ଏଚଡ଼ିଏଫସି ବ୍ୟାଙ୍କ୍: ସ୍ଥାୟୀ ଜମା ଉପରେ ସୁଧ କମାଇଲା
ମୋଅନୁଭବ.କମ୍
୧୮ ନଭେମ୍ବର
ନଭେମ୍ବର ୧୬ ତାରିଖରୁ ଏଚଡ଼ିଏଫସି ବ୍ୟାଙ୍କ ସ୍ଥାୟୀ ଜମା ଉପରେ ସୁଧ ହାର କମାଇଛି । ସଂଶୋଧିତ ସୁଧ ହାର ଅନୁଯାୟୀ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡ଼ି) କରିଥିବା ଜଣେ ଗ୍ରାହକ ୭ରୁ ୧୪ ଦିନ ଜମା ପାଇଁ ୩.୫୦ ପ୍ରତିଶତ, ୧୫ରୁ ୨୯ ଦିନ ପାଇଁ ୪ ପ୍ରତିଶତ, ୩୦ରୁ ୪୫ ଦିନ ପାଇଁ ୪.୯୦ ପ୍ରତିଶତ, ୪୬ ଦିନରୁ ୬୦ଦିନ ପାଇଁ ୫.୪୦ ପ୍ରତିଶତ, ୬୧ରୁ ୯୦ଦିନ ପାଇଁ ୫.୪୦ ପ୍ରତିଶତ, ୯୧ ଦିନରୁ ୬ ମାସ ପାଇଁ ୫.୪୦ ପ୍ରତିଶତ, ୬ ମାସ ୧ ଦିନରୁ ୯ ମାସ ପାଇଁ ୫.୮୦ ପ୍ରତିଶତ, ୯ ମାସ ୧ ଦିନରୁ ୧ ବର୍ଷ ଜମା ପାଇଁ ୬.୦୫ ପ୍ରତିଶତ, ବର୍ଷକ ପାଇଁ ଏବଂ ବର୍ଷେ ଏକ ଦିନରୁ ୨ ବର୍ଷ ପାଇଁ ୬.୩୦ ପ୍ରତିଶତ ହାରରେ ମେଚୁରିଟି ଉପରେ ସୁଧ ପାଇବେ । ଦୀର୍ଘକାଳୀନ ଏଫଡ଼ି ଜମା ୨ ବର୍ଷ ଓ ୨ ବର୍ଷ ଏକ ଦିନରୁ ୫ ବର୍ଷ ଉପରେ ସୁଧ ହାର ୧୫ ବେସିକ ପଏଂଟ କମାଇ ଦିଆଯାଇଛି । ଏବେ, ୨ ବର୍ଷ ୧ ଦିନରୁ ୩ ବର୍ଷ ସ୍ଥାୟୀ ଜମା ପାଇଁ ୬.୪୦ ପ୍ରତିଶତ ଓ ୩ ବର୍ଷ ୧ ଦିନରୁ ୫ ବର୍ଷ ଜମା ପାଇଁ ୬.୩୦ ପ୍ରତିଶତ ହାରରେ ସୁଧ ମିଳିବ ବୋଲି ବ୍ୟାଙ୍କ୍ ପକ୍ଷରୁ ସୂଚନା ଦିଆଯାଇଛି । ୫ ବର୍ଷରୁ ୧୦ ବର୍ଷ ଏଫଡ଼ି ଜମା ଉପରେ ମଧ୍ୟ ସୁଧ ହାର ହ୍ରାସ କରାଯାଇ ୬.୩୦ ପ୍ରତିଶତ ଧାର୍ଯ୍ୟ ହୋଇଛି । ତେବେ, ସିନିୟର ସିଟିଜନ୍ ମାନେ ପୂର୍ବ ଭଳି ସାଧାରଣ ଗ୍ରାହକ ଅପେକ୍ଷା ଅଧିକ ୫୦ବେସିକ୍ ପଏଂଟ୍ ସୁଧ ପାଇବେ । ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ୍ ଡ଼ିପୋଜିଟ୍ (ଏଫଡ଼ି) ପାଇଁ ସେମାନେ ମେଚୁରିଟି ଉପରେ ୪ ପ୍ରତିଶତରୁ ୬.୯୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇବେ ବୋଲି ବ୍ୟାଙ୍କ ସୂଚନା ଦେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS