‘ଥପ୍ପଡ’ ନାୟିକା ତାପସୀଙ୍କ ଘରେ ଆୟକର ଚଢାଉ
ମୁମ୍ବାଇ
ମାର୍ଚ୍ଚ ୦୩
ମୋଅନୁଭବ.କମ୍
ଆୟକର ଫାଙ୍କି ଅଭିଯୋଗରେ ଆଜି ‘ଥପ୍ପଡ’ର ନାୟିକା ତାପସୀ ପାନ୍ନୁ, ବଲିଉଡ୍ ନିର୍ମାତା, ନିର୍ଦେଶକ ଅନୁରାଗ କାଶ୍ୟପ ଓ ବିକାଶ ବାହଲଙ୍କ ବାସଭବନରେ ଆୟକର ବିଭାଗ ଚଢାଉ କରି ଥିବା ସୂଚନା ମିଳିଛି । ଅନୁରାଗ କାଶ୍ୟପଙ୍କ ପ୍ରଡକ୍ସନ୍ ହାଉସ୍ ‘ଫାଂଟମ୍ ଫିଲ୍ମସ୍’ ଚଢାଉର କେନ୍ଦ୍ରବିନ୍ଦୁ ଥିବା ଜଣାପଡିଛି । ୩୩ ବର୍ଷ ବୟଷ୍କା ତାପସୀ ଗତ ଫେବୃୟାରୀ ୨୮ ତାରିଖ ଦିନ ‘ଥପ୍ପଡ’ ରିଲିଜ ହେବାର ପ୍ରଥମ ବାର୍ଷିକୀ ଅବସରରେ ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ଘୋଷଣା କରିଥିଲେ ଯେ, ସେ ‘ଥପ୍ପଡ’ କୋ-ଷ୍ଟାର୍ ପାଭିଲ ଗୁଲାଟିଙ୍କ ସହ ଅନୁରାଗ କାଶ୍ୟପଙ୍କ ପରବର୍ତ୍ତୀ ଫିଲ୍ମ ‘ଦୋବାରା’ରେ ଅଭିନୟ କରିବାକୁ ଯାଉଛନ୍ତି । ଆୟକର ବିଭାଗ ଅଧିକାରୀମାନେ ଏହି ବଲିଉଡ୍ ସେଲେବ୍ରିଟିମାନଙ୍କ ବାସଭବନରେ କେବଳ ନୁହେଁ ମୁମ୍ବାଇ ଓ ପୁନେରେ ଥିବା ଅନ୍ୟ ୨୦ଟି ଲୋକେସନ୍ ରେ ମଧ୍ୟ ଚଢାଉ ଜାରି ରଖିଛନ୍ତି । ଏକ ଟ୍ରାଲେଂଟ୍ ମ୍ୟାନେଜମେଂଟ୍ କଂପାନୀ ଚଳାଇ ଥିବା ବଲିଉଡ୍ ଫିଲ୍ମ ନିର୍ମାତା ମଧୁ ମନ୍ତେନା ବର୍ମା ମଧ୍ୟ ଆଇଟି ବିଭାଗ ଆଖିରେ ରହିଛନ୍ତି । ତାପସୀ ପନ୍ନୁ ପୂର୍ବରୁ ଅନୁରାଗ କାଶ୍ୟପଙ୍କ ‘ମନମର୍ଜିଆଁ’ ଓ ‘ଷାଣ୍ଢ୍ କି ଆଖେଁ’ରେ କାମ କରି ସଫଳତାର ମୁକୁଟ ପିନ୍ଧାଇ ସାରିଛନ୍ତି । ‘ଦୋବାରା’ ହେବାକୁ ଯାଉଛି ୨୦୧୮ ପରେ ଅନୁରାଗଙ୍କ ସହ ସେ କାମ କରିବାକୁ ଯାଉଥିବା ତୃତୀୟ ଫିଲ୍ମ୍ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS