ଦେଶର ମାନୁଫାକ୍ଚରିଂ ଉଦ୍ୟୋଗରେ ସାମାନ୍ୟ ସୁଧାର ଆସିଛି
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ଦେଶର ମାନୁଫାକ୍ଚରିଂ ଉଦ୍ୟୋଗରେ ନଭେମ୍ବର ମାସରେ ସାମାନ୍ୟ ସୁଧାର ଆସିଛି । ତେବେ, ନୂଆ ବ୍ୟବସାୟ ମିଳିବା ଓ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ତଳମୁହାଁ ହେବା କାରଣରୁ ପିଏମଆଇରେ ହୋଇଥିବା ସାମାନ୍ୟ ସୁଧାର ବାହାରକୁ ଜଣାପଡୁ ନାହିଁ । ଆଇଏଚଏସ୍ ମାର୍କିଟ୍ ଇଣ୍ଡିଆ ମାନୁଫାକ୍ଚରିଂ ପିଏମଆଇ ସର୍ଭେ ରିପୋର୍ଟ ମୁତାବକ ଗତ ଅକ୍ଟୋବର ମାସରେ ମାନୁଫାକ୍ଚରିଂ ଉଦ୍ୟୋଗର ପିଏମଆଇ ୫୦.୬ ପଏଂଟ୍ ଥିବା ବେଳେ ନଭେମ୍ବର ମାସରେ ତାହା ସାମାନ୍ୟ ବୃଦ୍ଧି ପାଇ ୫୧.୨ ହୋଇଛି । ଭାରତୀୟ ମାନୁଫାକ୍ଚରିଂ ଉଦ୍ୟୋଗରେ ନଭେମ୍ବର ମାସରେ ବ୍ୟବସାୟିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି ସତ, କିନ୍ତୁ ବର୍ଷ ପ୍ରାରମ୍ଭରେ ଯାହା ଥିଲା ତାହାଠାରୁ କମିଛି । ଲଗାତର ୨୮ତମ ମାସରେ ଭାରତୀୟ ମାନୁଫାକ୍ଚରିଂ ଉଦ୍ୟୋଗର ପିଏମଆଇ ୫୦ ପଏଂଟ ଉପରେ ରହିଛି । ପିଏମଆଇ ୫୦ ପଏଂଟ ଉପରେ ରହିଲେ ତାହାକୁ ଉନ୍ନତି ଓ ତଳକୁ ଖସିଲେ ଅବନତି ବୋଲି ଧରାଯାଏ । ୨୦୧୮ ଅକ୍ଟୋବରରେ ପିଏମଆଇ ୫୩.୧ ପଏଂଟ ଥିଲା ବେଳେ ୨୦୧୯ ଅକ୍ଟୋବରରେ ତାହା ୫୦.୬ ପଏଂଟକୁ ଖସି ଥିଲା । ୨୦୧୯ ଅକ୍ଟୋବରରେ ଏହି ଉଦ୍ୟୋଗରେ ବ୍ୟବସାୟିକ ସ୍ଥିତି ମାନ୍ଦା ଥିବା ବେଳେ ନଭେମ୍ବର ମାସରେ ଶିଳ୍ପ ସଂସ୍ଥାଗୁଡିକୁ ମିଳୁଥିବା ବ୍ୟବସାୟ ପରିମାଣ, ଉତ୍ପାଦନ ଓ ରପ୍ତାନୀ ସାମାନ୍ୟ ବୃଦ୍ଧି ପାଇ ତାହା ପିଏମଆଇରେ ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି । ବିଶେଷଜ୍ଞଙ୍କ ମତରେ, ନଭେମ୍ବର ମାସରେ ବଜାରରେ ପ୍ରତିଯୋଗିତାର ଚାପ ଏବଂ ମାର୍କେଟରେ ଅସ୍ଥିରତା ସତ୍ୱେ ନୂଆ ଉତ୍ପାଦର ଲଂଚିଂ ଓ ବଜାରରେ ଚାହିଦା ବୃଦ୍ଧି ଯୋଗୁ ଭାରତୀୟ ମାନୁଫାକ୍ଚରିଂ ଉଦ୍ୟୋଗରେ ଏହି ଅଭିବୃଦ୍ଧି ଘଟିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS