୧୫ ଲକ୍ଷ ବେଲୁନ୍
୧୯୮୬ ମସିହା ସେପ୍ଟେମ୍ବର ୨୭ ତାରିଖ । ଆମେରିକା କ୍ଲିଭ୍ଲ୍ୟାଣ୍ଡ୍ ସହର ଆକାଶର ରଙ୍ଗ କିଛି ଅଲଗା ଥିଲା । ଏକ ସାଙ୍ଗରେ ୧୫ ଲକ୍ଷ ରଙ୍ଗବେରଙ୍ଗ ବେଲୁନ୍ ଉଡୁଥିବାର ମନୋରମ ଦୃଶ୍ୟ ଓ ଲୋକଙ୍କ କରତାଳିର ଗୁଞ୍ଜନରେ କ୍ଲିଭ୍ଲ୍ୟାଣ୍ଡ୍ ବାସିନ୍ଦାଙ୍କୁ ଆନନ୍ଦରେ ବିଭୋର କରିଥିଲା । ଏହି ଆୟୋଜନର ଉଦେ୍ଦଶ୍ୟ ଥିିଲା ସମାଜ ସେବା ପାଇଁ ଅର୍ଥ ସଂଗ୍ରହ କରିବା ସହ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇିବା । କିନ୍ତୁ, ୟୁନାଇଟେଡ୍ ୱେ ଅଫ୍ କ୍ଲିଭ୍ଲ୍ୟାଣ୍ଡ୍ର ଏହି ପ୍ରୟାସ ସଫଳ ହେଲାନି । ଖରାପ ପାଣିପାଗ ଯୋଗୁଁ ସବୁ ବେଲୁନ୍ ତଳକୁ ଖସିଆସଲା ଏବଂ ରାସ୍ତା ଜାମ୍ କରିଦେଇଥିଲା । ଏହି କାରଣରୁ ଉକ୍ତ ସଂସ୍ଥାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS