ସିଡ୍ଲ୍ୟୁଏସ୍ ର ତିନିଦିନିଆ ୟୁଥ୍ ମୋଟିଭେସନ ପୋଗ୍ରାମ ଅନୁଷ୍ଠିତ
ରାଉରକେଲା, ଜୁନ୍ ୦୪: ରାଉରକେଲାର କାରମେଲ ସ୍କୁଲ ଅଡିଟୋରିୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କମୁ୍ୟନିଟି ୱେଲଫେୟାର ସୋସାଇଟି (ସିଡ଼ବ୍ଲୁଏସ୍)ର ତିନି ଦିନିଆ ଯୁବ ମୋଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆନ୍ତର୍ଜାତୀୟ ଖ୍ୟାତ ସଂପନ୍ନ ମୋଟିଭେଟର୍ ସିରିସ ପି ସେବାଷ୍ଟିଆନ୍ ଅତିଥି ପ୍ରଶିକ୍ଷକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସେ କହିଲେ ଯେ, ଛାତ୍ରଛାତ୍ରମାନେ ଛାତ୍ରାବସ୍ଥାରେ ଭବିଷ୍ୟତ ସମ୍ବନ୍ଧରେ ବହୁ ସ୍ୱପ୍ନ ଦେଖନ୍ତି ସିନା ସମୟ ବଦଳିବା ସହ ଯୁବାବସ୍ଥାରେ ସେମାନଙ୍କ ସ୍ୱପ୍ନ ବଦଳି ଯାଏ । ଯେତେବେଳ ସେମାନେ ଅନୁଭବ କରିନ୍ତି ଯେ ସେମାନେ ଦେଖୁଥିବା ସ୍ୱପ୍ନର ରାସ୍ତାଟି କଂଟକିତ ପୁଣି ଥରେ ସେମାନଙ୍କ ସ୍ୱପ୍ନ ବଦଳେ । ଏହି ପରିବର୍ତନ ଭିତରେ ଯୁବ ସମାଜ ଲକ୍ଷ୍ୟଚ୍ୟୁତ ହୋଇ ବାଟବଣା ହୁଅନ୍ତି । ତେଣୁ, ଭବିଷ୍ୟତ ଲାଗି ପ୍ରତ୍ୟେକ ଶିକ୍ଷାର୍ଥୀ ସ୍ୱପ୍ନ ଦେଖିବା ସହ ନିଜର କାର୍ଯ୍ୟ, ଭାଷା,ବିଚାର ଓ ଚରିତ୍ରକୁ ବଦଳାଇବା ଆବଶ୍ୟକ ।
ସିଡ଼ବ୍ଲୁଏସ୍ ର ଚେୟାରମ୍ୟାନ ଫାଦର ବେନିଚେନ କେ ପିଟର ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରାଉରକେଲାର ବିଭିନ୍ନ ବସ୍ତିରୁ ଆସିଥିବା ପ୍ରଶିକ୍ଷାର୍ଥୀଙ୍କୁ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଗୋପବନ୍ଧୁପାଲି, ମଧୁସୂଦନପାଲି, ରେଲଗେଟ, ଇନ୍ଦିରା ନଗର, ରାଜୀବ ବସ୍ତି, ମାଲଗୋଦାମ, ଟିମ୍ବର ଅଂଚଳ ବିଭିନ୍ନ ବସ୍ତିର ୨୨୦ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଦ୍ୱିତୀୟ ଦିବସରେ ଗୁଡିଆଟୋଲୀ, ମୁଂଡାପଡା, ଶୀତଲପଡା, କରନ ଝୁମ୍ପୁଡି, ସେକ୍ଟର-୬ ମହିମା ବସ୍ତି, ବିସ୍ରା ନଗର, ମେହର ବସ୍ତି, ଜଗନ୍ନାଥ ଆଶ୍ରମ, ନୟାବଜାର, ନନ୍ଦପଡା, ବଙ୍ଗାଲି ବସ୍ତି, ଦୁର୍ଗାପୁର ବସ୍ତିର ୨୦୦ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ । ତୃତୀୟ ଦିବସରେ ମିଶ୍ର ଖଟାଲ, ଆଜାଦ ବସ୍ତି, ଆଖଂଡଳମଣି ବସ୍ତି, ଗଂଜୁବସ୍ତି, ଗୀର୍ଜାଟୋଲୀ, ଖରିଆବାହାଲ ବସ୍ତି, ଜଗୱାତ୍ରୀ ବସ୍ତି, ଗଣେଷ ବସ୍ତି, ଅଭିରାମ ବସ୍ତି, ସମଲେଶ୍ୱରୀ ବସ୍ତିର ୨୩୦ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁୁ ସିଡ଼ବ୍ଲୁଏସ୍ ୟୁଥ କୋର୍ଡିନେଟର ପ୍ରଫୁଲ୍ଲ କୁମାର ଲାକ୍ରା ସଂଯୋଜନା କରିଥିବା ବେଳେ ପ୍ରୋଗ୍ରାମ କୋର୍ଡିନେଟର ଶିବ ପ୍ରସାଦ ଦାସ, ସେଂଟର କୋର୍ଡିନେଟର ସିଷ୍ଟର କୁସୁମ, ସିଷ୍ଟର ପ୍ରମିଳା, ୟୁଥ୍ ଆନିମେଟର ଜେବା ଖାତୁନ, ଚନ୍ଦ୍ରକାନ୍ତି ଭୋଇ, କାଜଲ ଶର୍ମା, ସୁରେଖା ବଡାଇକ, ସରିତା ନାୟକ, ରାଧା ଭୂୟାଁ, ପଦ୍ମିନୀ ଦିପ୍, ବିଦେଶିନୀ ସଲମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS