‘ଅଙ୍କଲ୍ ଫ୍ୟାଟି’…
ଏଠି ‘ଅଙ୍କଲ୍ ଫ୍ୟାଟି’ ନାମରେ କୌଣସି ମଣିଷକୁ ସମ୍ବୋଧନ କରାଯାଉ ନାହିଁ । ବରଂ ଗୋଟିଏ ମାଙ୍କଡକୁ ଡକାଯାଉଛି । କାରଣ ମାଙ୍କଡଟି ଖାଇବାକୁ ଦେବା ମାତ୍ରେ ବିନା ବିଳମ୍ବରେ ଖାଲି କରି ଯାଉଛି । ପାଣି ଜାଗାରେ ମୃଦୁ ପାନୀୟ ପିଉଛି । ଥାଇଲ୍ୟାଣ୍ଡ୍ର ଏକ ୱାଟର୍ ପାର୍କରେ ଦେଖିବାକୁ ମିଳନ୍ତି ଏହି ଫ୍ୟାଟି ଅଙ୍କଲ୍ । ମାଙ୍କଡଟିକୁ ଯିଏ ଦେଖିଲା କିଛି ନା କିଛି ଖାଇବାକୁ ଦେଲା । ଏମିତି ଖାଇ ଖାଇ କେବଳ ତା ପେଟର ଓଜନ ପ୍ରାୟ ୬ କିଲୋ ହୋଇଗଲାଣି । କାଳେ କୌଣସି ରୋଗରେ ପିଡିତ ହେବ ବୋଲି ପାର୍କ କର୍ମକର୍ତା ଚିନ୍ତାରେ । କିନ୍ତୁ ଅଙ୍କଲ୍ କାହିଁକି ଥମିବ!! ତେଣୁ ‘ୱାଇଲ୍ଡ୍ ଲାଇଫ୍ କଞ୍ଜର୍ଭେଟିବ୍’ର କର୍ମକର୍ତାମାନେ ଆସି ତାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ନେଉଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS