କରୋନା ଗାଇଡ୍ ଲାଇନ୍: ଅକ୍ଟୋବରରେ ଯାହା ଥିଲା ନଭେମ୍ବରରେ ତାହା ହିଁ ରହିବ
ନୂଆଦିଲ୍ଲୀ
ମୋଅନୁଭବ.କମ୍
ଅକ୍ଟୋବର, ୨୭
ନଭେମ୍ବରରେ କରୋନା ଗାଇଡ୍ ଲାଇନ୍ ରେ କିଛି ପରିବର୍ତନ ହେବାର ନାହିଁ । ଅକ୍ଟୋବରରେ ଯାହା ଥିଲା ତାହା ହିଁ ନଭେମ୍ବରରେ ଜାରି ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳି ଥିବା ତଥ୍ୟ ଅନୁଯାୟୀ, ଦେଶରେ ମଂଗଳବାର ସକାଳ ୯ଟା ସୁଦ୍ଧା ପୂର୍ବ ୨୪ ଘଂଟା ମଧ୍ୟରେ ୩୬, ୪୧୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯କୁ ବୃଦ୍ଧି ପାଇଛି । ସେଥିରୁ ୭୨ ଲକ୍ଷ ୦୧ ହଜାର ୦୭୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଯୋଗୁଁ ଚିକିତ୍ସାଧିନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୮୫୭ ରହିଛି । କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ପଜେଟିଭ୍ ଚିହ୍ନଟ ହୋଇ ଥିବା ମଂଗଳବାର ସୂଚନା ମିଳିଛି । ଅଠୱାଲେ ଚୀନ କୁଟନୀତିଜ୍ଞ ଓ ବୌଦ୍ଧ ଧର୍ମାବଲମ୍ବି ସାଧୁଙ୍କ ଗହଣରେ ଏକ ପ୍ରାର୍ଥନା ସଭାରେ ପ୍ରଥମେ ‘ଗୋ କରୋନା ଗୋ’ ଧ୍ୱନି ଦେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ । ସରକାରୀ ସୂଚନା ଅନୁଯାୟୀ ସୋମବାର ଦେଶରେ ୪୮୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଫଳରେ, କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ରେ ପହଂଚିଛି । ବିଶ୍ୱରେ ଅନ୍ୟନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ କରୋନା ଆକ୍ରାନ୍ତ ହାର ଓ ମୃତ୍ୟୁ ସଂଖ୍ୟା କମ୍ ରହିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭଳି କରୋନା ମୃତ୍ୟୁ ହାର ମଧ୍ୟ କମୁ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସିଏଫଆର (କେସ୍ ଫେଟାଲିଟି ରେସିଓ) ୧ ପ୍ରତିଶତରୁ କମ୍ ରହିଛି । ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଓଡ଼ିଶା, ବିହାର, ଆସାମ, କେରଳ, ତେଲେଂଗାନା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଅନ୍ତର୍ଭୁକ୍ତ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS