ନିଦ ଉଡଡାଇଛି ‘ମୋମୋ’
ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ‘ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ’ ଭଳି ‘ମୋମୋ ଚ୍ୟାଲେଂଜ’ ଏବେ ଅଭିଭାବକଙ୍କ ନିଦ ଉଡାଇଛି । ଭୁନେଶ୍ୱରରେ ଇଂଜିନିୟରିଂ ପଢୁଥିବା ରାଉରକେଲାର ଜଣେ ଛାତ୍ର ଚେନ୍ନାଇ ପଳାଇ ଯାଇ ସେଠାରେ ଏକ ଛଅ ମହଲ ଘରର ଛାତ ଉପରୁ ଡ଼େଇଁ ଆତ୍ମହତ୍ୟା କରିବା ପରେ ଓଡ଼ିଶା ସରକାର ଏହି ଖେଳକୁ ଗମ୍ଭୀରତାର ସହ ନେଇଛନ୍ତି । ‘ହ୍ୱାଟସ୍ ଆପ୍’ ମାଧ୍ୟମରେ ଆସୁଥିବା ଏହି ଖେଳର ଲିଂକ୍ ନ ଖୋଲିବାକୁ ରାଜ୍ୟ କ୍ରାଇମ୍ ବ୍ରାଂଚ ଆଡଭାଇଜରି ଜାରି କରିବା ସହ ଅଭିଭାବକ ଓ ଶିକ୍ଷକମାନେ ଏଥି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଚେତାଇ ଦେଇଛି । ଏହି ଖେଳର ଶେଷ ପର୍ଯ୍ୟାୟ ଆତ୍ମହତ୍ୟା ହୋଇ ଥିବାରୁ ଯେଉଁ ପିଲାମାନେ ‘ହ୍ୱାଟସ୍ ଆପ୍’ ଲିଂକ୍ କୁ ଡାଉନଲୋଡ୍ କରି ଏହି ଖେଳ ଖେଳୁ ଥିବେ ସେମାନଙ୍କୁ ଚିହ୍ନିବାର ଉପାୟ ମଧ୍ୟ କ୍ରାଇମ୍ ବ୍ରାଂଚ ବତାଇଛି । ଖେଳୁ ଥିବା ପିଲାଟି ପ୍ରାୟ ସମୟ ଉଦାସ ରହୁଥିବା, ସାଙ୍ଗ ଓ ପରିବାର ଲୋକଙ୍କ ଠାରୁ ଦୂରେଇ ରହି ଏକାକୀ ରହିବାକୁ ଭଲ ପାଉଥିବ, ହଠାତ୍ ରାଗି ଯିବା, ଖାଇବା, ପିଇବାରେ ଅନିୟମିତତା ପ୍ରଦର୍ଶନ, ଗେମ୍ ଖେଳିବା ପରେ ପୂର୍ବରୁ ଭଲ ଲାଗୁ ଥିବା କାମ ଅରୁଚିକର ଲାଗିବା, ଦେହରେ ବିଭିନ୍ନ ପ୍ରକାର କ୍ଷତ ଚିହ୍ନ ସୃଷ୍ଟି ହେବା ଦେଖିଲେ ପିଲାଟି ‘ମୋମୋ ଚ୍ୟାଲେଂଜ’ ଖେଳୁ ଥିବା ଜାଣି ହେବ ବୋଲି କ୍ରାଇମ୍ ବ୍ରାଂଚ କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS