ଲମ୍ବା କୁରାନ୍
ଇରାନ୍ର ୨୫ ବର୍ଷୀୟ ହୁସେନ୍ ଅଲ୍ ଖର୍ସନ ଲେଖୁଛନ୍ତି ବିଶ୍ୱର ସବୁଠାରୁ ଲମ୍ବା କୁରାନ୍ । ଏହାର ଲମ୍ବା ପ୍ରାୟ ୫୫୦୦ ରୁ ୬୦୦୦ ମିଟର୍, ଅର୍ଥାତ୍ ୬ କିଲୋମିଟର୍ ହେବ ବୋଲି କୁହାଯାଉଛି । ହୁସେନ୍ ଏହାକୁ କାଠର କଲମ ଏବଂ କାଳୀ କେଲିଗ୍ରାଫିରେ ଦିନକୁ ୩ ପୃଷ୍ଠା ଲେଖାଏଁ ଲେଖୁଛନ୍ତି ଏବଂ ସମ୍ପୂର୍ଣ୍ଣ କରିବାକୁ ୧ ବର୍ଷ ଲାଗିବ । ଏଥିରେ ସମୁଦାୟ ୫୦୩ ପୃଷ୍ଠା ରହିଛି । ଏହି ପୁସ୍ତକଟିକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ଦେବାକୁ ଚାହିଁଛନ୍ତି ହୁସେନ୍ । ବିଶ୍ୱର ବୃହତ୍ତମ କୁରାନ୍ ସାଢେ ୬ ଫୁଟ୍ ଲମ୍ବା ଏବଂ ୫ ଫୁଟ୍ ଚଉଡା ଥିିବା ବେଳେ ସବୁଠାରୁ କ୍ଷୁଦ୍ରତମ କୁରାନ୍ର ଲମ୍ବ ୧.୭ ସେଂଟିମିଟର୍ ଏବଂ ଚଉଡା ୧.୩ ସେଂଟିିମିଟର୍ ଥିଲା । ଗତ ବର୍ଷ ନଭେମ୍ବରରେ ରୁସ୍ରେ ବିଶ୍ୱର ବୃହତ୍ତମ କୁରାନ୍ ଲେଖା ଯାଇଥିବା ବେଳେ ୧୯୮୨ରେ କ୍ଷୁଦ୍ରତମ ଲେଖା ଯାଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS