ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ବିଜୟିନୀ ଶ୍ରେୟସୀ ବିହାରରୁ ବିଜେପି ପ୍ରାର୍ଥୀ
ମୋଅନୁଭବ.କମ୍
ଅକ୍ଟୋବର, ୨୭
୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣପଦକ ବିଜୟୀନୀ ହୋଇଥିବା ଶ୍ରେୟସୀ ସିଂହ ବିହାର ବିଧାନସଭା ନିର୍ବାଚନରେ ଜାମୁଇ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ନିକଟରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ହେଉଛନ୍ତି ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଲୋକସଭା ସାଂସଦଙ୍କ କନ୍ୟା ୨୦୧୦ରେ ସାଂସଦ ଜଣକର ମୃତ୍ୟୁ ଘଟି ଥିଲା । ଜାମୁଇ ବିଧାନସଭା ଆସନ ଜାମୁଇ ଲୋକସଭା କ୍ଷେତ୍ରରେ ଯାଉଛି, ଯେଉଁଠାରେ କି ଲୋକ ଜନଶକ୍ତି ପାର୍ଟି (ଏଲଜେପି) ମୁଖ୍ୟ ଚିରାଗ ପାଶ୍ୱାନ ସାଂସଦ ଅଛନ୍ତି । ଏହି ଆସନରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଟ ବିହାରର ପୂର୍ବତନ ମନ୍ତ୍ରୀ ବିଜୟ ପ୍ରକାଶ ଯାଦବ ଆରଜେଡ଼ି ପ୍ରାର୍ଥୀ ଅଛନ୍ତି । ଶ୍ରେୟସୀ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି, ସେ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମର ବାର୍ତାବହ ହୋଇଛନ୍ତି । ରାଜ୍ୟରେ ଏଭଳି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ଯେ ବିହାରରୁ କାହାରିକୁ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ । ଶ୍ରେୟସୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ହଂସରାଜ କଲେଜରୁ ଗାଜୁଏସନ୍ କରିଛନ୍ତି । ସେ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ଇଭେଂଟରେ ଭାଗ ନେଇଥିଲେ । ତେବେ, ଗୋଟିଏ ହେଲେ ପଦକ ପାଇବାକୁ ଯୋଗ୍ୟ ହୋଇ ନଥିଲେ । ତେବେ, ସେ ଗ୍ଲାସଗୋରେ ଡ଼ବଲ ଟ୍ରାପ୍ ରେ ସିଲଭର୍ ଓ ୨୦୧୪ ଇନଚୋନ୍ ଏସୀୟ କ୍ରୀଡ଼ାରେ ବ୍ରୋଂଜ୍ ପଦକ ପାଇଥିଲେ । ୨୦୧୮ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରାଡ଼ାରେ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଥିଲେ । ସେ ଅଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । ସେ କ୍ରୀଡ଼ା ସହ ରାଜନୀତି ମଧ୍ୟ କରିବାକୁ ଚାହୁଁଛନ୍ତି । ଅଲମ୍ପିକ୍ ବିଜୟିନୀ ହେବା ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରେୟସୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS