିଲେ । ୧୯୨୪ ମସିହା ଜୁନ ୯ ତାରିଖରେ ସେ ରସୋଲକୋଣ୍ଡା, ଭଂଜନଗର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆକାଶବାଣୀର କଟକ ଓ ସମ୍ବଲପୁର କେନ୍ଦ୍ର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଜୀବନବ୍ୟାପୀ ଉପଲବ୍ଧି ସକାଶେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଅନ୍ୟନ୍ୟ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ୍ ପ୍ରତିଷ୍ଠା କରି ସେ ସାହିତ୍ୟ, ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା ବ୍ୟକ୍ତବିଶେଷଙ୍କୁ ପ୍ରତିଷ୍ଠିତ କରିବା ସହ “କୁଆଁର ପୁନେଇ ଜହ୍ନଗୋ”କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବ ପ୍ରତିଭାମାନଙ୍କୁ ଆଗେଇ ଯିବାରେ ମାର୍ଗଦର୍ଶନ କରିଥିଲେ । ତାଙ୍କ ଅନ୍ତିମ ଦର୍ଶନ ସକାଶେ ଗୁରୁବାର ଦିନ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଶୋକନଗର ସ୍ଥିିତ ବାସଭବନରେ ପହହଂଚିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS