ପତଞ୍ଜଳି ରେସ୍ତୋରାଁ
ଦିନକୁ ଦିନ ବାବା ରାମ ଦେବଙ୍କ ଆୟୁର୍ବେଦ ସାମଗ୍ରୀଗୁଡିକ ଚାହିଦା ବଢ଼ିବାରେ ଲାଗିଲାଣି । ଦେଶ ବିଦେଶରେ ଯୁଆଡେ ଦେଖ ପତଞ୍ଜଳି ଦୋକାନ । କାରଣ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଜାଗ୍ରତ ହେବାକୁ ଲାଗିଲେଣି । ଆୟୁର୍ବେଦ ଔଷଧ, ଆୟୁର୍ବେଦ ସୌନ୍ଦର୍ଯ୍ୟ ପ୍ରସାଧନ, ସାବୁନ, ତେଲ, ମସଲା, ଚାଉଳ, ଅଟା ହିଁ ବ୍ୟବହାର କରୁଛନ୍ତି । ସବୁ କିଛି । ରେସ୍ତୋରାଁରେ ଖାଇବା ସଉକ ରଖୁଥିବା ଗ୍ରାହକମାନଙ୍କ ପାଇଁ ମଧ୍ୟ ରାମ ଦେବଙ୍କ ସଂସ୍ଥା ପତଞ୍ଜଳି ତରଫରୁ ଏକ ରେସ୍ତୋରାଁ ଆରମ୍ଭ ହେବାକୁ ଯାଉଛି ଚଣ୍ଡିଗଡ ଠାରେ । ଏହି ରେସ୍ତୋରାଁର ନାମ ରଖାଯାଇଛି ‘ପୌଷ୍ଟିକ୍’ । ଏଠାରେ ହେକବଳ ଶାକାହାରି ଖାଦ୍ୟ ମିଳିବ । ଆୟୁର୍ବେଦ ଉପାୟରେ କାଠ ଚୁଲିରେ ସଫାସୁତରା ଘରୋଇ ଖାଦ୍ୟ ପ୍ରସ୍ତୁତ କରାଯିବ ଏବଂ ମାଟି ପାତ୍ରରେ ଖାଦ୍ୟ ପରଷାଯିବ ବୋଲି ରେସ୍ତୋରାଁ ତରଫରୁ ପ୍ରକାଶ କରାଯାଇଛି । ରେସ୍ତୋରାଁ ଭିତରେ ବାବା ଓ ତାଙ୍କ ଶିଷ୍ୟ ବାଲକ୍ରିଷ୍ଣାଙ୍କ ଫଟୋ ରହିବ । ମେନ୍ୟୁ କାର୍ଡରେ ଗ୍ରାହକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ଟିପ୍ସ୍ ରହିବ । ଗୋଟିଏ ସାଧାରଣ ଲୋକକୁ ଧ୍ୟାନରେ ରଖି ବ୍ୟଞ୍ଜନର ଦାମ୍ ସ୍ଥିର କରାଯାଇଛି । ଏହାକୁ ଯୋଗ ଗୁରୁ ବାବା ରାମ ଦେବ ଖୁବ୍ ଶୀଘ୍ର ଉଦ୍ଘାଟନ କରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS