ଟ୍ରମ୍ପ୍ଂକ ଭାରତ ଗସ୍ତ ସରିଲା, ପ୍ରତିରକ୍ଷା-ବାଣିଜ୍ୟ- ଜାତୀୟ ନିରାପତ୍ତାକୁ ନେଇ ଚୁକ୍ତି ସ୍ୱାକ୍ଷରିତ
ମୋଅନୁଭବ.କମ୍
ଫେବୃୟାରୀ ୨୫ ତାରିଖ
ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଂକୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପରେ, ହାଇଦ୍ରାଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପ୍ଂକ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ପ୍ରତିରକ୍ଷା, ଜାତୀୟ ନିରାପତ୍ତା, ବାଣିଜ୍ୟ ଏବଂ ପୁଂଜି ବିନିଯୋଗକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍, ତାଙ୍କ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ସ୍ୱାଗତ ସମ୍ବାର୍ଦ୍ଧନା ଜଣାଇ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆମେରିକା ରାଷ୍ଟ୍ରପତି ଦଂପତ୍ତି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିବା ପରେ ହାଇଦ୍ରାବାଦ ଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟ୍ରମ୍ପ୍ ଦ୍ୱିପାକ୍ଷୀକ ଆଲୋଚନାରେ ଭାଗ ନେଇ ଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମିକ୍ ଆତଙ୍କବାଦ ବିରୋଧରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଜାତୀୟ ନିରାପତ୍ତା, ବାଣିଜ୍ୟ ଏବଂ ପୁଂଜି ନିବେଶକୁ ନେଇ ଭିନ୍ନ ଭିନ୍ନ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ଦେଇ ଥିଲେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଅପରାହ୍ନରେ ଦେଶର କିଛି ପ୍ରମୁଖ ଶିଳ୍ପଦ୍ୟୋଗୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପରିବାର ପାଇଁ ଆଜି ରାତିରେ ରାଷ୍ଟ୍ରପତି ଭବନରେ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏହି ନୈଶ୍ୟ ଭୋଜିକୁ ବିଭିନ୍ନ ଦଳର ପୁରୁଖା ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ୟୁପିଏ ଅଧ୍ୟକ୍ଷା ତଥା ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ନିମନ୍ତ୍ରିତ ହେଇଥିବା ଅନ୍ୟ କଂଗ୍ରେସ ନେତୃବର୍ଗ ଏହି ଭୋଜିକୁ ବର୍ଜନ କରୁଥିବା ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଂକ ଏହି ୩୬ ଘଂଟିଆ ଭାରତ ଗସ୍ତ ଆଜି ରାତିରେ ସରିବ ଏବଂ ଏଠାରୁ ସେ ଜର୍ମାନ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ୨୪ ତାରିଖ ପୂର୍ବାହ୍ନରେ ଗୁଜରାତ ଅହମ୍ମଦାବାଦରୁ ସେ ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ବ କରିଥିଲା । ଅହମ୍ମଦାବାଦରୁ ୨୨କିମି ଦୂର ମୋଟେରା ଠାରେ ଅର୍ଦ୍ଧ ନିର୍ମିତ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପ୍ ପତ୍ନୀ ମେଲାନିଆଙ୍କ ସହ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । ତାଙ୍କର ଏହି ଭାରତ ଗସ୍ତ ତାଙ୍କ ପରିବାର ପାଇଁ ଅବିସ୍ମରଣୀୟ ରହିବ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି । ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କା ମଧ୍ୟ ଏହି ଗସ୍ତ ନେଇ ବେଶ୍ ଖୁସି ଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS