ସୁରତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ
ସୁରତ, ୧୭ ଏପ୍ରିଲ (ରାଜେଶ କୁମାର ପାଢୀ): ଗୁଜରାଟର ସୁରତ ସହରରେ ଥିବା ପାଣ୍ଡେସରା ବମରୋଲି ରାମନଗର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ୧୫ ତାରିଖ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶା ଖାଦ୍ୟ ମେଳା ସମେତ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ବିଜେପିର ପ୍ରବକ୍ତା ତଥା ବିଶିଷ୍ଟ ସମାଜସେବୀ ପ୍ରତାପ ଷଡଙ୍ଗୀ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ସୁରତରେ ବହୁ ସଂଖ୍ୟକ ଓଡ଼ିଆଙ୍କୁ ପାଇ ଆନନ୍ଦିତ ହେବା ସହ ସେଠାରେ ନିଜସ୍ୱ ପ୍ରଚେଷ୍ଟାରେ ଶିଶୁ ମନ୍ଦିର ମାଧ୍ୟମରେ ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ଦେଖି ଷଡଙ୍ଗୀ ପ୍ରଶଂସା କରିଥିଲେ । ପିଲାଙ୍କୁ ଓ ଅଭିଭାବକଙ୍କୁ ଆରୁଣି, ନଚିକେତା, ପ୍ରହଲ୍ଲାଦ, ଏକଲବ୍ୟ, ବାଜି ରାଉତ, ଫକିରମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ପରାମର୍ଶ ଦେଇଥିଲେ । ସମାସେବୀ ବିଦେଶି ସାହୁ, ଅଭିିମନ୍ୟୁ ଜେନା, ଜୟନ୍ତ ଗନ୍ତାୟତ. ସୀମାଂଚଳ ଭୋଳ କାର୍ଯ୍ୟକ୍ରମରେଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିର ପ୍ରାଧାନାଚାର୍ଯ୍ୟ ରିତାରାଣୀ ପାଳ, ସନାତନ ସାମନ୍ତରା ଏବଂ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS