ସିବିଆଇ ଜାଲରେ ସମବାୟ ମନ୍ତ୍ରୀଙ୍କ ପୁଅ !
ଭୁବନେଶ୍ୱର, ଜୁଲାଇ ୧୪: ରାଜ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବେ ସିବିଆଇ ସ୍କାନରେ ଥିବା ଜଣାପଡିଛି । ଠକ ଚିଟ୍ ଫଣ୍ଡ୍ ସଂସ୍ଥା ‘ଅର୍ଥତତ୍ତ୍ୱ’ ସହ ସଂପର୍କକୁ ନେଇ ବିପ୍ଳବଙ୍କୁ ସିବିଆଇ ଜେରା କରିଛି । ବିପ୍ଳବଙ୍କ କାର୍ଯ୍ୟାଳୟରେ ଲାଗି ଥିବା କଂପ୍ୟୁଟରଗୁଡିକ ବାବଦ ବିଲ୍ ଅର୍ଥତତ୍ତ୍ୱ ପକ୍ଷରୁ ପଇଠ କରାଯିବାର କାରଣ କଣ ଜାଣିବା ସକାଶେ ସିବିଆଇ ବିପ୍ଳବଙ୍କୁ ଜେରା କରିଥିବା କୁହାଯାଉଥିବା ବେଳେ ସିବିଆଇ ଜେରା ସଂପର୍କରେ ଖବର କାଗଜରୁ ସୂଚନା ପାଇ ସେ ସ୍ଥାନୀୟ ସିବିଆଇ ଅଧିକାରୀଙ୍କ ସହ ଯୋଗଯୋଗ କରିଥିବା ମନ୍ତ୍ରୀ ପାତ୍ର ଏଠାରେ ଗଣମାଧ୍ୟମକୁ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇପାରେ, ଚିଟ୍ ଫଣ୍ଡ୍ ନାଁରେ ଶହ ଶହ କୋଟି ଟଙ୍କା ଠକି ଥିବା ‘ଅର୍ଥତତ୍ତ୍ୱ’ର ମୁଖ୍ୟ ପ୍ରଦୀପ ସେଠୀଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ମନ୍ତ୍ରୀ ପାତ୍ର ମଧ୍ୟ ବ୍ରହ୍ମପୁର ବାସିନ୍ଦା । ପ୍ରଦୀପଙ୍କ ସହ ବିପ୍ଳବଙ୍କ ବ୍ୟକ୍ତିଗତ ଓ ବସାୟିକ ସଂପର୍କ ଥିବା ବହୁ ପୂର୍ବରୁ ଆଲୋଚନା ହେଉଥିଲେ ମଧ୍ୟ ସିବିଆଇ ଯାଂଚ ପଦାକୁ ଆସି ନ ଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇକୁ ପୁନର୍ବାର ସକ୍ରିୟ କରାଯାଇଥିବା ବିଜେଡ଼ି ଅଭିଯୋଗ କରିଥିବା ବେଳେ ଏଥର ଚଡକ ପଡିଛି ଗଂଜାମ ମନ୍ତ୍ରୀଙ୍କ ପୁଅ ମୁଣ୍ଡରେ । ବିପ୍ଳବଙ୍କୁ ସିବିଆଇ ଜେରା କରିବା ପରେ ପାତ୍ରଙ୍କ ଭଳି କୁହାଳିଆ ମନ୍ତ୍ରୀଙ୍କ ପାଟି ମଧ୍ୟ ଶୁକ୍ରବାର ଦିନ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କଲା ବେଳେ ଥଂଗମଂଗ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ, ରାଜଧାନୀର ଏକ ପ୍ରମୁଖ ଅଂଚଳରେ ମନ୍ତ୍ରୀ ପାତ୍ରଙ୍କ ପୁଅ ନାଁରେ କୋଟି କୋଟି ଟଙ୍କା ମୂଲ୍ୟର ଏକ ଜମି ଲିଜ୍ ଥିବା ଏବଂ ସେଠାରେ ଏକ ତାରକା ହୋଟେଲ ନିର୍ମାଣର ଯୋଜନା ଚାଲି ଥିବା ପଦାକୁ ଆସିଥିଲା । ତେବେ, ମନ୍ତ୍ରୀଙ୍କ ପ୍ରଭାବରେ ତାହା ଚପି ଯାଇ ଥିଲା । ବର୍ତମାନ ଚିଟ୍ ଫଣ୍ଡ ବ୍ୟବସାୟ ସହ ସେହି ଜମିର କିଛି ଲିଂକ୍ ଅଛି କି ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଆଲୋଚନା ହେଉଛି । ସିବିଆଇ ବିପ୍ଲବଙ୍କ ଅନ୍ୟ ସମସ୍ତ ବ୍ୟବସାୟ ସଂପର୍କରେ ଖୋଳତାଡ କରୁଥିବାରୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ପାତ୍ରଙ୍କ ଅଡୁଆ ବଢିବା ଆଶଙ୍କା କରାଯାଉଛି । ମନ୍ତ୍ରୀ ପାତ୍ର ଗଞ୍ଜାମ ରାଜନୀତିରେ ପୁଅ ବିପ୍ଲବଙ୍କୁ ନିଜ ଉତ୍ତରାଧିକାରୀ କରିବାକୁ ୨୦୦୪ ସାଧାରଣ ନିର୍ବାଚନ ପରଠାରୁ ରିତିମତ ଉଦ୍ୟମ କରି ଆସୁଛନ୍ତି ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସବୁଜ ସଂକେତ ମିଳୁ ନ ଥିବାରୁ ତହା ଆଗେଇ ପାରୁ ନାହିଁ । ବର୍ତର୍ମାନ ସିବିଆଇ ଯାଂଚ ପରେ ବିପ୍ଳବଙ୍କ ରାଜନୀତି ସ୍ୱପ୍ନ ମାତ୍ ଖାଇବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS