ଦୁର୍ବୁତ୍ତଙ୍କ ଗୁଳି ମାଡରେ ଏ.କରଡାବାଡି ସରପଂଚଙ୍କ ପୁଅ ଗୁରୁତର
ବେଲଗୁଣ୍ଠାରୁ ପ୍ରଦ୍ୟୁମ୍ନ ପାତ୍ରଙ୍କ ରିପୋର୍ଟ, ମେ’୨୬: ଶୁକ୍ରବାର (୨୫ ତାରିଖ) ରାତି ୭ଟା ୪୫ ମିନିଟରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ବାଲିପଦର ଫାଣ୍ଡି କରଡାବାଡି ଗ୍ରମା ପଂଚାୟତ ଅନ୍ତର୍ଗତ ସୋରଡ ଗ୍ରାମ ନିକଟରେ ଏକ ଗୁଳିକାଣ୍ଡ ଘଟି ଏ.କରଡାବାଡି ସରପଂଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନ ଓରଫ ବୁଢା ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୁଢା ପେଟରେ ଗୋଟିଏ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଂଜନଗର ଡାକ୍ତରଖାନାକୁ ନିଆଯାଇ ଥିଲା । ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ବୁଢା ହେଉଛନ୍ତି ବିଜେଡ଼ିର ଜଣେ ଯୁବ ନେତା । ତାଙ୍କର ମଧ୍ୟ ଅପରାଧ ରେକର୍ଡ ରହିଛି । ସେ ତିନି ଥର ଜେଲ ଯାଇ ଏବେ ଜାମିନରେ ଅଛନ୍ତି । ରବରି, ଧମକ ଦେବା, ଗଣ୍ଡଗୋଳ କରିବା ଭଳି ଅପରାଧରେ ସେ ସଂପୃକ୍ତ ଥିବା ପୁଲିସ କହିଛନ୍ତି । ରାଜନୈତିକ ଶତୃତା ବା ବ୍ୟକ୍ତିଗତ ଶତୃତାରୁ ଏହି ଗୁଳିକାଣ୍ଡ ଘଟି ଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି । ମିଳିଥିବା ସୂଚନା ଅନୁସାରେ, ବୁଢା ଶୁକ୍ରବାର ରାତି ୭ଟା ସମୟରେ ନିଜର ଚାରି ଜଣ ବନ୍ଧୁଙ୍କ ସହ ସୋରଡ ଗାଁ ପାଖ ଭଣ୍ଡାରୀ ଆଗୁଳକୁ ଆସି ସେଠାରେ ବସି ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ ତିନି ଜଣ ଦୁର୍ବୁତ୍ତ ମୋଟର ବାଇକ୍ ରେ ଆସି ପ୍ରଥମେ ବୁଢାକୁ ଲକ୍ଷ୍ୟ କରି ଦୁଇଟି ହାତ ବୋମା ଫିଙ୍ଗି ଥିଲେ। ବୋମା ପଡିବାରୁ ସମସ୍ତେ ପ୍ରାଣ ବିକଳରେ ଦୌଡୁ ଥିବା ବେଳେ ଦୁର୍ବୁତ୍ତମାନେ ବୁଢାକୁ ଲକ୍ଷ କରି ଦୁଇ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୋଟିଏ ଗୁଳି ବୁଢାର ପେଟରେ ବାଜିଛି । ବୁଢା ଗୁରୁତର ଆହତ ଅବସ୍ଥାରେ ସେଠାରେ ପଡି ଛଟପଟ ହେଉଥିବା ବେଳେ ଦୁର୍ବତ୍ତମାନେ ସେଠାରୁ ମୋଟର ବାଇକ୍ ରେ ସିଧା ସୋରଡ ଗ୍ରାମକୁ ଯାଇ ସରପଂଚ ଖଦାଳଙ୍କ ଘର ଉପରେ ଆଉ ଏକ ହାତ ବୋମା ଫିଙ୍ଗି ଫେରାର ହୋଇ ଯାଇଥିଲେ । ପୁଲିସ ଖବର ପାଇ ବିଳମ୍ବରେ ପହଂଚିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇ ଥିଲା ।
ଭଂଜନଗରର ଭାରପ୍ରାପ୍ତ ଡ଼ିଏସପି ଅଶ୍ୱିନୀ କୁମାର ସାହୁ, ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୁଝାରୀ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଖବର ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS