ଯଶୱନ୍ତ ସିହ୍ନା ବିଜେପି ଛାଡିଲେ
ନୂଆଦିଲ୍ଲୀ, ଏପ୍ରିଲ ୨୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଅର୍ଥନୈତିକ ନୀତିକୁ ସମାଲୋଚନା କରି ଦଳ ଭିତରେ କୋଣଠେସା ହୋଇ ରହିଥିବା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଆଜି (ଶନିବାର) ଦିନ ବିଜେପି ଛାଡିଛନ୍ତି । ସେ ଦଳ ସହ ସମସ୍ତ ସଂପର୍କ ଛିନ୍ନ କରିଥିବା ଏବଂ ଭବିଷ୍ୟତରେ ମଧ୍ୟ କୌଣସି ଦାୟିତ୍ୱ ନେବାକୁ ପ୍ରସ୍ତୁତ ନ ଥିବା ତାଙ୍କ ଦ୍ୱାରା ନୂତନ ଭାବେ ଗଠିତ ରାଷ୍ଟ୍ରୀୟ ମଂଚର ପ୍ରଥମ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଉ ନ ଥିବା ମଧ୍ୟ ଆଜି ସ୍ପଷ୍ଟ କରିଛନ୍ତି ।
ମୋଦୀ ସରକାରଙ୍କ ଦ୍ୱାରା ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ବା ନୋଟବନ୍ଦୀକୁ ଦୃଢ ସମାଲୋଚନା କରି ସରକାରଙ୍କ ଚକ୍ଷୁଶୂଳ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିହ୍ନା ବିଜେପି ସହ ଆଜି ଠାରୁ ସବୁ ସଂପର୍କ ଛିନ୍ନ କଲେ ବୋଲି ଘେଷଣା କରିବା ଅବସରରେ କହିଛନ୍ତି ଯେ, ଦେଶର ଗଣତନ୍ତ୍ର ବିପନ୍ନ ହୋଇ ପଡି ଥିବାରୁ ତାହାକୁ ବଂଚାଇ ରଖିବା ସକାଶେ ସେ ନିଜର ବନ୍ଧୁ ଓ ଦେଶର ସମଭାବାପନ୍ନ ଜନତାକୁ ନେଇ ଏକ ଶକ୍ତିଶାଳୀ ଆନେ୍ଦାଳନ ଗଢି ତୋଳିବାକୁ ଚାହିଁଛନ୍ତି । ବର୍ତର୍ମାନ ପରିପ୍ରେକ୍ଷୀରେ ଦେଶରେ ଗଣମାଧ୍ୟମ ମଧ୍ୟ ମୁକ୍ତ ଓ ଅବାଦ ଭାବେ କାର୍ଯ୍ୟ କରିପାରୁ ନାହିଁ । ଗଣମାଧ୍ୟମ ଚାପରେ ରହିବା ସହ ସର୍ବୋଚ୍ଚ କ୍ଷମତା ଅଳିନ୍ଦରୁ ନିୟନ୍ତ୍ରିତ ହେଉଛି । ଏଭଳି ପରିସ୍ଥିତିରେ ଦେଶ ଆଗକୁ ଯିବ କେମିତି (?) ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିର୍ବାଚନ କମିସନ ଓ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ମଧ୍ୟ ନିଜ ଇଚ୍ଛା ମୁତାବିକ ନିୟନ୍ତ୍ରିତ କରୁଥିବା ଏବଂ ସ୍ୱାଧୀନ ଓ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ଦେଉ ନ ଥିବା ଅଭିଯୋଗ କରି ସିହ୍ନା ରାଷ୍ଟ୍ରୀୟ ମଂଚ (ଜାତୀୟ ଫୋରମ୍)ର ଏହି ପ୍ରଥମ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଦୃଢ ସମାଲୋଚନା କରିଛନ୍ତି । ଆଜି ଦେଶର ଗଣତନ୍ତ୍ର ବିପନ୍ନ, ସେଥିପାଇଁ ସେ ମର୍ମାହତ ବୋଲି ସିହ୍ନା ଏହି ସମ୍ମିଳନୀରେ ମତ ଦେଇଥିଲେ । ରାଷ୍ଟ୍ରୀୟ ମଂଚର ଏହି ପ୍ରଥମ ସମ୍ମିଳନୀରେ ବିଜେପିର ଅସନ୍ତୁଷ୍ଟ ନେତା ଶତୃଘ୍ନ ସିହ୍ନାଙ୍କ ସମେତ ଆମ୍ ଆଦମୀ ପାର୍ଟିିର୍ (ଆପ୍) ନେତା ଆଶୁତୋଷ, ସଂଜୟ ସିଂହ, ଆରଜେଡ଼ି ନେତା ତେଜସ୍ୱୀ ଯାଦବ, ଆରଏଲଡ଼ି ନେତା ଜୟନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS