ଗ୍ରାହକଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂଆ ଅଫର୍ ‘ଇନଷ୍ଟା ସେଭିଂସ୍ ଆକାଉଂଟ’
ନିକଟରେ ଦେଶର ବିଭିନ୍ନ ଜାତୀୟକରଣ ବ୍ୟାଙ୍କରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଆର୍ଥିକ ଘୋଟାଲା ଯୋଗୁଁ ବ୍ୟାଙ୍କ ଗୁଡିକ ପ୍ରତି ଗ୍ରାହକମାନଙ୍କ ମନରେ ଅବିଶ୍ୱାସ ବଢି ଚାଲି ଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ‘ଇନଷ୍ଟା ସେଭିଂସ୍ ଆକାଉଂଟ’ ନାମରେ ଏକ ନୂତନ ପ୍ରସ୍ତାବ ନେଇ ଗ୍ରାହକମାନଙ୍କ ସାମନାକୁ ଆସିଛି । ଏହି ପ୍ରସ୍ତାବ ଅନୁସାରେ, ଏସବିଆଇର ‘ଇନଷ୍ଟା ସେଭିଂସ୍ ଆକାଉଂଟ’ ଖୋଲୁ ଥିବା ଗ୍ରାହକମାନେ ସୀମିତ ସମୟ ପାଇଁ ଅର୍ଥାତ ୨୦୧୮ ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କ ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ମେଂଟେନ୍ କରିବାର ଆବଶ୍ୟକତା ନାହିଁ । ଏହି ‘ଇନଷ୍ଟା ସେଭିଂସ୍ ଆକାଉଂଟ ଖୋଲିବା ସକାଶେ ଗ୍ରାହକଙ୍କୁ ଏସବିଆଇର କୌଣସି ଶାଖା କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଘରେ ବସି ସେମାନେ ମୋବାିଳ୍ ଆପ୍ ‘ୟୁନୋ’ ମାଧ୍ୟମରେ ‘ଇନ୍ଷ୍ଟା ସେଭିଂସ୍ ଆକାଉଂଟ’ ଖୋଲି ପାରିବେ । ଆକାଉଂଟ ଖୋଲିବା ସକାଶେ କୌଣସି କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ । ଏହା ହେଉଛି ସଂପୂର୍ଣର୍ ‘ପେପରଲେସ୍’ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ‘ୟୁନୋ’ ମୋବାଇଲ୍ ଆପ୍ ମାଧ୍ୟମରେ ନୂଆ ଆକାଉଂଟ୍ ସ୍ୱାଭାବିକ ଭାବେ ଆକ୍ଟିଭେଟ୍ ହୋଇଯିବ । ଯେଉଁ ଗ୍ରାହକମାନେ ଏସବିଆଇର ‘ଇନଷ୍ଟା ସେଭିଂସ୍ ଆକାଉଂଟ ଗ୍ରହିତା ହେବେ ସେମାନଙ୍କୁ ଏକ ରୂପେ ଡ଼େବିଟ୍ କାର୍ଡ ପ୍ରଦାନ କରାଯିବ । ଗ୍ରାହକମାନେ ସେମାନଙ୍କ ଆକାଉଂଟରେ ୧ ଲକ୍ଷ ଟଙ୍କା ପାର୍ଯ୍ୟନ୍ତ ଏଗ୍ରିଗେଟ୍ ବାଲାନ୍ସ ମେଂଟେନ୍ କରିପାରିବେ ଏବଂ ବାଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକାଉଂଟରେ ଟ୍ରାଂଜେକ୍ସନ୍ କରିପାରିବେ । ଇନଷ୍ଟା ସେଭିଂସ୍ ଅକାଉଂଟଧାରୀ ଚାହିଁଲେ ବର୍ଷକ ଭିତରେ ତାହାକୁ ରେଗୁଲାର ଆକାଉଂଟରେ ପରିବର୍ତିତ କରି ପାରିବେ । ତେବେ, ଏଥି ସକାଶେ ଗ୍ରାହକଙ୍କୁ ନିଜର ଏସବିଆଇ ହୋମ୍ ବ୍ରାଂଚ୍ କୁ ଯିବାକୁ ପଡିବ । ୧୮ ବର୍ଷରୁ ଉର୍ଧ୍ୱ ବୟସର ଭାରତୀୟ ନାଗରିକ ଏହି ଆକାଉଂଟ ଖୋଲି ପାରିବେ । ମୋବାଇଲ ଆପ୍ ‘ୟୁନୋ’ ମାଧ୍ୟମରେ ଏସବିଆଇର ‘ଇନଷ୍ଟା ସେଭିଂସ୍ ଆକାଉଂଟ’ ଖୋଲିବା ପେପରଲେସ୍ ହୋଇଥିଲେ ମଧ୍ୟ ‘ୟୁନୋ’ ଆପ୍ ମାଧ୍ୟମରେ ଆବେଦନ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ଆଧାର କାର୍ଡ ଓ ପାନ୍ କାର୍ଡର ସଂପୂର୍ଣ ବିବରଣୀ ପ୍ରଦାନ କରିବାକୁ ପଡ଼ିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS