ବାଜପେୟୀଙ୍କୁ ଭେଟିଲେ ନବୀନ
ଭୁବନେଶ୍ୱର (ଏପ୍ରିଲ ୨୪): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇ ଯାଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (୨୪ ତାରିଖ) ନୂଆଦିଲ୍ଲୀ ଠାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବା ଚର୍ଚ୍ଚାର ବିଷୟ ହୋଇଛି । ଏହା ଏକ ସୌଜନ୍ୟମୂଲକ ସାକ୍ଷାତ,ଏଥିରେ କିଛି ରାଜନୀତି ନାହିଁ ବୋଲି ନବୀନ ସାମ୍ବାଦିକଙ୍କୁ ସଫେଇ ଦେଇଥିଲେ ବି ରାଜନୀତିର ଗନ୍ଧ ବାରି ହେଉଛି । ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ପ୍ରାର୍ଥୀ କିଏ ହେବ ଏ ଯାବତ୍ ସ୍ପଷ୍ଟ ହୋଇ ନଥିବା ବେଳେ ଦେଶର ଅଣ ବିଜେପି ରାଜନୈତିକ ଦଳମାନଙ୍କ ଆଡ଼ୁ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦେବାକୁ ଯୋଜନା ଚାଲିଛି । ପଶ୍ଚମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ଦିଗରେ ଉଦ୍ୟମ ଆରମ୍ଭ କରି ସାରିଛନ୍ତି । ଦୁହେଁ ଭିନ୍ନ ଭିନ୍ନ ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନøପଚାରିକ ଆଲୋଚନା କରିଥିବା ସମସ୍ତେ ଜାଣନ୍ତି । କିନ୍ତୁ, ନବୀନ ନିଜ ତାସ୍ ପତ୍ତା ନ ଖୋଲି ବିଭିନ୍ନ ସମ୍ଭାବନାକୁ ପରଖୁ ଥିବା ଲକ୍ଷ୍ୟ କରାଯାଉଛି । ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଅଭିଯୁକ୍ତ ଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀଙ୍କ ବିରୋଧରେ ମାମଲା ଚାଲୁ ରହିବ ବୋଲି ସୁପ୍ରିମୋର୍ଟ ସ୍ପଷ୍ଟ କରି ଦେବା ପରେ ବିଜେପିରୁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆଶା କ୍ଷୀଣ ହେଇଯାଇଛି । ବିଜେପି ପକ୍ଷରୁ ଏକ ସର୍ବବସମ୍ମତ ପ୍ରାର୍ଥୀ ଦିଆ ନ ଗଲେ ଅଣ ବିଜେପି ଦଳଙ୍କ ଆଡ଼ୁ ବିଜେପି ବିରୋଧରେ ପ୍ରାର୍ଥୀ ଦିଆଯିବ ବୋଲି ସ୍ପଷ୍ଟ କରି ଦିଆ ଯାଇଛି । ଏହି ପରିସ୍ଥିତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିବା ନିଶ୍ଚିତ ଭାବେ ନୂତନ ସମୀକରଣର ଇଙ୍ଗିତ କରୁଛି । ବାଜପେୟୀ ଅସୁସ୍ଥ ଅଛନ୍ତି । ଅତୀତରେ ସେ ତାଙ୍କ (ବାଜପେୟୀଙ୍କ) ମନ୍ତ୍ରୀ ପରିଷଦରେ ସଦସ୍ୟ ଥିଲେ । ତେଣୁ, ଆଜି ସେ ବାଜପେୟୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝି ଥିଲେ ବୋଲି ନବୀନ ଦିଲ୍ଲୀରେ କହିଥିଲେ ବି ସହଜରେ ଏହାକୁ ଗ୍ରହଣ କରି ହେଉ ନାହିଁଁ । ଅସୁସ୍ଥ ବାଜପେୟୀଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରାଯିବା ନବୀନ ଚାହୁଁ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେବାରେ କିଛି ଭୁଲ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS