ସୋମନାଥ ଚାଟାର୍ଜୀଙ୍କ ଦେହାନ୍ତ ପରେ ସିପିଏମ୍ ରେ ଅନ୍ତଦ୍ଦ୍ୱର୍ନ୍ଦ୍ୱ ପଦାକୁ ଆସିଲା
କଲିକତା, ଅଗଷ୍ଟ ୧୪ (ମୋଅନୁଭବ.କମ୍): ମାର୍କସବାଦର ଜଣେ ପ୍ରମୁଖ ପ୍ରବକ୍ତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସୋମବାର ସକାଳ ୮ଟା ସମୟରେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁୁ ୮୯ ବର୍ଷ ହୋଇଥିଲା । ଗଲା ଜୁଲାଇ ୨୯ ତାରିଖ ଦିନ ସେ ତାଙ୍କର ୮୯ତମ ଜନ୍ମଦିନ ପାଳନ କରିଥିଲେ । ହୃଦଘାତରେ ଆକ୍ରାନ୍ତ ହେବା ପରେ ସେ ଗତ ଜୁନ ମାସରୁ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଜଣେ ବିଜ୍ଞ ବିକ୍ତିତ୍ୱ ତଥା ରାଜନେତାଙ୍କ ହରାଇଛି । ଭାରତରେ କମ୍ୟୁନିଷ୍ଟ ଆନେ୍ଦାଳନ ପ୍ରତି ମଧ୍ୟ ଏହା ଏକ ଶକ୍ତ ଧକ୍କା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଦିଗଙ୍ଗତ ନେତା ଚାଟାର୍ଜୀ ୧୯୬୮ ମସିହାରୁ କମ୍ୟୁନିଷ୍ଟ ଆନ୍ଦୋଳନ ସହ ସଂପୃକ୍ତ ଥିଲେ । ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବେ ସେ ୧୦ଥର ପାର୍ଲାମେଂଟକୁ ନିର୍ବାଚିତ ହୋଇଛନ୍ତି । କେବଳ ଥରକ ପାଇଁ ସେ ୧୯୮୪ ମସିହାରେ ଯାଦବପୁର ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ନିର୍ବାଚନ ଲଢି ପରାଜିତ ହୋଇ ଥିଲେ । ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ସେ ଜଣେ ‘ଆଦର୍ଶ’ ଥିଲେ । ଜଣେ ବିଜ୍ଞ ନେତା ତଥା ବକ୍ତା ଭାବେ ତାଙ୍କର ଭାରତୀୟ ରାଜନୀତିରେ ପ୍ରତିଷ୍ଠା ରହିଥିଲା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ୟୁପିଏ-୧ ସରକାରରେ ଲୋକସଭା ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସ ନେତୃତ୍ୱାଧୀନ ଏହି ସରକାରକୁ ସିପିଏମ୍ ସମର୍ଥନ ଦେଉଥିଲା । ୨୦୦୮ରେ ଭାରତ-ଆମେରିକା ମଧ୍ୟରେ ହୋଇଥିବା ଏକ ଆଣବିକ ବୁଝାମଣାକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୧ ସରକାର ସହ ସିପିଏମ୍ ର ମତଭେଦ ହୋଇଥିଲା । ଉତକ୍ଷୀପ୍ତ ସିପିଏମ ପଲିଟିବ୍ୟୁରୋ ସରାକରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବା ସହ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତବା ଆଣି ଥିଲା । ଦଳର ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ସେମାନାଥ ଚାଟାର୍ଜୀ ନିଜ ପଦରୁ ଇସ୍ତଫା ଦେଇ ଦଳ ଆଣିଥିବା ସରକାର-ବିରୋଧୀ ଅନାସ୍ଥା ଭୋଟ ସପକ୍ଷରେ ଭୋଟ ଦେବାକୁ ସିପିଏମ୍ ପଲିଟିବ୍ୟୁରୋ ନିର୍ଦେଶ ଦେଇ ଥିଲେ । କିନ୍ତୁ, ଚାଟାର୍ଜୀ ଏହାକୁ ଅଗ୍ରାହ୍ୟ କରି ବାଚସ୍ପତି ପଦରେ ରହିବା ସହ ଅନାସ୍ଥା ଭୋଟ ପରିଚାଳନା କରିବାରୁ କ୍ଷୁବ୍ଧ ହୋଇ ସିପିଏମ୍ ପଲିଟିବ୍ୟୁରୋ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଦଳରୁ ବହିଷ୍କୃତ ହେବା ପରେ ମଧ୍ୟ ଦିବଙ୍ଗତ ନେତା ସୋମନାଥ ଚାଟାର୍ଜୀ କେବେ ବି କମ୍ୟୁନିଷ୍ଟବାଦରୁ ଦୂରେଇ ନ ଥିବା ଏବଂ ଦଳ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହି ଥିବା ତାଭ୍କ ପରିବାର ସଦସ୍ୟମାନେ କହିଛନ୍ତି ।
ଦିବଙ୍ଗତ ନେତା ସୋମନାଥ ଚାଟାର୍ଜୀଙ୍କ ଦେହାନ୍ତ ପରେ ତାଙ୍କ ବହିଷ୍କାରକୁ ନେଇ ସିପିଏମ ପଲିଟିବ୍ୟୁରୋ ଓ ଦଳର ରାଜ୍ୟ ଶାଖା ମଧ୍ୟରେ ଥିବା ମତଭେଦ ସୋମବାର ଦିନ ପଦାକୁ ଆସିଛି । ସିପିଏମ ପଲିଟିବ୍ୟୁରୋ ପକ୍ଷରୁ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ମୃତ୍ୟୁକୁ ନେଇ ଦଳର ୱେବ ସାଇଟରେ ଦିଆଯାଇ ଥିବା ପ୍ରେସ୍ ବିବୃତିରେ ତାଙ୍କୁ ଜଣେ ଭେଟରାନ୍ ମାର୍କ୍ସବାଦୀ କମ୍ୟୁନିଷ୍ଟ ନେତା ଭାବେ ସ୍ୱୀକୃତି ଦିଆ ନ ଯାଇ ଜଣେ ବରିଷ୍ଠ ପାର୍ଲାମେଂଟାରିଆନ, ପୁରୁଖା ଓକିଲ, ପୂର୍ବତନ ବାଚସ୍ପତି ଓ ୧୦ ଥର ଲୋକସଭା ସଦସ୍ୟ ଭାବେ ଉଲ୍ଲେଖ କରାଯାଇଛି । ତେବେ, ଦଳର ପଶ୍ଚିମ ବଂଗ ଶାଖା ସୋମବାର ଦିନ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରୀ କମିଟିକୁ ବୈଠକକୁ ସ୍ଥଗିତ ରଖି ଦିବଙ୍ଗନ ନେତାଙ୍କ ପ୍ରତି ଶେଷ ସମ୍ମାନ ଜଣାଇଛି । ସିପିଏମ୍ ରାଜ୍ୟ ଶାଖା ପକ୍ଷରୁ ଦିଆଯାଇ ଥିବା ବିବୃତିରେ ତାଙ୍କୁ ‘କମରେଡ଼’ ଭାବେ ସମ୍ବୋଧିତ କରାଯିବା ସହ ସେ ହେଉଛନ୍ତି ଦଳର ପୂର୍ବତନ କେନ୍ଦ୍ରୀୟ କମିଟି ସଦସ୍ୟ ଓ ପୂର୍ବତନ ସିପିଏମ୍ ଲୋକସଭା ସାଂସଦ ବୋଲି ସ୍ୱୀକାର କରାଯାଇଛି । ସିପିଏମ ରାଜ୍ୟ ଶାଖା ସଂପାଦକ ସୂର୍ଯ୍ୟକାନ୍ତ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ପଲିଟିବ୍ୟୁରୋ କଣ କହିଛି ସେ ଜାଣନ୍ତି ନାହିଁ । କିନ୍ତୁ, ସିପିଏମ୍ ପଶ୍ଚିମ ବଂଗ ଶାଖା ପକ୍ଷରୁ ଦିବଙ୍ଗତ ନେତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଛି । ସୋମନାଥ ଚାଟାର୍ଜୀ ଥିଲେ ସିପିଏମ ରାଜନୀତିରୁ ବହୁ ଉଦ୍ଧ୍ୱର୍ରେ । ଅନ୍ୟ କେତେକ ସିପିଏମ ନେତାଙ୍କ କହିବା ଅନୁସାରେ, ଦିବଙ୍ଗତ ନେତା ସୋମନାଥ ଚାଟାର୍ଜୀଙ୍କୁ ୨୦୦୮ ଜୁଲାଇ ୨୩ ତାରିଖରେ ଦଳରୁ ବହିଷ୍କାର କରାଯିବା ପରେ ତାଙ୍କୁ ଫେରାଇ ଆଣିବାରେ ପଲିଟିବ୍ୟୁରୋ ବିଫଳ ହୋଇଛି । ଫଳରେ, ଚାଟାର୍ଜୀଙ୍କୁ ଭଲ ପାଉଥିବା ଭୋଟରମାନେ ଦଳ ପ୍ରତି କ୍ଷୁବ୍ଧ । ଏହାଦ୍ୱାରା, ୨୦୧୧ ବିଧାନସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ ୩୦.୮ ଥିବା ସମୟରେ ତାହା ୨୦୧୬ ନିର୍ବାଚନରେ ୧୯.୭୫ ପ୍ରତିଶତକୁ ଖସି ଯାଇଛି ।
ପୂର୍ବତନ ବାଚସ୍ପତି ଚାଟାର୍ଜୀଙ୍କ ଦେହାନ୍ତ ପରେ ସୋମବାର ଦିନ ସିପିଏମ ରାଜ୍ୟ ଶାଖା ପକ୍ଷରୁ ଚାଟାର୍ଜୀଙ୍କ ଶବାଧାରରେ ସିପିଏମ୍ ର ନାଲି ପତାକା ଘୋଡା ଯାଇ ଦଳର ରାଜ୍ୟ କାର୍ଯ୍ୟାଳୟକୁ ନିଆ ଯିବାକୁ ଏବଂ ସେଠାରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଶେଷ ଦର୍ଶନ ପାଇଁ ରଖା ଯିବାକୁ ଚାଯାର୍ଜୀଙ୍କ ପରିବାରକୁ ଅନୁରୋଧ କରାଯାଇଥିଲା । କିନ୍ତୁ, ଚାଟାର୍ଜୀଙ୍କ ପରିବାର ଏହାକୁ ପ୍ରତ୍ୟାଖାନ କରିଦେଇ ଥିଲେ । ଦିଗଙ୍ଗତ ନେତା ସୋମନାଥ ଚାଟାର୍ଜୀଙ୍କ କନ୍ୟା ଅନୁଶୀଳା ଚାଟାର୍ଜୀଙ୍କ କହିଛନ୍ତି, ତାଙ୍କ ବାପା ଦଳରୁ ବହିଷ୍କାର ସଂପର୍କରେ ଖବର ପାଇ ଦିଲ୍ଲୀରେ ଥିବା ତାଙ୍କ ଚ୍ୟାମ୍ବର ସଂଲଗ୍ନ ପ୍ରକୋଷ୍ଠରେ ବସି କାନ୍ଦୁ ଥିବା ସେ ଦେଖିଛନ୍ତି । ଦଳର ଏଭଳି କଠୋର ନିଷ୍ପତ୍ତିକୁ ତାଙ୍କ ପରିବାର ସଦସ୍ୟମାନେ କେବେ ବି ସ୍ୱୀକାର କରି ପାରି ନାହାନ୍ତି । ଦଳ ବିରୋଧରେ କହିବାକୁ ସେମାନେ ତାଙ୍କୁ ବହୁବାର ପ୍ରବର୍ତର୍ାଇ ଥିଲେ ମଧ୍ୟ ଜାଟାର୍ଜୀ ଜୀବନର ଶେଷ ସମୟ ପର୍ଯ୍ୟନ୍ତ କେବେ ବି ଦଳ ବିରୋଧରେ ପାଟି ଖୋଲି ନାହାନ୍ତି । ଏଥିରେ ସେ ଦଳକୁ କେତେଦୂର ଭଲ ପାଉ ଥିଲେ ଅନୁମାନ କରି ହେବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS