ଚାରି କୋଟିର ଗାନ୍ଧି ଷ୍ଟାମ୍ପ୍
ନିକଟରେ ବ୍ରିଟେନ୍ରେ ୪ କୋଟି ଟଙ୍କାରେ ନିଲାମ ହୋଇଛି ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଛବି ଥିବା ୪ ଗୋଟି ଷ୍ଟାମ୍ପ୍ । ଏହି ଷ୍ଟାମ୍ପ୍ ୧୯୪୮ ମସିହାର ବୋଲି କୁହାଯାଉଛି । ଲନ୍ର ଷ୍ଟାନ୍ଲି ଗିୱନ୍ସ୍ ଏହାକୁ ଅଷ୍ଟ୍ରେଲିଆର ଜଣେ ନିବେଶକଙ୍କୁ ବିକ୍ରି କରିଥିବା ଇଂରାଜୀ ଖବରକାଗଜ ଟାଇମ୍ସ୍ ଅଫ୍ ଇଣ୍ଡିଆରେ ପ୍ରକାଶ । ଏହି ପର୍ପଲ-ବ୍ରାଉନ୍ ରଙ୍ଗର ଷ୍ଟାମ୍ପ୍ ଉପରେ ସର୍ଭିସ୍ ଲେଖାହୋଇଛି । ୧୦ ଟଙ୍କିଆ ୪ ଗୋଟି ଅନ୍ୟୁନ ଷ୍ଟାମ୍ପ ଭାରତ ସ୍ୱାଧୀନତା ପରର ଆକର୍ଷଣ ଥିଲା । ଏହାକୁ ସେହି ସମୟରେ ଗଭର୍ଣ୍ଣର ଜେନେରାଲ୍ଙ୍କର ସଚିବାଳୟ ଅଧିକାରୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାରାଣୀ ଭିକ୍ଟୋରିଆଙ୍କ ଯୁବାବସ୍ଥା ଫଟୋ ଥିବା ଭାରତୀୟ ଷ୍ଟାମ୍ପ୍ ୧.୧ ଲକ୍ଷ ପାଉଣ୍ଡ୍ ବା ୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS