ଦେଶରେ କରୋନା ସ୍ଥିତି ଗମ୍ଭୀର, ସୁରଟ ସହରରେ ୨୨ ତାରିଖ ଯାଏଁ କର୍ଫ୍ୟୁ
ପ୍ରସାଦ ରାଓ
ଏପ୍ରିଲ ୧୬
ଗୁଜରାଟର ସୁରତ ସହରରେ ଗୋଟିଏ ଦିନରେ ଆଜି ୨୨ଟି କରୋନା ପଜେଟିଭ୍ କେସ୍ ଚିହ୍ନଟ ହେବା ପରେ ସୁରଟ ପୌର ପ୍ରଶାସନ ଚିନ୍ତାରେ ପଡିଛନ୍ତି । ସହରର ବିଭିନ୍ନ ଅଂଚଳରୁ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବାରୁ ଏହି ନୂଆ କେସ୍ ଚିହ୍ନଟ ହୋଇଛି । ସହରର ରାନେ୍ଦର ଅଂଚଳ ଅଧିକ ସଂକ୍ରମିତ ଅଂଚଳ ଥିଲା । ଏବେ ତାହା ସୁରଟର ଅନ୍ୟ ଅଂଚଳକୁ ବ୍ୟାପିଛି । ସହରର ୨ ଲକ୍ଷ ୯୧ ହଜାର ଲୋକ କଂଟେନମେଂଟ୍ ଜୋନରେ ଥିବା ସମୟରେ ଅନ୍ୟ ଅଂଚଳକୁ କରୋନା ଭାଇରସ୍ ସଂକ୍ରମିତ ହୋଇ ଥିବାରୁ ଏବଂ ଆଜି ଗୋଟିଏ ଦିନରେ ୨୨ଟି ପଜେଟିଭ କେସ୍ ମିଳି ଥିବା ବେଳେ ସେଥିରୁ ୧୪ଟି ଗୋଟିଏ ଆପାର୍ଟମେଂଟରୁ ବାହାରି ଥିବାରୁ ପୌର ପ୍ରଶାସନ ଓ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି ।
ଆଜି ଗୋଟିଏ ଦିନରେ ସୁରଟ ସହରରୁ ୨୨ଟି ନୂଆ କରୋନା ପଜେଟିଭ କେସ୍ ଚିହ୍ନଟ ହେବା ସହରରେ ମୋଟ କୋଭିଡ଼-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ସହରରେ କରୋନାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସୁରଟ ମୁନିସପାଲ କର୍ପୋରେସନର କହିବା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୨୨ଟି କରୋନା ପଜେଟିଭ୍ କେସ୍ ମଧ୍ୟରୁ ୧୪ଟି ମାନ୍ ଦରୱାଜା ଆପାର୍ଟମେଂଟରୁ ଚିହ୍ନଟ ହୋଇଛି । ସହରରେ କମ୍ୟୁନିଟ୍ ସାଂପଲିଂରୁ ସର୍ବାଧିକ ପଜେଟିଭ୍ କେସ୍ ସାମନାକୁ ଆସିଛି । ସୁରତ ସହରର ସେଂଟ୍ରାଲ ଜୋନ୍, କଟରଗାମ, ରାଂଡେର, ମାନ୍ଦରୱାଜା, ଲିମ୍ବାୟତ, ଉମରୱାଡା ସମେତ ବିଭିନ୍ନ ଅଂଚଳରେ ଗୋଷ୍ଠୀ ସାଂପଲିଂ ହୋଇ ଥିଲା । କୋଭିଡ଼-୧୯ ରାଂଡେରରୁ ଏବେ ନୂଆ ଅଂଚଳକୁ ବ୍ୟାପିଛି ବୋଲି ବରିଷ୍ଠ ଅଧିକାରୀମାନା କହିଛନ୍ତି । ସହରର ୨.୯୧ ଏକ୍ଷ ଲୋକଙ୍କୁ କଂଟେନମେଂଟ ଜୋନରେ ରଖା ଯାଇଥିବା ବେଳେ ଏହି ରୋଗର ଭାଇରସ୍ ବ୍ୟାପୁଥିବା ଦେଖି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସୁରଟ ପୌର ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୧୬ ତାରିଖ ରାତିରୁ ୨୨ ତାରିଖ ପର୍ଯ୍ୟନ୍ତ ସହରର କର୍ଫ୍ୟୁ ଜାରି ପାଇଁ ନିର୍ଦେଶ ଦେଇଛନ୍ତି । ସହରର ସଲବପୁରା, ମହିଧରପୁରା. ଲାଲଗେଟ, ଅଥୱା, ଲିମ୍ବାୟତ, କମରୁନଗର ଥାନା ଅଂଚଳରେ କର୍ଫ୍ୟୁ ଜାରି ସଂପର୍କରେ ସୁରଟ ପୋଲିସ କମିସନର ବିଜ୍ଞପ୍ତି ଜାରି କରିଛନ୍ତି ।
କୋଭିଡ଼-୧୯ର ମୁକାବିଲା ପାଇଁ ଦେଶରେ ଲାଗୁ ଥିବା ‘ତାଲାବନ୍ଦ’ ଆଜି ୨୩ତମ ଦିବସରେ ପହଂଚି ଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ଆଜି ଅପରାହ୍ନ ସୁଦ୍ଧା ସଂଖ୍ୟା ୧୨, ୩୮୦ରେ ପହଂଚିଛି । ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଅପରାହ୍ନ ସୁଦ୍ଧା ୪୧୪ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ରହିଛି । ଦେଶରେ ୧,୪୮୯ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ୧୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ପ୍ରତିଶତ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ ରୁ ବ୍ୟାପି ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେନ୍ଦ୍ର ସରକାର ଦେଶର ୧୭୦ ଜିଲ୍ଲାକୁ ‘ହଟସ୍ପଟ୍’ ଜିଲ୍ଲା ଭାବେ ଚିହ୍ନଟ କରିଥିବା ବେଳେ ୨୦୭ ଜିଲ୍ଲା ‘ସମ୍ଭାବ୍ୟ ହଟସ୍ପଟ୍’ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ଜିଲ୍ଲାରେ ‘ତାଲାବନ୍ଦ’ ପାଳନ ଅଧିକ କଠୋର ହେବ ବୋଲି ସୂଚନା ମିଳିଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ ୯୪୧ଟି ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ୩୭ ଜଣଙ୍କ ମୃତ୍ୟୁ ଘଟି ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ‘ମେକ୍ ଇନ୍ ଇଂଡ଼ିଆ’ ଯୋଜନାରେ ଚିକିତ୍ସା ସଂପର୍କିତ ଉପକରଣ ହିଁ ଯୋଗାଇବାକୁ ଶିଳ୍ପ ସଂସ୍ଥାଙ୍କୁ ନିର୍ଦେଶ ଦେଇଛନ୍ତି । ଆଜି ଦକ୍ଷିଣ ଦିଲ୍ଲୀର ଜଣେ ପିଜା ବୟ୍ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୭୨ ଜଣଙ୍କୁ ହୋମ୍ କ୍ୱାରେଂଟାଇନ୍ କରାଯାଇଥିବା ଜଣାପଡିଛି । ଦେଶର ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କରୋନାର କହର ଜାରି ରହିଥିବା ବେଳେ କେରଳ ଓ ଆନ୍ଧ୍ର ପ୍ରଦେଶରେ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଥିବା ସୂଚନା ମିଳିଛି ।
କରୋନା ସଂକ୍ରମଣରେ ଦେଶରେ ମହାରାଷ୍ଟ୍ର ସର୍ବୋଚ୍ଚ ସ୍ତରରେ ରହିଛି । ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩,୦୮୧ରେ ପହଂଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୭ରେ ପହଂଚିଛି । ୨୯୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ଦିଲ୍ଲୀ ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୫୭୮ । ଦେଶରେ ବର୍ତମାନ ସୁଦ୍ଧା ୨,୯୦,୪୦୧ ସାଂପୁଲ ଟେଷ୍ଟ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୩୦, ୦୪୩ ସାଂପୁଲ ଟେଷ୍ଟ୍ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି । ଏଥିରୁ ୨୬,୩୩୧ ଟେଷ୍ଟ୍ ଆଇସିଏମଆର (ଇଂଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ) ନେଟୱାର୍କ ଦ୍ୱାରା ହୋଇଛି ବୋଲି ଆସିଏମଆର କର୍ତର୍ୃପକ୍ଷ କହିଛନ୍ତି । ଦୁଇଟି ଚାଇନିଜ୍ ଫାର୍ମରୁ ଭାରତକୁ ଯୋଗାଇ ଥିବା ୫ ଲକ୍ଷ ଟେଷ୍ଟିଂ କିଟ୍ (ରାପିଡ଼ ଆଂଟିବଡି ଟେଷ୍ଟିଂ କିଟ୍ ସମେତ) ଆଜି ନୂଆଦିଲ୍ଲୀରେ ପହଂଚିଛି । ସୁଖଦ ଖବର ହେଉଛି, ଦେଶର ୩୨୫ ଜିଲ୍ଲା ଆଜି ସୁଦ୍ଧା କୋଭିଡ଼-୧୯ ମୁକ୍ତ ରହିଛି । ଦେଶରେ ୧୫ ତାରିଖରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୨୦ ତାରିଖ ସୁଦ୍ଧା ଯେଉଁ ଅଂଚଳ କରୋନା ମୁକ୍ତ ଥିବ ବା କରୋନା ସଂକ୍ରମିତଙ୍କ ସଂଖ୍ୟନ୍ତ୍ୱଢି ନଥିବା ସେସବୁ ଅଂଚଳରେ ତାଲାବନ୍ଦ ସର୍ତର୍ମୂଳକ ଭାବେ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ୩୨୫ ଜିଲ୍ଲା ସେହି ସୁବିଧା ପାଇବା ନିଶ୍ଚିତ । ଦେଶର ମୁମ୍ବାଇ, ଦିଲ୍ଲୀ, କଲିକତା, ଚେନ୍ନାଇ, ହାଇଦ୍ରାବାଦ, ବେଂଗାଲୁର, ଜୟପୁର ଓ ଆଗ୍ରା ସହର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଚିହ୍ନଟ ହୋଇଥିବା ୧୭୦ଟି କରୋନା ହଟସ୍ପଟ୍ ମଧ୍ୟରେ ରହିଛି । ଏହି ୧୭୦ ସହରରୁ ୪୭ଟି ଗୋଷ୍ଠୀ ସଂକ୍ରମଣର କ୍ଷେତ୍ର ପାଲଟିଛି । ତେଣୁ, ଏସବୁ ସହର ଲାଲ୍ ଜୋନରେ ରହିବା ନିଶ୍ଚିତ ଥିବା ଜଣାପଡିଛି ।
ଆଜିର ଉଲ୍ଲେଖନୀୟ ଖବର ହେଉଛି, ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଭିଡ଼ିଓ କନ୍ଫରୋନ୍ସିଂ ମାଧ୍ୟମରେ ‘ତାଲାବନ୍ଦ’ କରୋନାର ସ୍ଥାୟୀ ସମାଧାନ ନୁହଁ ବୋଲି କହିଛନ୍ତି । ସେ କହିଛନ୍ତି, ‘ତାଲାବନ୍ଦ’ ଦ୍ୱାରା ଭାଇରସ୍ ବ୍ୟାପିବା କମିବ ଏବଂ ‘ତାଲାବନ୍ଦ’ ଉଠି ଗଲେ ତାହା ପୁନର୍ବାର ବ୍ୟାପିବ । ତେଣୁ, କେନ୍ଦ୍ର ସରକାର ଅଧିକରୁ ଅଧିକ ସଂଖ୍ୟାକ ନମୁନା ପରୀକ୍ଷା ଓ କରୋନାର ସମ୍ଭାବ୍ୟ ଉପଚାର ଖୋଜି ବାହାର କରିବାରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ପେଣ୍ଡାମିକ୍ କୁ ରେକିବାରେ ତାହା ଏକମାତ୍ର ବାଟ । ଆଜି ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ବିଶ୍ୱର ୨୦,୯୪, ୮୩୯ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ସେଥିରୁ ୧,୦୩,୫୬୪ ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାର ସ୍ଥିତି ସବୁଠାରୁ ଉଦ୍ବେଗଜନକ ରହିଛି । ଏହି ଶକ୍ତିଶାଳୀ ରାଷ୍ଟ୍ରରେ ୪୦ ପ୍ରତିଶତ କେସ୍ ରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ଆଜି ଅପରାହ୍ନ ସୁଦ୍ଧା ୬,୪୪,୦୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ଯାହାକି ଇଟାଲି, ସ୍ପେନ୍, ଫ୍ରାନ୍ସ ଓ ଜର୍ମାନର ମିଳିତ ଆକ୍ରାନ୍ତ ସଂଖ୍ୟା ଠାରୁ ଅଧିକ । ଆମେରିକାର ନ୍ୟୁୟର୍କ ସହରରେ ହିଁ ୨,୧୪,୬୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS