କର୍ନନଙ୍କ ପାଗଳାମୀ !
ାା ପ୍ରସାଦ ରାଓ ।ା
ଭୁବନେଶ୍ୱର: ଜଣେ ବିଚାରପତିଙ୍କ ପାଗଳାମୀ (!) ବିଚାର ବ୍ୟବସ୍ଥାରେ ସଂକଟ ସୃଷ୍ଟି କରିବା ଭାରତରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । କଲିକତା ହାଇକୋର୍ଟର ବିଚାରପତି ଚିନ୍ନାସ୍ୱାମୀ ସ୍ୱାମୀନାଥନ କର୍ନନ ବା ସିଏସ୍ କର୍ନନଙ୍କୁ ନେଇ ଏହି ସଂକଟ ସୃଷ୍ଟି ହୋଇଛି । ମାଦ୍ରାସ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଯେଉଁ କେଲେଙ୍କାରୀ କରିଥିଲେ, ସେଥିରୁ ବିଚାର ବ୍ୟବସ୍ଥାକୁ ବଂଚାଇବା ପାଇଁ ସୁପ୍ରିମ କୋର୍ଟ କଲିଜିଅମ୍ ତାଙ୍କୁ କୋଲକାତା ହାଇକୋର୍ଟକୁ ବଦଳୀ କରିଥିଲେ । ତଥାପି ସେ ସୁଧୁରିଲେନି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ କର୍ନନଙ୍କ ମାମଲା ବିଚାର କରୁଥିବା ଖଣ୍ଡପୀଠର ସହ ସାତ ଜଣ ବିଚାରପତିଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରି ଜଷ୍ଟିସ୍ କର୍ନନ ଏବେ ନିଜ ଗିରଫଦାରୀ ଭୟରେ ଲୁଚି ବୁଲୁଛନ୍ତିି । କର୍ନନ ସାଂଘାତିକ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ସୁପ୍ରିକୋର୍ଟଙ୍କ ଦ୍ୱାରା ଛଅ ମାସ କାରାଦଣ୍ଡ ଆଦେଶ ପାଇଛନ୍ତି । ତୁରନ୍ତ ତାଙ୍କୁ ଗିରଫ କରି ଜେଲ୍ରେ ପୁରାଇବାକୁ ମାନ୍ୟବର ସୁପ୍ରିମ କୋର୍ଟ କୋଲକାତା ପୁଲିସକୁ ନିଦେ୍ର୍ଦଶ ଦେବା ପରେ ତାଙ୍କୁ କୋଲକାତା ଓ ଚେନ୍ନାଇ ପୁଲିସ ମିଳିତ ଭାବେ ଖୋଜୁ ଥିବା ଜଣାପଡ଼ିଛି । ଜଷ୍ଟିସ କର୍ନନଙ୍କ ଗିରଫ ଆଦେଶ ପୁଲିସ ନିକଟରେ ପହଂଚିବାର ଛଅ ଘଂଟା ପୂର୍ବରୁ କୋଲକାତା ପୁଲିସର ଏକ ଟିମ୍ ତାଙ୍କୁ ଏସ୍କର୍ଟ ଦେଇ ବିମାନବନ୍ଦରରେ ପହଂଚାଇ ଥିଲେ । ଚେନ୍ନାଇ ଅଭିମୁଖେ ସେ ବିମାନ ଯାତ୍ରା କରିଥିଲେ । ପରେ, ପୁଲିସ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ ପାଇ ଖୋଜିଲା ବେଳକୁ ସେ ନିଖୋଜ । ଜଷ୍ଟିସ୍ କର୍ନନ ଆନ୍ଧ୍ର ପ୍ରଦେଶର ଶ୍ରୀକାଳହସ୍ତି ମନ୍ଦିର ଦର୍ଶନ କରି ସେଠାକାର ଏକ ଅତିଥି ଭବନରେ ରହିଥିଲେ । ସେ ନିଜର ଜିନିଷପତ୍ର ଅତିଥି ଭବନରେ ଛାଡି ଯାଇଥିବା ଜାଣିବା ପରେ ପୁଲିସ ଅଦାଲତଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ସେଠାରେ ଜଗି ରହିଛନ୍ତି ।
ଜଷ୍ଟିସ୍ କର୍ନନଙ୍କ ଆଚରଣ ଓ କାର୍ଯ୍ୟକଳାପକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସନେ୍ଦହରେ ଯେ କର୍ନନଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ତେଣୁ, ତାଙ୍କ ମାନସିକ ଅବସ୍ଥା ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଇବାକୁ ସୁପ୍ରିମ କୋର୍ଟ ନିଦେ୍ର୍ଦଶ ଦେଇଥିଲେ । ପୁଲିସ ଏକ୍ ଟିମ୍ ଗଠନ କରି କର୍ନନଙ୍କୁ ନେଇ ମାନସିକ ପରୀକ୍ଷା କରାଇବାକୁ କୋର୍ଟଙ୍କ ଆଦେଶରେ କର୍ନନ ସହଯୋଗ ନ କରିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ଓଲଟା, ଜଷ୍ଟିସ କର୍ନନ ଏହି ନିଦେ୍ର୍ଦଶ ଦେଇଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଓ ତାଙ୍କ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ ସମ୍ବିଧାନିକ ବେଂଚ୍ର ସଦସ୍ୟମାନଙ୍କୁ ଆଦିବାସୀ, ଦଳିତଙ୍କୁ ନିର୍ଯ୍ୟାତନା (ନିବାରଣ) ଆଇନ ବା ଏସସି/ଏସଟି ଅଟ୍ରୋସିଟି ପ୍ରିଭେନ୍ସନ୍ ଆକ୍ଟ୍ରେ ଗିରଫ କରିବାକୁ ନିଦେ୍ର୍ଦଶ ଦେବାର ଦୁଃସାହାସ କରିବାରୁ ମାନ୍ୟବର ସୁପ୍ରିକୋର୍ଟ ଏହାକୁ ସାଂଘାତିକ ଅଦାଲତ ଅବମାନନା ଭାବରେ ଗ୍ରହଣ କରି ମଙ୍ଗଳବାର (ମଇ ୯ ତାରିଖ) ନିଜର ରାୟ ଦେଇଛନ୍ତି । ସାଂଘାତିକ ଅଦାଲତ ଅବମାନନା ଅଭିଯୋଗରେ କର୍ନନଙ୍କୁ ଛଅ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଦଣ୍ଡିତ କରି ଜେଲ୍ରେ ପୁରାଇବା ନିଷ୍ପତ୍ତି ବିଚାର ବ୍ୟବସ୍ଥା ପ୍ରତି ଅପମାନସୂଚକ ହେବ ବୋଲି କର୍ନନଙ୍କ ଓକିଲ ଯୁକ୍ତି ଦର୍ଶାଇ ଥିବା ବେଳେ ‘ଆଇନ ଆଖିରେ ସମସ୍ତେ ସମାନ’ ବୋଲି ଦର୍ଶାଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଏହି ଯୁକ୍ତିକୁ ଟାଳି ଦେଇଥିଲେ ।
ଜଷ୍ଟିସ୍ କର୍ନନ ଏତେଦୂର ବିବଦମାନ ଥିଲେ ଯେ, ତାଙ୍କ ଠାରୁ ବିଚାର ବିଭାଗୀୟ କ୍ଷମତା କାଢି ନିଆଯିବା ପରେ ମଧ୍ୟ ନଜ ଘରେ ବସି ବିଚାରଣା କରୁଥିଲେ ଏବଂ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଉଥିଲେ । ସର୍ବଦା ଦଳିତ କାର୍ଡ ବ୍ୟବହାର କରି ସମସ୍ତଙ୍କୁ ଆଦିବାସୀ, ଦଳିତ ନିର୍ଯ୍ୟାତନା (ନିବାରଣ) ଆଇନ୍ ବଳରେ କାର୍ଯ୍ୟାନୁଷ୍ଠାନ ଧମକ ଦେଖି ଭୟଭୀତ କରାଉ ଥିଲେ । ଦୀର୍ଘ ଦିନ ଧରି ତାଙ୍କ ବାଚାଳାମୀକୁ ସହ୍ୟ କରି ଆସିଥିବା ସୁପ୍ରିମ କୋର୍ଟ ଶେଷରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଜଷ୍ଟିସ୍ କର୍ନନ୍ ନିକଟରେ ଅବସର ଗ୍ରହଣ କରିବାକୁ ଥିବାରୁ ମାନ୍ୟବର କୋର୍ଟ ସେ ପର୍ଯ୍ୟନ୍ତ ଅପେକ୍ଷା କଲେ ଭଲ ହୋଇ ଥାଆନ୍ତା, ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଜେଲ୍ରେ ପୁରାଇବା ଅପବାଦ ଲାଗି ନ ଥାଆନ୍ତା ବୋଲି କର୍ନନଙ୍କ ଓକିଲଙ୍କ ପ୍ରାର୍ଥନା ମୁଖ୍ୟ ବିଚାରପତି ଜେଏସ୍ ଖେର ଓ ସାତ ଜଣିଆ ଖଣ୍ଡପୀଠକୁ ପ୍ରଭାବିତ କରି ନଥିଲା । ‘ଆଇନ ଦୃଷ୍ଟିରେ ସମସ୍ତେ ସମାନ, ସେ ବିଚାରପତି ହୁଅନ୍ତୁ ବା ସାଧାରଣ ନାଗରିକ’ ବୋଲି ମନ୍ତବ୍ୟ ଦେଇ ଖଣ୍ଡପୀଠ ମଙ୍ଗଳବାର ଏହି ଐତିହାସିକ ରାୟ ଶୁଣାଇ ଥିଲେ । କୌଣସି ଗଣ ମାଧ୍ୟମ (ସମ୍ବାଦପତ୍ର ଓ ଇଲୋକ୍ଟ୍ରୋନିକ ମିଡ଼ିଆ) ଦଣ୍ଡାଦେଶ ପାଇଥିବା ଜଷ୍ଟିସ କର୍ନନଙ୍କ କୌଣସି ବିବୃତି ଛାପିବାକୁ ବା ପ୍ରସାରଣ କରିବା ସର୍ବୋଚ୍ଚ ନ୍ୟାୟାଳୟ ନିଷିଦ୍ଧ କରିଛନ୍ତି । ବିଚାର ବିଭାଗ, ବିଚାର ବ୍ୟବସ୍ଥା ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବା ଏବଂ ସାଂଘାତିକ ଭାବେ ଅଦାଲତ ଅବମାନନା ଭଳି ଗର୍ହିର୍ତ ଆପରାଧିକ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ଜଷ୍ଟିସ କର୍ନନଙ୍କ ଜୀବନ କାହାଣୀ ଅତ୍ୟନ୍ତ ରୋଚକ । କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ । ୧୯୫୫ ଜୁନ ୧୨ ତାରିଖରେ ତାମିଲନାଡୁର କରନାଥମ ଗ୍ରାମରେ ତାଙ୍କ ଜନ୍ମ । ତାଙ୍କ ପିତା ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ । ୧୯୮୩ରେ ସେ ମାଦ୍ରାସ ଲ’ କଲେଜରୁ ଆଇନରେ ଡ଼ିଗ୍ରୀ ହାସଲ କରିବା ପରେ ଜଣେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଜୀବନର ପ୍ରାରମ୍ଭରେ ସେ ଅତି ବିନମ୍ର ଥିବା ଜଣାପଡ଼ିଛି । ରାଜନୀତି ପ୍ରତି ତାଙ୍କର ବିଶେଷ ଆଗ୍ରହ ଯୋଗୁ ସେ ୨୦୦୨ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡ଼ିଏମ୍କେର ପୋଲିଂ ଏଜେଂଟ୍ ରହି ଥିଲେ । ପରେ, ସେ କଂଗ୍ରସ ଆଡକୁ ଢଳି ଥିବା ସୂଚନା ମିଳିଛି । ୨୦୦୫ ବେଳକୁ ଜଷ୍ଟିସ୍ କର୍ନନ ମାଦା୍ରସ ହାଇକୋର୍ଟର ଏକ ଜଣାଶୁଣା ମୁହଁ ଥିଲେ । ସେ ଚେନ୍ନାଇ ମେଟ୍ରୋ ୱାଟରର ଆଇନ ପରାମର୍ଶଦାତା, ଜଣେ ସରକାରୀ ଓକିଲ ଏବଂ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ୍ ଭାବେ ଦାୟିତ୍ୱ ତୁଲାଇ ପ୍ରତିଷ୍ଠା ଅର୍ଜନ କରିବା ପରେ ସୁପ୍ରିମ୍ କୋର୍ଟ କଲେଜିୟମ ଦ୍ୱାରା ୨୦୦୯ ମାର୍ଚରେ ମାଦ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇ ଥିଲେ । ତେବେ, ମାତ୍ରାଧିକ ଦଳିତ କାର୍ଡ ବ୍ୟବହାର କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେ ଦଳିତ ଶ୍ରେଣୀର ହୋଇଥିବାରୁ ତାଙ୍କ ପ୍ରତି ବାରମ୍ବାର ଅବିଚାର ଓ ପାତରଅନ୍ତର କରାଯାଉଛି ବୋଲି କର୍ନନ ଅଭିଯୋଗ କରି ଆସିଛନ୍ତି । ସେ ରାଷ୍ଟ୍ରପତି, ସୁପ୍ରିକୋର୍ଟ ମୁଖ୍ୟ ବିଚାରପତି ଏବଂ ଏସ୍ସି କମିସନ ଅଧ୍ୟକ୍ଷଙ୍କ ନିକଟକୁ ବାରମ୍ବାର ଅଭିଯୋଗପତ୍ର ପଠାଇ ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲେ । ୨୦୧୫ରେ ତକ୍ରାଳୀନ ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ କିସନ୍ କାଉଲଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ କରି କଂଟେମ୍ପ୍ଟ ପ୍ରୋସିଡିଂ ଡ୍ର କରିବାକୁ ଧମକ ଦେଇଥିଲେ । ମାଦ୍ରାସ ହାଇକୋର୍ଟ କର୍ନନଙ୍କ ଏଭଳି ଆଚରଣ ଓ କାର୍ଯ୍ୟାନୁଷ୍ଠାନ ଧମକରେ ବିଚଳିତ ହୋଇ ଲୋକଲଜ୍ଜାରୁ ବର୍ତିବା ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଜଷ୍ଟିସ୍ କର୍ନନଙ୍କ ଅଭିଯୋଗ ଥିଲା, ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କାଉଲ୍ ତାଙ୍କ କ୍ଷମତାରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ସେ ଦଳିତ ସଂପ୍ରଦାୟର ହୋଇଥିବାରୁ ବାରମ୍ବାର ତାଙ୍କୁ ହାରାଶ କରାଯାଉଛି । ନ୍ୟାସନାଲ କମିସନ୍ ଫର୍ ଏସ୍ସି ଏହାର ପୁଂଖାନୁପୁଂଖ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇ ସେ ବିଚାର ବ୍ୟବସ୍ଥା ପ୍ରତି ଅଡୁଆ ସୃଷ୍ଟି କରିଥିଲେ । ଜଷ୍ଟିସ୍ କର୍ନନଙ୍କ ନିଦେ୍ର୍ଦଶ ସାମଗ୍ରୀକ ଭାବେ ବିଚାର ବ୍ୟବସ୍ଥାକୁ ଲଜ୍ଜିତ କରୁଥିବା ଦେଖି ମଦ୍ରାସ ହାଇକୋର୍ଟ ମାନ୍ୟବର ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡି ଥିଲେ । ସୁପ୍ରିମ କୋର୍ଟ ତୁରନ୍ତ ହସ୍ତକ୍ଷେପ କରି ଜଷ୍ଟିସ୍ କର୍ନନଙ୍କ ଆଦେଶ ଉପରେ ରହିତାଦେଶ ଜାରୀ କରିଥିଲେ । ସୁପ୍ରିମକୋର୍ଟ କଲିଜିଅମ୍ ମୁଖ୍ୟ ଥିବା ତକ୍ରାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଠାକୁର ୨୦୧୬ ମାର୍ଚରେ ଜଷ୍ଟିସ୍ କର୍ନନଙ୍କୁ ମାଦ୍ରାସରୁ କଲିକତା ହାଇକୋର୍ଟକୁ ବଦଳି କରିଥିଲେ । କଲିକତା ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେବା ପରେ ମଧ୍ୟ କର୍ନନଙ୍କ ଚରିତ୍ର ଓ କାର୍ଯ୍ୟଶୈଳୀ ବଦଳି ନଥିଲା । ଗତ ଜାନୁୟାରୀ ୨୩ ତାରିଖ ସେ ସିବିଆଇକୁ ଚିଠି ଲେଖି ବର୍ତମାନ ବିଚାରପତି ଭାବେ କାର୍ଯ୍ୟରତ ଥିବା ଏବଂ ଅବସର ଗ୍ରହଣ କରିସାରି ଥିବା ୨୦ଜଣ ସୁପ୍ରିକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ତାହାର ତଦନ୍ତ ନିଦେ୍ର୍ଦଶ ଘଟଣାକୁ ସୁପ୍ରିମ କୋର୍ଟ ଏକ ସାଂଘାତିକ ଆପରାଧିକ ଅଦାଲତ ଅବମାନନା ଭାବେ ଗ୍ରହଣ କରି ଫେବ୍ରୁୟାରୀ ୮ରେ ତାଙ୍କ ବିରୋଧରେ ନିଜ ଆଡୁ କଂଟେମ୍ପ୍ଟ ପ୍ରୋସିଡିଂ ଆରମ୍ଭ କରିଥିଲେ । ସୁପ୍ରିମ କୋର୍ଟରେ ହାଜିର ହେବା ପାଇଁ ତାଙ୍କୁ ଚାରି ଥର ନୋଟିସ କରା ଯାଇଥିବା ବେଳେ ତିନି ମାସ ମଧ୍ୟରେ ସେ ଥରେ ମାତ୍ର ମାର୍ଚ ୩୧ ତାରିଖରେ କୋର୍ଟରେ ହାଜର ହୋଇଥିଲେ । ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କୁ କ୍ଷମା ପ୍ରାର୍ଥନା କରି କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ହେବାକୁ ସୁଯୋଗ ଦେଇ ଥିଲେ ମଧ୍ୟ ସେ ତାହା ଅଗ୍ରାହ୍ୟ କରି ଦେବାରୁ ମଇ ୯ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ କର୍ନନଙ୍କୁ ଦୋଷୀ ସାବ୍ୟସ୍ତ କରି ଛଅ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜଷ୍ଟିସ୍ କର୍ନନ ପୁଲିସକୁ ଚକମା ଦେଇ ପଳାଇ ଥିବାରୁ (୧୧ତାରିଖ ସୁଦ୍ଧା) ତାଙ୍କ ପରବର୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ, ସେ ନେଇ ସଂଶୟ ରହିଛି । କର୍ନନଙ୍କ କାର୍ଯ୍ୟକଳାପ ସୁପ୍ରିମକୋର୍ଟ କଲିଜିୟମ ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରୀୟାକୁ ମଧ୍ୟ ବିବାଦ ଭିତରକୁ ଟାଣି ନେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS