କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ଜୁଲାଇ ୧୦: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଜକୁ ‘ଭଗବାନ’ ନା ‘ସୁପର ଗଭର୍ଣ୍ଣମେଂଟ’ ଭାବୁଛି? ମନ୍ତ୍ରଣାଳୟ ଭାବୁଛି କି ଏଠାରେ ବିଚାରପତିମାନେ ‘ବେକାର’ ବସିଛନ୍ତି ମନ୍ତ୍ରଣାଳୟର ଅନୁଗ୍ରହ ପାଇବା ପାଇଁ ?? ସୋମବାର ଦିନ ଏଭଳି ବର୍ଷିଛନ୍ତି ସୁପ୍ରିମ କୋର୍ଟଙ୍କ ଏକ ଖଣ୍ଡପୀଠ ।
କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମଓ ପିଏନଜି) ସଂପର୍କୀତ ଏକ ମାମଲାର ବିଚାରଣା ସମୟରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ଇଣ୍ଡଷ୍ଟ୍ରିଆଲ୍ ଫୁଏଲ ଭାବେ ବ୍ୟବହାର କରାଯାଉଥିବା ପେଟ୍ କୋକ୍ ର ଆମଦାନୀ ନିଷିଦ୍ଧ କରାଯାଇଥିବା ସଂପର୍କରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମଓ ପିଏନଜି) ୮ ତାରିଖରେ ହିଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତର୍ନ ମନ୍ତ୍ରଣାଳୟକୁ ଜଣାଇ ଥିବା କୋର୍ଟକୁ ସୂଚନା ଦିଆଯିବାରୁ ଖଣ୍ଡପୀଠ ଏଭଳି ବର୍ଷି ଥିଲେ ।
ଦିଲ୍ଲୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜନ୍ (ଏନସିଆର)ରେ ବାୟୁ ପ୍ରଦୂଷଣ ସଂପର୍କୀତ ଏକ ମାମଲାର ଶୁଣାଣୀ କରୁଥିବା ଏହି ଖଣ୍ଡପୀଠ ଏମଓପିଏନଜିକୁ ‘ଅବହେଳା’ ପାଇଁ ୨୫,୦୦୦ ଟଙ୍କା ଜରିମାନା କରିଥିବା ବେଳେ ଦିଲ୍ଲୀ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକକୁ ନେଇ ରହିଥିବା ସମସ୍ୟାଗୁଡିକ ଦୂର କରିବା କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦିଲ୍ଲୀ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରି ନ ଥିବାରୁ ଦିଲ୍ଲୀ ସରକାରଙ୍କ ଉପରେ ମଧ୍ୟ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି । ମାଲାର ବିଚାରଣା ବେଳେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତର୍ନ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏଏନଏସ ନାଦକର୍ଣ୍ଣି ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କୋର୍ଟଙ୍କୁ ଯେତେବେଳେ ଜଣାଇଲେ ତାଙ୍କ ମହକିଲ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମଓ ପିଏନଜି) ଠାରୁ ମାତ୍ର ଗୋଟିଏ ଦିନ ପୂର୍ବରୁ (ଅର୍ଥାତ ୮ ତାରିଖ) ସ୍ପଷ୍ଟିକରଣର ଉତ୍ତର ପାଇଛି ମାନ୍ୟବର ଖଣ୍ଡପୀଠ ବିରକ୍ତି ଭାବ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଥିଲେ ।
“କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମଓ ପିଏନଜି) ‘ଭଗବାନ’ କି ? ସେମାନେ ଯେବେ ଚାହିଁବେ ସେବେ ଉତ୍ତର ଦେବେ?? ଏହି ମନ୍ତ୍ରଣାଳୟକୁ ନିଜ ନାମ ପରିବର୍ତର୍ନ କରିବାକୁ କୁହ” ବୋଲି ଖଣ୍ଡପୀଠ ବିରକ୍ତିର ସହ କହିଥିଲେ । ‘କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମଓ ପିଏନଜି) କେନ୍ଦ୍ର ସରକାରଙ୍କ ଠାରୁ ଉଦ୍ଧ୍ୱର୍ରେ କି ?’ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ । ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟର ଆଫିଡେଭିଟ ପ୍ରସ୍ତୁତ ହୋଇ ସାରିଛି, କୋର୍ଟଙ୍କ ଅନୁମତି ମିଳିଲେ ସେ ଉପସ୍ଥାପନ କରିବେ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ କହିବାରୁ ଖଣ୍ଡପୀଠଙ୍କ ପ୍ରତିକ୍ରିୟା ଥିଲା, ‘ସଂପୃକ୍ତ ମନ୍ତ୍ରଣାଳୟ କୋର୍ଟଙ୍କ ଆଦେଶ ମାନିବାକୁ ନ ଚାହିଁଲେ ନ ମାନନ୍ତୁ । ସୁପ୍ରିମ କୋର୍ଟ ବିଚାରପତି ମାନେ ଏଠାରେ ‘ବେକାର’ ବସିଛନ୍ତି, ଯେତେବେଳେ ଯିଏ ଚାହିଁଲେ ସମୟ ନେବ । ଆମେ ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟର ଦୟାରେ ଅଛୁ (!)’ । ପରେ, ଏଏସଜିଙ୍କୁ ଆପିଡେଭିଟ ଦାଖଲ ପାଇଁ ଖଣ୍ଡପୀଠଙ୍କ ଅନୁମତି ମିଳି ଥିଲା ।
ତେବେ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରଣାଳୟ ଜୁଲାଇ ୧୩ ତାରିଖ ପୂର୍ବରୁ ସୁପ୍ରିମ କୋର୍ଟ ଲିଗାଲ ସର୍ଭିସେସ୍ ଅଥରିଟି ନିକଟରେ ୨୫ ହଜାର ଟଙ୍କା ଜରିମାନା ଅର୍ଥ ଦାଖଲ ନ କଲେ ଜରିମାନା ପରିମାଣ ବଢାଇ ଦିଆଯିବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଚେତାଇ ଦେଇଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ ୧୬ ତାରିଖକୁ ଧାର୍ଯ୍ୟ ହୋଇଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାକୁ ନେଇ ଏବେ କୋର୍ଟରେ ଶୁଣାଣୀ ଚାଲିଛି । ପରିବେଶବିତ୍ ଏମ.ସି ମେହେଟ୍ଟା ୧୯୮୫ ରେ ଏହି ପିଆଇଏଲ ଦାଏର କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS