ସୋମବାର ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
ଭୁବନେଶ୍ୱର, ସେପ୍ଟେମ୍ବର ୦୯ (ମୋଅନୁଭବ.କମ୍): ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଦରବୃଦ୍ଧିକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଦର୍ଶାଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସୋମବାର ଦିନ ‘ଭାରତ ବନ୍ଦ’ ଆହ୍ୱାନ ଦିଆଯାଇଛି। ତେଣୁ, ଓଡ଼ିଶା ସରକାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସେଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଶନିବାର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ, ସୋମବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ‘ବନ୍ଦ’ ପାଳନ ସମୟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଯାନବାହନ, ରେଳ ଚଳାଚଳ, ଦୋକାନବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରଭୃତି ବନ୍ଦ ପାଇଁ ଉଦ୍ୟମ କରି ପାରନ୍ତି । ତେଣୁ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଳା ଶନିବାର ଦିନ ଚିଠି ଲେଖି ଏହି ନିର୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ସେବା ଯେମିତି ବ୍ୟାହତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କୁହାଯାଇଛି । ସରକାରୀ ଅଫିସର ଓ କର୍ମଚାରୀମାନେ ସୋମବାର ଦିନ ନିଜ ନିଜ କାର୍ଯ୍ୟାଳୟରେ ଯେମିତି ହେଲେ ସକାଳ ସାଢେ ୯ଟା ସୁଦ୍ଧା ଉପସ୍ଥିତ ରହିବାକୁ ଏହି ନିର୍ଦେଶନାମାରେ କୁହାଯାଇଛି । ଜିଲ୍ଲାପାଳମାନେ ଏହା ତଦାରଖ କରିବାକୁ ନିର୍ଦେଶ ରହିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS