୫ କୋଟି ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ
ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ବର୍ତମାନ ସୁଦ୍ଧା ଦେଶରେ୫ କୋଟି ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି । ଓଡ଼ିଶାରେ ଏହି ସଂଖ୍ୟା ୩୩ ଲକ୍ଷରେ ପହଂଚିଲାଣି । କେନ୍ଦ୍ର ପେଟ୍ରୋଲିୟମ ଓଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ସ୍ଥାନୀୟ ଇଂଡ଼ିଆନ ଅଏଲେ କାର୍ଯ୍ୟାଳୟରୁ ୧୦ଟି ସଚେତନତା ମୋବାଇଲ ଏଲିଡ଼ି ଭ୍ୟାନ୍ର ଶୁଭାରଂଭ କରିବା ଅବସରରେ କହିଛନ୍ତି । ସେ କହିଛନ୍ତି, ଗତ ୪ ବର୍ଷ ୩ ମାସର ମୋଦୀ ସରକାରଙ୍କ ସମୟରେ ଦେଶରେ ୧୧ କୋଟି ୫୦ ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ୫ କୋଟି ମହିଳାଙ୍କୁ ମାଗଣା ସଂଯୋଗ ମିଳିଛି । ଓଡ଼ିଶାରେ ଏଲପିଜି ସଂଯୋଗ ପରିମାଣ ବୃଦ୍ଧି ପାଇଛି । ୧୯୫୪ରୁ ୨୦୧୪ ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ଏଲପିଜି ସଂଯୋଗ ଥିବା ବେଳେ ବିଗତ ୪ ବର୍ଷରେ ତାହା ୫୨ ଲକ୍ଷକୁ ବୃଦ୍ଧି ପାଇଛି। ଏଥିରେ ଉଜ୍ଜ୍ୱଳା ଯୋଜନାରେ ୩୩ ଲକ୍ଷ ପରିବାରକୁ ସ୍ୱଚ୍ଛ ଇଂଧନ ମିଳି ପାରିଛି । ପୁରୁଣା ଏଲପିଜି ବ୍ୟବହାରକାରୀମାନେ ବର୍ଷକୁ ହାରାହାରି ୭ଟି ସିଲିଂଡର ବ୍ୟବହାର କରୁଥିବା ବେଳେ ୮୦ ପ୍ରତିଶତ ଉଜ୍ଜ୍ୱଳା ହିତାଧିକାରୀ ଏବେ ସେମାନଙ୍କ ୬ ନମ୍ବର ସିଲିଂଡର ରିଫିଲିଂ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS