ଜଲଗାଓଁ ବାଳିକା ହଷ୍ଟେଲରେ ପୁଲିସ୍ ବର୍ବରତା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ
ମୁମ୍ବାଇ
ମାର୍ଚ୍ଚ ୦୩
ମୋଅନୁଭବ.କମ୍
କିଛି ବାହାର ଲୋକ ଓ ପୁଲିସ କର୍ମଚାରୀ ମହାରାଷ୍ଟ୍ରର ଜଲଗାଁଓରେ ଥିବା ଏକ ବାଳିକା ହଷ୍ଟେଲରେ ପଶି ଅନ୍ତେଃବାସୀ ବାଳିକାଙ୍କୁ ନିର୍ବସ୍ତ୍ର ହୋଇ ନୃତ୍ୟ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କୁ ଅଡୁଆରେ ପକାଇଛି । ମିଡ଼ିଆରେ ଏସଂପର୍କିତ ଖବର ପ୍ରକାଶ ପାଇବା ସହ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଫଳରେ, ବିରୋଧୀ ରାଜ୍ୟ ସରକାର ତୀବ୍ର ସମାଲୋଚନା କରିଛନ୍ତି । ଅଭିଯୋଗ ମୁତାବକ, ଯାଂଚ ଆଳରେ କିଛି ବାହାର ଲୋକ ଓ ପୁଲିସ କର୍ମଚାରୀ ବାଳିକା ହଷ୍ଟେଲ୍ରେ ପ୍ରବେଶ କରିବା ସହ ଏଭଳି ଅନାଚାର ଘଟାଇଛନ୍ତି । ପୁଲିସ ବାଳିକାଙ୍କୁ ନିର୍ବସ୍ତ୍ର ହୋଇ ନାଚିବାକୁ ବାଧ୍ୟ କରିଯିବା ଭିଡ଼ିଓ ସାମନାକୁ ଆସି ନଥିଲେ ସରକାର ବୋଧହୁଏ ଘଟଣାକୁ ଗୁରୁତ୍ୱର ସହ ନେଇ ନଥା’ନ୍ତେ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଙ୍କ ସମେତ ବହୁ ବିଜେପି ନେତା ସମାଲୋଚନା କରିଛନ୍ତି । ମିଡ଼ିଆ ରିପୋର୍ଟକୁ ନେଇ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ଚାରି ଜଣିଆ କମିଟି ଗଠନ କରିଥିବା ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୁଇ ଦିନ ମଧ୍ୟରେ ତଦନ୍ତ ସାରି ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଉଚ୍ଚସ୍ତରୀୟ କମିଟିକୁ ନିର୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ସରକାର ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗୃହ ମନ୍ତ୍ରୀ ଦେଶମୁଖ ଗୃହକୁ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS