ଶୁଭେଚ୍ଛାର ପାତ୍ର ରୋହିତ ଶର୍ମା
ମୋଅନୁଭବ.କମ୍
ନଭେମ୍ବର ୧୪: ଭାରତୀୟ ଦଳର ସୁପର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୨୦୧୪ ମସିହା ନଭେମ୍ବର ୧୩ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ବେଳେ ୨୨୫ ବଲ୍ ରେ ୨୬୪ ରନ୍ କରି ବିଶ୍ୱ ରେକର୍ଡ କରିଥିଲେ । ସେ ୩୩ ଚୌକା ଓ ୯ ଛକ୍କା ମାରି ଏହି କୀର୍ତିମାନ କରିବା ଦ୍ୱାରା ବିସ୍ଫୋରକ ପାଳିରେ ଭାରତ ୪୦୪ ରନ୍ କରିଥିଲା ଏବଂ ମ୍ୟାଚକୁ ୧୫୩ ରନ୍ ର ବଡ଼ ବ୍ୟବଧାନରେ ଜିତି ଥିଲା । ତେବେ, ସେହି ଦିନ ସେ ବ୍ୟକ୍ତିଗତ ୪ ରନ୍ କରିଥିବା ବେଳେ ଶ୍ରୀଲଙ୍କାର ସମିନ୍ଦା ଏରଂଗାଙ୍କ ବଲ୍ କୁ ଖେଳିବାକୁ ଯାଇ ଥିସାର ପେରେରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହେଉ ହେଉ ଅଳ୍ପକେ ବର୍ତି ଯାଇଥିଲେ । ପେରେରାଙ୍କ ଜୀବନଦାନ ଯୋଗୁଁ ରୋହିତ ଏହି ବିଶ୍ୱ କୀର୍ତିମାନ କରିିବାକୁ ସକ୍ଷମ ହୋଇଥିବା ଗତକାଲି ଆଇସିସି ଟ୍ୱିଟ୍ ମାଧ୍ୟମରେ ମନେ ପକାଇ ଦେଇଛି । ଏହି କୀର୍ତିମାନର ୫ ବର୍ଷ ପୂର୍ତି ଅବସରରେ ଆଇସିସି ରୋହିତଙ୍କୁ ଶୁଭେଚ୍ଛା ଜଣାଇବା ସହ ସେହିଦିନର ଜୀବନଦାନ ଘଟଣାକୁ ମଧ୍ୟ ମନେ ପକାଇ ଦେବା ଭାରତୀୟ କ୍ରୀଡ଼ା ସମୀକ୍ଷକଙ୍କୁ ବିସ୍ମିତ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS