କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏଆଇଆଇଏମସ୍ ରେ
ନୂଆଦିଲ୍ଲୀ
ମୋଅନୁଭବ.କମ୍
ଅଗଷ୍ଟ ୧୮
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଭୋର ସାଢେ ୨ଟା ସମୟରେ ଏଆଇଆଇଏମଏସ୍ (ଏମ୍ସ)ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଶାହା ଗତ ୨ ତାରିଖରେ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସପିଟାଲରେ ଚିକିତ୍ସାତ ହେଉଥିଲେ । ୧୪ ତାରିଖ ସେ କରୋନା ନେଗେଟିଭ୍ ହେବା ପରେ ତାଙ୍କୁ ଡ଼ିସଚାର୍ଜ କରାଯାଇଥିଲା । ତେବେ, ସେ କିଛି ଦିନ ପାଇଁ ଗୃହ ସଂଗରୋଧରେ ରହିବେ ବୋଲି ଘୋଷା କରିଥିଲେ । ଆଜି ଭୋରରେ ସେ ବହୁମାତ୍ରାରେ ଝାଳ ବାହାରୁ ଥିବା ଏବଂ ଦେହ ହାତ ବିନ୍ଧା ହେଉଥିବା ଅଭିଯୋଗ କରିବା ପରେ ୨ଟା ୩୦ ମିନିଟ ସମୟରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତି ଏମଆଇଆଇଏମଏସ୍ ରେ ଭର୍ତ୍ତି କରାଯାଇଥିଲା । ଏଆଇଆଇଏମଏସ୍ ର ନିର୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ଏକ ମେଡ଼ିକାଲ୍ ଟିମ୍ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ଉପଚାର କରୁଛନ୍ତି । ଶାହା ସୁସ୍ଥ ଅଛନ୍ତି ଏବଂ ହସପିଟାଲରୁ ନିଜର ଅପିସ କାର୍ଯ୍ୟ ପରିଚାଳନା କରୁଛନ୍ତି ବୋଲି ଏଆଇଆଇଏମଏସ୍ ର ମିଡ଼ିଆ ଓ ପ୍ରେଟୋକଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS