ଇଥିଓପିଆରେ ବିମାନ ଦୁର୍ଘଟଣା, ୧୫୭ ଯାତ୍ରୀ, ବିମାନ କର୍ମଚାରୀ ମୃତ
ଇଥିଓପିଆ, ୧୦ ମାର୍ଚ୍ଚ: ଆଜି ସକାଳେ ୧୪୯ ଜଣ ଯାତ୍ରୀ ଓ ୮ ଜଣ ବିମାନ କର୍ମଚାରୀଙ୍କୁ ନେଇ ଉଡାଣ କରିଥିବା ଏକ ଇଥିଓପିଅ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତେ ପ୍ରାଣ ହରାଇ ଥିବା ଜଣାପଡିଛି । ଇଥିଓପିଆନ ଏୟାରଲାଇନ୍ସର ଏହି ବିମାନଟି ନାଇରୋବି ଅଭିମୁଖେ ଯାଉଥିଲା । କେହି ଜଣେ ହେଲେ ଯାତ୍ରୀ ବା ବିମାନ କର୍ମଚାରୀ ବଂଚି ନ ଥିବା ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି । ଏହି ସଂସ୍ଥାର ସିଇଓ ଘଟଣାସ୍ଥଳରେ ପହଂଚି ମୃତ ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ପରିବାରଙ୍କୁ ଗଭୀର ଶୋକ ଜଣାଇଛନ୍ତି । ଇଥିଓପିଆନ ଏୟାରଲାଇନ୍ସରର ଏହି ବୋଇଂ ୭୩୭ ବିମାନ ନିୟମିତ ଭାବେ ନାଇରୋବି ଓ କେନିଆକୁ ଯାତ୍ରୀ ପରିବହନ କରିଥାଏ । ସେଠାକାର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଟୁଇଟର୍ ମାଧ୍ୟମରେ ମୃତ ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ପରିବାରକୁ ଶୋକ ଜଣାଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS