‘ଆଧାର’ ଦ୍ୱାରା ନବେ ହଜାର କୋଟି ଟଙ୍କାର ଆର୍ଥିକ ଫାଇଦା
ହାଇଦ୍ରାବାଦ, ଜୁଲାଇ ୧୩ : ଡିଜିଟାଲ ପରିଚୟ ଶୀର୍ଷକ ସମ୍ମିଳନୀ ଅବସରେ ଭାରତୀୟ ଡିଜିଟାଲ ପରିଚୟ ଅଥରିଟିର ଅଧ୍ୟକ୍ଷ ଜେ ସତ୍ୟନାରାୟଣ କହିଛନ୍ତି ‘ଆଧାର’ ବ୍ୟବହାର ଯୋଗୁଁ ଭାରତ ସରକାର ୯୦ ହଜାର କୋଟି ଟଙ୍କାର ଆର୍ଥିକ ଫାଇଦା ପାଇବାରେ ସଫଳ ହୋଇଛି । ବିଶେଷ କରି ଛାତ୍ର ବୃତ୍ତି, ଗ୍ରାମିଣ ରୋଜଗାର ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଇନ୍ଧନ ଗ୍ୟାସ ବିତରଣ, ଖାଦ୍ୟ ସୁରକ୍ଷା ଯୋଜନାର ଆର୍ଥିକ ଫାଇଦା ପାଇବା ଲାଗି ସରକାର ଆଧାର ସଂଯୋଗ କରିବାକୁ ନିର୍ଦେଶ ଦେବା ଦ୍ୱାରା ସରକାର ଏହି ସଫଳତା ହାସଲ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ପ୍ରତିଦିନ ପାଖାପାଖି ୩ କୋଟି ଜନତା ‘ଆଧାର’ର ଉପଯୋଗ ବିଭିନ୍ନ କ୍ଷେତ୍ରରେ କରୁଥିବା ଜଣାଯାଇଛି । ବୁଧବାରରୁ ଆରମ୍ଭ ହୋଇଥିବା ‘ଇଂଡିଆନ ସ୍କୁଲ ଅଫ୍ ବିଜିନେସ’ର ସମ୍ମିଳନୀ ଅବସରରେ ‘ଆଧାର’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ‘ଆଧାର’ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ସରକାରୀ ଯୋଜନା ବ୍ୟତୀତ ଜାଲିଆତି ଓ ଠକେଇ ପରି ଘଟଣାକୁ ମଧ୍ୟ ଏହା ଦ୍ୱାରା ରୋକାଯାଇ ପାରିଛି । ଯଦ୍ୱାରା ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ବିନା ଡିଜିଟାଲାଇଜେସନ ଦ୍ୱାରା ଦେଶରେ ଏକ ଅଦୃଶ୍ୟ ଶାସନର ପ୍ରତିଫଳନ ଦେଖିବାକୁ ମିଳୁଛି । ସରକାର ସବସିଡି ପ୍ରଦାନ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଏହି କୁଶଳୀ ବାୟୋମେଟ୍ରିକ ଯନ୍ତ୍ରର ଉପଯୋଗ, ‘ଆଧାର’ ଇକୋ ଯନ୍ତ୍ରର ବ୍ୟବହାର ଦ୍ୱାରା ଯାନ୍ତ୍ରିକ ବୁଦ୍ଧିର ପ୍ରୟୋଗ ଦ୍ୱାରା ପ୍ରଶାସନିକ ସଂସ୍କାର ଆସିବା ସହ ଆର୍ଥିକ ସଂସ୍କାର ଆସି ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ‘ଆଧାର’ ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରିତାରେ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୯୦ ହଜାର କୋଟି ବଂଚାଇ ପାଇଥିବା ଉଲ୍ଲେଖନୀୟ ବୋଲି କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS