ଅଭିନେତା ସୁଶାନ୍ତ ସିଂହ ରାଜପୁତଂକ ଆତ୍ମହତ୍ୟା ମାମଲା


୦୩ ଅଗଷ୍ଟ: ଭୁବନେଶ୍ୱର
ମୁମ୍ବାଇରେ ସଂଗରୋଧରେ ବିହାର ଆଇପିଏସ୍, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ରାଜନୈତିକ ମୋଡ଼ ନେଲାଣି !
ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଂକ ଆତ୍ମହତ୍ୟା ମାମଲା ଆଉ ଏକ ରୋଚକ ମୋଡରେ ପହଂଚିଛି | ସୁଶାନ୍ତଂକ ପିତା କେ.କେ.ସିଂହ ବିହାର ପାଟନା ଥାନରେ ରେଜିଷ୍ଟ୍ରୀ କରାଇଥିବା ଏତଲା ଭତ୍ତିରେ ବିହାର ପୁଲିସ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବିହାର ପୁଲିସ୍ କୁ କେବଳ ମହାରାଷ୍ଟ୍ର ପୁଲିସ ନୁହେଁ, ବ୍ରିହତ ମୁମ୍ବାଇ ମୁନସିପାଲ କର୍ପୋରେସନ୍ (BMC) ଅଧିକାରୀମାନେ ମଧ୍ୟ ସହଯୋଗ କରୁ ନ ଥିବା ବିହାର ପୁଲିସ DGP ଗୁପ୍ତେଶ୍ୱର ପାଣ୍ଡେ ରବିବାର ଦିନ କରିଥିବା ଏକ ଟ୍ବିଟ୍ ରୁ ସୂଚନା ମିଳିଛି |
ମାମଲାର ତଦନ୍ତ କରିବାକୁ ବିହାର ପୁଲିସର ଏକ ଚାରି ଜଣିଆ ଟିମ୍ ଜୁଲାଇ ୨୭ରୁ ମୁମ୍ବାଇ ଯାଇଥିବା ବେଳେ ଟିମ୍ ର ନେତୃତ୍ବ ନେଉଥିବା ପାଟଣା ଜିଲ୍ଲା ଏସ୍.ପି. ଆଇପିଏସ୍ ବିନୟ ତିଓ୍ବାରୀ ରବିବାର ସକାଳେ ବିମାନ ଯୋଗେ ମୁମ୍ବାଇରେ ପହଂଚି ଥିଲେ | ସେ ମହାରାଷ୍ଟ୍ର ପୁଲିସ ଓ ପ୍ରଶାସନର ସହଯୋଗ ପାଇବେ କଣ, ଓଲଟା ବ୍ରିହତ ମୁମ୍ବାଇ ମୁନିସପାଲ କର୍ପୋରେସନ ଅଧିକାରୀମାନେ ତାଙ୍କୁ କାଲି ରାତିରୁ ସଂଗରୋଧରେ ରଖିଛନ୍ତି । ଆଇପିଏସ୍ ତିୱାରୀଙ୍କୁ ମୁମ୍ୱାଇ ସ୍ଥିତ IPS ମେସ୍ ରେ ରଖିବାକୁ କୁହାଯାଇଥିବା ବେଳେ ଵିଏମ୍ ସି କର୍ତ୍ତୃପକ୍ଷ ତାହାକୁ ଅବଜ୍ଞା କରି ତାଙ୍କୁ ଗୋରେଗାଁଓର ଏକ ଅତିଥି ଭବନରେ ରଖିଥିବା ବିହାର ପୁଲିସ ଡିଜିପି କହିଛନ୍ତି ।
ଆଇପିଏସ୍ ବିନୟ ତିୱାରୀଙ୍କ ହାତରେ କ୍ୱାରେନଟାଇନ୍ ଷ୍ଟାଂପ୍ ଲାଗିଥିବା ଭିଜୁଆଲ୍ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି | ବିହାର ପୁଲିସ ଡିଜିପିଙ୍କ tweet ଶୁସାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତରେ ବିହାର ପୁଲିସର ହସ୍ତକ୍ଷେପକୁ ମୁମ୍ବାଇପୁଲିସ୍ ଭଲ ଦୃଷ୍ଟିରେ ଦେଖୁ ନ ଥିବା ସୂଚନା ଦେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପାଟନା ଏସ.ପିଙ୍କ ପ୍ରତି ଯଦି ଏଭଳି ବ୍ୟବହାର ହୋଇଥାଏ, ଠିକ୍ ହୋଇନାହିଁ ବୋଲି କହିଛନ୍ତି । ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ ନୀତୀଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ, ବୃହତ୍ ମୁମ୍ବାଇ ମୁନସିପାଲ୍ କର୍ପୋରେସନ ଅଧିକାରୀମାନେ ସଫେଇ ଦେଇଛନ୍ତି, ଆଜିର ଦିନରେ ମୁମ୍ବାଇ ବିମାନ ବନ୍ଦରରେ ଯେଉଁମାନେ ଅବତରଣ କରିବେ ସେମାନେ କୋଭିଦ୍ କଟକଣା ଅନୁସାରେ କ୍ୱାରେନ୍ଟିନ୍ ରେ ରହିବାକୁ ବାଧ୍ୟ । ବିହାର ପାଟଣା ଜିଲ୍ଲା ଏସପି ବିନୟ ତିୱାରୀଙ୍କୁ କୋଭିଦ୍ ନିୟମ ମୁତାବକ ସଂଗରୋଧ କରାଯାଇଛି । ଆଇପିସିର ବିଭିନ୍ନ ଗୁରୁତର ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ତାହାର ତଦନ୍ତ ସକାଶେ ଅନ୍ୟ ରାଜ୍ୟରୁ ଯାଇଥିବା ଜଣେ ଆଇପିଏସ୍ ଅଧିକାରୀଙ୍କୁ ମୁମ୍ବାଇ ବ୍ରିହତ୍ ମୁନସିପାଲ୍ କର୍ପୋରେସନର ଅଧିକାରୀମାନେ ବିମାନ ବନ୍ଦରରୁ ଉଠାଇ ନେଇ ତ୍ ସଂଗରୋଧରେ ରଖିବା ଏବଂ ତଦନ୍ତରେ ଗତିରୋଧ ଉଦ୍ୟମ କରିବା ରହସ୍ୟମୟ ନୁହେଁ କି ?
ମୁମ୍ବାଇ ପୁଲିସ ମହା ନିର୍ଦ୍ଦେଶକ ଏଥିରେ ହସ୍ତକ୍ଷେପ କରିବା ବଦଳରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାକୁ ନେଇ ଆଜି ଯେଉଁ ଖୁଲସା କରିଛନ୍ତି ତାହା ମାମଲାର ମୋଡ଼ ବଦଳାଇବା ଭଳି ହୋଇଛି । ମୁମ୍ୱାଇ ପୁଲିସ୍ ଆଜି ଯାହା କହିଛନ୍ତି ତାହା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ମୁଖ୍ୟ ଖଳନାୟିକା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବା ଭଳି ହୋଇଛି । ରିୟାଙ୍କୁ ଗିରଫ କରିବାରେ ବିହାର ପୁଲିସକୁ ସହାୟତା ଦେବା ବଦଳରେ ମୁମ୍ବାଇ ପୁଲିସ୍ କହିଛନ୍ତି, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ ରୁ କୌଣସି ଅର୍ଥ ହେରଫେର ହୋଇଥିବା ଯାଞ୍ଚ୍ ରୁ ଜଣାପଡିନି । ଓଲଟା, ସୁଶାନ୍ତ ବାଇପୋଲାର ଡିଜଡର୍ ରୋଗରେ ଆକ୍ରାନ୍ତ ଥିଲେ । ସୁଶାନ୍ତ ତାଙ୍କ ବ୍ୟକ୍ତିଗତ ସହକାରୀ ମହିଳା ଜଣକର ଆତ୍ମହତ୍ୟା ଘଟଣା କୁ ନେଇ ମଧ୍ୟ ଚିନ୍ତାରେ ଥିଲେ । ତେଣୁ, ସେ ସେହି ମାମଲାରେ ଫସିଯିବ ଭୟରେ ଆତ୍ମହତ୍ୟା କରିଥାଇ ପରନ୍ତି !
ଆଜି ମୁମ୍ବାଇରେ ପୁଲିସ୍ ଗଣମାଧ୍ୟମକୁ ଦେଇଥିବା ଏଭଳି ସୂଚନା ମାମଲାକୁ ଅଧିକ ଜଟିଳ କରଛି । ନିକଟରେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ଆଦିତ୍ୟ ଥାକ୍ରେଙ୍କ ସହ ଏକ ଦାମୀ ଗାଡିର ଆଗ ସିଟରେ ବସିଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି । ଏହି ରାଜନୈତିକ ସଂପର୍କ ରିୟା ଓ ତାଙ୍କ ପରିବାରକୁ ସୁରକ୍ଷା ଦେଉ ନାହିଁ ତ ( ? ) – ଏଭଳି ପ୍ରଶ୍ନ ସୁଶାନ୍ତ-ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିବା ସ୍ଵାଭାବିକ ।
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
ମୋ ଅନୁଭବ ମିଡ଼ିଆ

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS