ଭାରତ-ଅଷ୍ଟ୍ରେଲିଆ ଓଡ଼ିଆଇ: ଆଡ଼ିଲେଡରେ ୬ ୱିକେଟରେ ଭାରତର ବିଜୟ


ଆଡ଼ିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲି ଥିବା ତିନି ସିରିଜ ବିଶିଷ୍ଟ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ (ଓଡ଼ିଆଇ) ମ୍ୟାଚର ଦ୍ୱିତୀୟ ସିରିଜରେ ମଙ୍ଗଳବାର ଦିନ ଭାରତ ଆଡ଼ିଲେଡଠାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାଜିତ କରି ସିରିଜକୁ ୧-୧ ସ୍ତରରେ ବରାବର କରିବରେ ସକ୍ଷମ ହୋଇଛି । ଶନିବାର ଦିନ ଏହି ସିରିଜ ସିଡ଼ନୀରୁ ଆରମ୍ଭ ହୋଇ ଥିଲା । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ହରାଇ ୧-୦ରେ ସିରିଜ ଆରମ୍ଭ କରିଥିଲା । ତେବେ, ୧୫ ତାରିଖ (ମଙ୍ଗଳବାର) ଆଡିÿଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାଜିତ କରି ସିରିଜକୁ ବରାବର ସ୍ଥିତିକୁ ଆଣିଛି । ଆଡ଼ିଲେଡ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ୩୯ତମ ଶତକ (୧୦୪) କରିଥିବା ବେଳେ ପୁରୁଣା ଘୋଡା ଭାବେ ଜଣାଶୁଣା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୫୭ ରନ କରିଛନ୍ତି । ଅଷ୍ଟ୍ରେଲିଆ ଦଳ ଆଡ଼ିଲେଡଠାରେ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୯୮ କରି ଭାରତ ସମ୍ମୁଖରେ ୨୯୯ ରନର ବିଜୟ ଲକ୍ଷ୍ୟ ରଖି ଥିଲେ। ଭାରତ ୪ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିଛି । ତିନିଟିକିଆ ସିରିଜର ଶେଷ ମ୍ୟାଚ ଶୁକ୍ରବାର ଦିନ ମେଲବୋର୍ଣ୍ଣରେ ହେବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS