ଝାଡ଼ଖଣ୍ଡ: ବିଧାନସଭା ଭୋଟ୍ ଆରମ୍ଭ, ମାଓବାଦୀ ପୋଲ ଉଡାଇଲେ
ପ୍ରସାଦ ରାଓ
୩୦ ନଭେମ୍ବର
ଝାଡ଼ଖଣ୍ଡରେ ପାଂଚ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ଚରଣ ଭୋଟ ଗ୍ରହଣ ଆଜି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୧୩ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ଚାଲିଛି । ବିଧାନସଭା ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇଥିବା ମାଓବାଦୀମାନ ଆଜି ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ସକାଳେ ଗୁମଲା ଜିଲ୍ଲାର ବିଷ୍ଣୁପୁରରେ ବିସ୍ଫୋରଣ ଘଟାଇ ଗୋଟିଏ ପୋଲ ଉଡାଇ ଦେଇଛନ୍ତି । ତେବେ, ଏଥିରେ କେହି ମୃତାହତ ହୋଇ ନ ଥିବା ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ମଧ୍ୟ କୌଣସି ଭାବେ ପ୍ରଭାବିତ ହୋଇ ନ ଥିବା ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି । ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି କୌଣସି ଦଳ ସହ ମେଂଟ ନ କରି ଏକାକୀ ନିର୍ବାଚନ ଲଢୁଛି । ବିରୋଧୀ ରାଜନୈତିକ ଦଳମାନେ ଏକାଠି ହୋଇ ଶାସକ ବିଜେପି ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଥିବା ଖବର ମିଳିଛି । ଏନଡ଼ିଏର ଅଂଶୀଦାର ଥିବା ଏଲଜେପି ମଧ୍ୟ ଏଥର ବିଜେପି ସହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS