ଜଷ୍ଟିସ ରଘୁବୀର ଦାସ ପୁରୀ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିବେ
ଭୁବନେଶ୍ୱର (ମୋ ଅନୁଭବ): ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାସ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜି ଯିବା ଘଟଣାର ତଦନ୍ତ କରିବେ ବୋଲି ସରକାର ବୁଦବାର ଘୋଷଣା କରିଛନ୍ତି । ଶ୍ରୀଜୀଉଙ୍କ କୋଟି କୋଟି ଟଙ୍କାର ଅତି ମୂଲ୍ୟବାନ ଅଳଙ୍କାର ଗଚ୍ଛିତ ଥିବା ରତ୍ନ ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରୀରୁ ଗାଏବ ହୋଇ ଯାଇଥିବା ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହେବା ସହ ରାଜ୍ୟ ସରକାର ମଧ୍ୟ ଏଥି ପାଇଁ ନିନ୍ଦିତ ହୋଇଛନ୍ତି । ଚାବି ମିଳୁ ନ ଥିବା ଘଟଣାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ ଦାବି ହେବା ଦେଖି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୪ ତାରିଖ ଦିନ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ବୁଧବାର ଦିନ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାସଙ୍କୁ ତଦନ୍ତ କମିସନର ଅଧ୍ୟକ୍ଷ ଭାବେ ସରକାରଙ୍କ ଆଡୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନୟକ ରାଜ୍ୟ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ସହ ସଚିବାଳୟ ଠାରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । କେଉଁ ପରିସ୍ଥିତିରେ ଓ କିଭଳି ଭାବେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ଥିବା ମୁଖ୍ୟ ଭଣ୍ଡାର ଘର ଚାବି ହଜି ଗଲା ତାହା ବିଚାର ବିଭାଗୀୟ କମିସନ ତଦନ୍ତ କରି ତିନି ମାସ ମଧ୍ୟରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କ ଆଡୁ ନିର୍ଦେଶନାମା ଜାରି କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS